ଆମେରିକା-ଇରାନ ଯୁଦ୍ଧ ନେଇ ମୁହଁ ଖୋଲିଲେ ନୋରା ଫତେହି; କହିଲେ ଦୁବାଇ ନୁହେଁ, ମୁଁ ଭାରତରେ ଅଛି

ମୁମ୍ବାଇ: ବର୍ତ୍ତମାନ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ନୋରା ସାଧାରଣତଃ ଦୁବାଇରେ ରହୁଥିବାରୁ ତାଙ୍କ ପ୍ରଶଂସକମାନେ ତାଙ୍କ ସୁରକ୍ଷା ନେଇ ଚିନ୍ତିତ ଥିଲେ। ତେବେ ନୋରା ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ଦୁବାଇରେ ନୁହେଁ ବରଂ ଭାରତରେ ଅଛନ୍ତି ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by Nora Fatehi (@norafatehi)

ଯୁଦ୍ଧର ଦୃଶ୍ୟ ଦେଖି ମର୍ମାହତ ନୋରା

ରବିବାର ଦିନ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ନୋରା କହିଛନ୍ତି ଯେ ଯୁଦ୍ଧର ଭୟାବହ ଦୃଶ୍ୟ ତାଙ୍କୁ ମର୍ମାହତ କରିଛି। ସେ କହିଛନ୍ତି, "ମୁଁ ସାଧାରଣତଃ ଏଭଳି ବିଷୟରେ ମୋର ମତ ଦିଏ ନାହିଁ। କିନ୍ତୁ ଅନେକ ଲୋକ ମୋତେ ଯୋଗାଯୋଗ କରୁଛନ୍ତି ଏବଂ ମୁଁ ଠିକ୍ ଅଛି କି ନାହିଁ ପଚାରୁଛନ୍ତି। ମୁଁ ଦୁବାଇରେ ନାହିଁ, ବର୍ତ୍ତମାନ ଭାରତରେ ଅଛି। ଯୁଦ୍ଧର ଦୃଶ୍ୟ ମୋତେ ଦୋହଲାଇ ଦେଇଛି। ସାରା ବିଶ୍ୱର ଲୋକମାନେ କେବଳ ଶାନ୍ତି ଚାହୁଁଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ ଆମେ ସମସ୍ତେ ଅନିଶ୍ଚିତତା ଏବଂ ଭୟ ମଧ୍ୟରେ ରହୁଛୁ।"

ବିଶ୍ୱ ବ୍ୟବସ୍ଥାରେ ପରିବର୍ତ୍ତନର ଆଶଙ୍କା

ନୋରା ଆହୁରି ମଧ୍ୟ କହିଛନ୍ତି ଯେ ପରିସ୍ଥିତି ଆହୁରି ଖରାପ ହୋଇପାରେ। ସେ ଭବିଷ୍ୟବାଣୀ କରି କହିଛନ୍ତି, "କ୍ଷମତାରେ ଏକ ବଡ଼ ପରିବର୍ତ୍ତନ ହେବ ଏବଂ ଏକ ନୂତନ ବିଶ୍ୱ ବ୍ୟବସ୍ଥା (New World Order) ସୃଷ୍ଟି ହୋଇପାରେ। ଏହା ଉପରେ ଆମର ନିୟନ୍ତ୍ରଣ ରହିନପାରେ। ଦୁର୍ଭାଗ୍ୟବଶତଃ, ସର୍ବଦା ସାଧାରଣ ଲୋକଙ୍କୁ ହିଁ ଏହାର ମୂଲ୍ୟ ଦେବାକୁ ପଡିବ। ଆମ ସମସ୍ତଙ୍କୁ ଏହା ମାନସିକ, ଆଧ୍ୟାତ୍ମିକ ଏବଂ ଆର୍ଥିକ ଭାବରେ ପ୍ରଭାବିତ କରିବ।"

ଦୁବାଇରେ ଫସିଛନ୍ତି ଏହି ଅଭିନେତ୍ରୀ

ଅନ୍ୟପକ୍ଷରେ, ବେଙ୍ଗଲୀ ଅଭିନେତ୍ରୀ ଶୁଭଶ୍ରୀ ଗାଙ୍ଗୁଲି, ବଲିଉଡ ଅଭିନେତ୍ରୀ ସୋନାଲ ଚୌହ୍ୱାନ ଏବଂ ଇଷା ଗୁପ୍ତା ଦୁବାଇରେ ଫସି ରହିଛନ୍ତି। ଆମେରିକା-ଇରାନ ବିବାଦ ଯୋଗୁଁ ଗଲ୍ଫ ଦେଶଗୁଡିକରେ ବିମାନ ସେବା ବାତିଲ ହେବାରୁ ସେମାନେ ସେଠାରେ ଅଟକି ରହିଛନ୍ତି। ତେବେ ସେମାନଙ୍କ ମ୍ୟାନେଜର ଏବଂ ପରିବାର ସଦସ୍ୟ ସୂଚନା ଦେଇଛନ୍ତି ଯେ ସେମାନେ ହୋଟେଲ ଭିତରେ ସୁରକ୍ଷିତ ଅଛନ୍ତି।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୮ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଏକ ବଡ଼ ସାମରିକ ଅପରେସନ୍ ଆରମ୍ଭ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା, ଯାହା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

About The Author: Tapas Ranjan Nanda