ବଲିଉଡ୍ର ଜଣେ ପ୍ରତିଭାବାନ ଅଭିନେତ୍ରୀ ଭାବେ ପରିଗଣିତ ହୁଅନ୍ତି ବିଦ୍ୟା ବାଲାନ୍। ଦୀର୍ଘଦିନର ବ୍ରେକ୍ ପରେ ‘ନିୟତ୍’ ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ ସେ ଫେରୁଛନ୍ତି। ଏହି ଫିଲ୍ମରେ ବିଦ୍ୟାଙ୍କୁ ଡିଟେକ୍ଟିଭ୍ ଭୂମିକାରେ ଦେଖୀବାକୁ ମିଳିବ। ଇତିମଧ୍ୟରେ ଏହାର ଟିଜର୍ ଜାରି ହୋଇଛି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏହାକୁ ସେୟାର୍ କରିଥିଲେ। ଏହାର ଟିଜର୍କୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି। ବିଦ୍ୟା ଏହାର କ୍ୟାପ୍ସନ୍ରେ ଲେଖୀଛନ୍ତି- ‘ରହସ୍ୟ ଓ ଉଦ୍ଦେଶ୍ୟମୂଳକ ଦୁନିଆର ଖୁଲ୍ଲାସା ହେବ। ଦେଖନ୍ତୁ ‘ନିୟତ୍’।
ଏହି ଫିଲ୍ମ ଜୁଲାଇ ୭ ତାରିଖରେ ସିନେମାହଲ୍ରେ ରିଲିଜ୍ ହେବ। ଟିଜର୍ର ଆରମ୍ଭ ଏକ ସଂଳାପରୁ ହେଉଛି। ଟିଜର୍ରେ କୁହାଯାଉଛି- ‘ସନ୍ଦିଗ୍ଧମାନେ ଆସୁଛନ୍ତି, ଲକ୍ଷ୍ୟ ପ୍ରସ୍ତୁତ ହେଉଛି, ପ୍ରସ୍ତୁତ ହୋଇଯାନ୍ତୁ ସାଙ୍ଗମାନେ, ଏକ ରହସ୍ୟ ଆସୁଛି’। ମର୍ଡର ମିଷ୍ଟ୍ରୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ଟିଜର୍ରେ ବିଦ୍ୟା ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି। ଏହି ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ନିରଜ କାବି, ରାମ କପୁର, ଶାହାଣା ଗୋସ୍ବାମୀ, ଶଶାଙ୍କ ଆରୋରା ଆଦି କାମ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମେନନ୍।