ନଖ୍‌ରେୱାଲି ସାରା

ନିକଟରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ ର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେଉହେଉ ଏହି ଚୁଲ୍‌ବୁଲି ନାୟିକାଙ୍କ ହାତରେ ରହିଛି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ‘ନଖ୍‌ରେୱାଲି’ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ସାରାଙ୍କର ମୁଖ୍ୟ ଭୂମିକା ରହିବ। ସାରାଙ୍କ ବହୁ ପ୍ରତୀକ୍ଷିତ ‘ଅତରଙ୍ଗୀ ରେ’ ଚଳଚ୍ଚିତ୍ରରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଧନୁଷ ମଧ୍ୟ […]

ନିକଟରେ ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ଚଳଚ୍ଚିତ୍ର ‘ଅତରଙ୍ଗୀ ରେ’ ର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହେଉହେଉ ଏହି ଚୁଲ୍‌ବୁଲି ନାୟିକାଙ୍କ ହାତରେ ରହିଛି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ପ୍ରଡକ୍ସନ ହାଉସ୍‌ରେ ନିର୍ମିତ ‘ନଖ୍‌ରେୱାଲି’ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରରେ ସାରାଙ୍କର ମୁଖ୍ୟ ଭୂମିକା ରହିବ। ସାରାଙ୍କ ବହୁ ପ୍ରତୀକ୍ଷିତ ‘ଅତରଙ୍ଗୀ ରେ’ ଚଳଚ୍ଚିତ୍ରରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ଧନୁଷ ମଧ୍ୟ ନଜର ଆସିବେ। ଆଗାମୀ ଫିଲ୍ମ ଲାଗି ଆନନ୍ଦ ଏଲ୍‌ ରାୟ ସାରା ଅଲ୍ଲୀଙ୍କୁ ଯୋଗାଯୋଗ ମଧ୍ୟ କରିସାରିଛନ୍ତି। ହେଲେ ଏହି ଫିଲ୍ମରେ ସେ ପୂର୍ବ ଫିଲ୍ମ ପରି ନିଜେ ନିର୍ଦ୍ଦେଶନା ଦେବେ ନାହିଁ। ସାରାଙ୍କ କାର୍ଯ୍ୟ କଥା କହିବାକୁ ଗଲେ ନିର୍ଦ୍ଦେଶକ ଆଦିତ୍ୟ ଧର୍‌ଙ୍କ ଫିଲ୍ମ ‘ଦି ଇମୋର୍ଟାଲ ଅଶ୍ବଥାମା’ରେ ସେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କୁ ଭିକି କୌଶଲଙ୍କ ସହ ଦେଖୀବାକୁ ମିଳିବ। ଏହାପୂର୍ବରୁ ସାରା ଅଲ୍ଲୀ ଖାନ୍‌ ଶେଷ ଥର ଲାଗି ଚଳଚ୍ଚିତ୍ର ‘କୁଲି ନମ୍ବର ୱାନ୍‌’ରେ ବରୁଣ ଧୱନଙ୍କ ସହ ନଜର ଆସିଥିଲେ। n

About The Author: The Sakala