ବଲିଉଡ୍ ଅଭିନେତ୍ରୀ କିଆରା ଆଡ୍ଭାନୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଛନ୍ତି। କିନ୍ତୁ ଏଯାବତ୍ ଉଭୟ ସେମାନଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲି ନାହାନ୍ତି। କିନ୍ତୁ ଅନେକ ବଲିଉଡ୍ ପାର୍ଟିରେ କିଆରା-ସିଦ୍ଧାର୍ଥ ଏକାଠି ଦେଖାଯାଇଛନ୍ତି। ନିକଟରେ ଉଭୟ ମୁମ୍ବାଇ ବିମାନବନ୍ଦରରେ ଏକାଠି ଦେଖାଯାଇଥିଲେ। ‘ଯୁଗ୍ ଯୁଗ୍ ଜିୟୋ’ର ପ୍ରମୋସନ୍ ପରେ କିଆରା କିଛି ଦିନ ପାଇଁ କାମରୁ ବ୍ରେକ୍ ନେଇଥିଲେ। ଏହିସମୟରେ ସେ ସିଦ୍ଧାର୍ଥଙ୍କ ସହ ଏକ ଅଜ୍ଞାତ ସ୍ଥାନକୁ ଛୁଟି କାଟିବା ପାଇଁ ଯାଇଥିଲେ।
ଏବେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ବିମାନବନ୍ଦରରେ ଉଭୟ କାଜୁଆଲ୍ ଲୁକ୍ରେ ନଜର ଆସିଥିଲେ। କିନ୍ତୁ ଦୁହିଁଙ୍କୁ ଏକାଠି ଦେଖି ପ୍ରଶଂସକମାନେ ଖୁବ୍ ଉତ୍ସାହିତ ହୋଇଯାଇଛନ୍ତି। ‘ଶେରଶାହ’ ଫିଲ୍ମର ସୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଆରାଙ୍କ କାମ କଥା କହିବାକୁ ଗଲେ ଏବେ ସେ ରାମଚରନ୍ଙ୍କ ସହ ‘ଆର୍ସି -୧୫’ , ଭିକ୍କି କୌଶଲଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ଅଭିନୟ କରୁଛନ୍ତି। ସେହିପରି ସିଦ୍ଧାର୍ଥ, ରଶ୍ମିକା ମନ୍ଦାନାଙ୍କ ସହ ‘ମିଶନ୍ ମଜ୍ନ୍ୁ’ ଓ ରୋହିତ୍ ସେଟ୍ଟିଙ୍କ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ରେ ଦେଖାଯିବେ।