'କସୌଟି ଜିନ୍ଦେଗୀ କେ'ର ସେହି ଛୋଟ ଝିଅ 'ସ୍ନେହା' ମନେ ଅଛନ୍ତି କି? ଏବେ ଦେଖିଲେ ଚିହ୍ନି ପାରିବେନି, ଜିତିଛନ୍ତି ଜାତୀୟ ପୁରସ୍କାର

ମୁମ୍ବାଇ: ଟିଭି ଧାରାବାହିକ 'କସୌଟି ଜିନ୍ଦେଗୀ କେ' ଭାରତର ସବୁଠାରୁ ଲୋକପ୍ରିୟ ଶୋ’ ମଧ୍ୟରୁ ଗୋଟିଏ। ଏଥିରେ ଅନୁରାଗ ଏବଂ ପ୍ରେରଣାଙ୍କ ଝିଅ 'ସ୍ନେହା' ଭୂମିକାରେ ଅଭିନୟ କରିଥିବା ଛୋଟ ଝିଅଟି ଆପଣଙ୍କର ମନେ ଅଛି କି? ସେହି ଝିଅଟିର ନାମ ହେଉଛି ଶ୍ରିୟା ଶର୍ମା। ସମୟ ସହିତ ସେ ଏବେ ବଡ଼ ହୋଇଯାଇଛନ୍ତି ଏବଂ ତାଙ୍କର ଲୁକ୍ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ଏବେ ଜଣେ ଗ୍ଲାମରସ୍ ଡିଭା ଭଳି ନଜର ଆସୁଛନ୍ତି।

 
 
 
 
 
View this post on Instagram
 
 
 
 
 
 
 
 
 
 
 

A post shared by 2000s_Throwbackss_ (@2000s_throwbackss_)


ବଲିଉଡ ଏବଂ ଜାତୀୟ ପୁରସ୍କାର

ଶ୍ରିୟା ୨୦୦୭ରେ ଫିଲ୍ମ 'ଲାଗା ଚୁନରୀ ମେ ଦାଗ' ଜରିଆରେ ବଲିଉଡରେ ଶିଶୁ କଳାକାର ଭାବେ ଡେବ୍ୟୁ କରିଥିଲେ। ୨୦୦୮ରେ ରିଲିଜ୍ ହୋଇଥିବା 'ଥୋଡା ପ୍ୟାର୍ ଥୋଡା ମ୍ୟାଜିକ୍'ରେ ମଧ୍ୟ ସେ ଅଭିନୟ କରିଥିଲେ। ତେବେ ୨୦୧୧ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଚିଲର ପାର୍ଟି' ପାଇଁ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ସେ ଏହି ସମ୍ମାନ ଚଳଚ୍ଚିତ୍ରର ଅନ୍ୟ ନଅ ଜଣ ଶିଶୁ କଳାକାରଙ୍କ ସହ ବାଣ୍ଟିଥିଲେ।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଓ ବିଜ୍ଞାପନରେ ଅଭିନୟ

କେବଳ ହିନ୍ଦୀ ନୁହେଁ, ଶ୍ରିୟା 'ନିର୍ମଳା କନଭେଣ୍ଟ' ଏବଂ 'ଗାୟାକୁଡୁ' ଭଳି ଆଞ୍ଚଳିକ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ କମ୍ପ୍ଲାନ, ସନଫିଷ୍ଟ ପାସ୍ତା, ହ୍ୱର୍ଲପୁଲ୍, ସନ୍ତୁର, କଲଗେଟ୍ ଏବଂ ଲକ୍ସ କୋଜି ଭଳି ଅନେକ ବଡ଼ ବ୍ରାଣ୍ଡର ବିଜ୍ଞାପନରେ ମଧ୍ୟ ନଜର ଆସିଛନ୍ତି। ଏଥିସହ ସେ ଅନେକ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି।

ଏବେ ଲେଖିକା ପାଲଟିଛନ୍ତି ଶ୍ରିୟା

ବର୍ତ୍ତମାନ ୨୭ ବର୍ଷ ବୟସ୍କା ଶ୍ରିୟା କେବଳ ଅଭିନୟରେ ସୀମିତ ରହିନାହାନ୍ତି, ବରଂ ଜଣେ ଲେଖିକା ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ସେ ବିକାଶ ଶର୍ମାଙ୍କ ସହ ମିଶି 'କର୍ମା ବ୍ୟାକଫାୟାର୍ଡ' ନାମକ ଏକ ଉପନ୍ୟାସ ମଧ୍ୟ ପ୍ରକାଶ କରିଛନ୍ତି। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ୍ ବ୍ୟାନରରେ ନିର୍ମିତ 'କସୌଟି ଜିନ୍ଦେଗୀ କେ' ତାଙ୍କ କ୍ୟାରିୟରର ଏକ ପ୍ରମୁଖ ଅଂଶ ଥିଲା, ଯାହା ୨୦୦୮ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥିଲା।

About The Author: Tapas Ranjan Nanda