‘ଚନ୍ଦୁ ଚାମ୍ପିୟନ୍‌’ରେ ଏକାଠି ଆସିବେ କାର୍ତ୍ତିକ-ଶ୍ରଦ୍ଧା

ବଳିଉଡ୍‌ର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ୟନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ର ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି। ଏହାରି ଭିତରେ ସେ କିଛିଦିନ ତଳେ ତାଙ୍କର ଆଗାମୀ ସ୍ପୋର୍ଟସ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ୍‌’ର ଘୋଷଣା କରିଥିଲେ। ସିନେମାରେ ନାୟକ ଭାବେ କାର୍ତ୍ତିକ ସୁନିଶ୍ଚିତ ହୋଇଥିବା ବେଳେ ନାୟିକା କିଏ ହେବ ସେନେଇ କିଛି ଜଣାପଡ଼ି ନାହିଁ। ତେବେ ଏବେ ଏହି ସିନେମାରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା […]

ବଳିଉଡ୍‌ର ଲୋକପ୍ରିୟ ଅଭିନେତା କାର୍ତ୍ତିକ ଆର୍ୟନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସତ୍ୟ ପ୍ରେମ କି କଥା’ର ସଫଳତାକୁ ନେଇ ବେଶ୍ ଖୁସି ଅଛନ୍ତି। ଏହାରି ଭିତରେ ସେ କିଛିଦିନ ତଳେ ତାଙ୍କର ଆଗାମୀ ସ୍ପୋର୍ଟସ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ୍‌’ର ଘୋଷଣା କରିଥିଲେ। ସିନେମାରେ ନାୟକ ଭାବେ କାର୍ତ୍ତିକ ସୁନିଶ୍ଚିତ ହୋଇଥିବା ବେଳେ ନାୟିକା କିଏ ହେବ ସେନେଇ କିଛି ଜଣାପଡ଼ି ନାହିଁ। ତେବେ ଏବେ ଏହି ସିନେମାରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ସାଜିଦ ନାଡିୟାଡୱାଲା ଓ କବୀର ଖାନ୍ ଏହି ସିନେମା ପାଇଁ ନାୟିକାଙ୍କ ସନ୍ଧାନରେ ଥିବା ବେଳେ ଏଥିରେ ଶ୍ରଦ୍ଧାଙ୍କୁ ନେବା ପାଇଁ ସେମାନେ ଆଗ୍ରହୀ ଅଛନ୍ତି।

ଶ୍ରଦ୍ଧା ମଧ୍ୟ ଏହି ସିନେମା କରିବା ପାଇଁ ଉତ୍ସାହିତ ଥିବା ଜଣାପଡ଼ିଛି। ଅବଶ୍ୟ ସାଜିଦ୍‌ ଓ ଶ୍ରଦ୍ଧାଙ୍କ ମଧ୍ୟରେ ଫିଲ୍ମକୁ ନେଇ ଆଲୋଚନା ଜାରି ରହିଛି। ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସିନେମାରେ ନାୟିକା ଭାବେ ଶ୍ରଦ୍ଧାଙ୍କ ସମ୍ଭାବନା ଅଧିକ। ସେହିପରି ଯଦି ଏହି ସିନେମାରେ ସେ ନଜର ଆସନ୍ତି, ଏହା ପ୍ରଥମ ସିନେମା ହେବ, ଯେଉଁଥିରେ ଶ୍ରଦ୍ଧା ଓ କାର୍ତ୍ତିକ ସ୍କ୍ରିନ୍ ସେୟାର୍‌ କରିବେ। ଅବଶ୍ୟ ପୂର୍ବରୁ ଶ୍ରଦ୍ଧାଙ୍କ ଅଭିନୀତ ‘ତୁ ଝୁଠି ମେଁ ମକ୍କାର’ରେ କାର୍ତ୍ତିକ ଅତିଥି କଳାକାର ଭାବେ ନଜର ଆସିଥିଲେ। ଅନ୍ୟପକ୍ଷରେ ଏହି ସିନେମାଟି ଆସନ୍ତାବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବ।

About The Author: The Sakala