ବୋଟକ୍ସଠୁ ଦୂରରେ କରୀନା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଅଭିନୟ ବାଦ୍ ସବୁବେଳେ ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏବେ ସେ ନିଜକୁ କିଭଳି ଫିଟ୍ ଓ ସୁନ୍ଦର ରଖୁଛନ୍ତି, ସେ ସମ୍ପର୍କରେ କହିଛନ୍ତି। ଏବେ କରୀନା ସବୁପ୍ରକାର କୃତ୍ରିମ ଆଣ୍ଟି ଏଜିଂ ଟ୍ରିଟ୍‌ମେଣ୍ଟଠୁ ଦୂରରେ ରହିବାକୁ ଚାହିଁଛନ୍ତି। ତେଣୁ ସେ ପ୍ରାକୃତିକ ଉପାୟରେ ତ୍ବଚାକୁ ସୁନ୍ଦର ରଖୀବା ଦିଗରେ ଯତ୍ନବାନ ହୋଇଛନ୍ତି। ସେହିପରି ସେ ନିଜକୁ ଫିଟ୍‌ ରଖିବା ପାଇଁ ଯୋଗ, ହେଲଦି ଡାଏଟ୍ […]

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କରୀନା କପୁର ଅଭିନୟ ବାଦ୍ ସବୁବେଳେ ସୌନ୍ଦର୍ଯ୍ୟ ଓ ଫିଟ୍‌ନେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତେବେ ଏବେ ସେ ନିଜକୁ କିଭଳି ଫିଟ୍ ଓ ସୁନ୍ଦର ରଖୁଛନ୍ତି, ସେ ସମ୍ପର୍କରେ କହିଛନ୍ତି। ଏବେ କରୀନା ସବୁପ୍ରକାର କୃତ୍ରିମ ଆଣ୍ଟି ଏଜିଂ ଟ୍ରିଟ୍‌ମେଣ୍ଟଠୁ ଦୂରରେ ରହିବାକୁ ଚାହିଁଛନ୍ତି। ତେଣୁ ସେ ପ୍ରାକୃତିକ ଉପାୟରେ ତ୍ବଚାକୁ ସୁନ୍ଦର ରଖୀବା ଦିଗରେ ଯତ୍ନବାନ ହୋଇଛନ୍ତି। ସେହିପରି ସେ ନିଜକୁ ଫିଟ୍‌ ରଖିବା ପାଇଁ ଯୋଗ, ହେଲଦି ଡାଏଟ୍ ଏବଂ ସ୍କିନ୍ କେୟାର୍ ରୁଟିନ୍‌କୁ ନିଜର ନିତିଦିନର ଜୀବନଶୈଳୀରେ ସାମିଲ କରିଛନ୍ତି। ସେଥିପାଇଁ କରୀନା ସୂର୍ଯ୍ୟନମସ୍କାର, ପିଲେଟ ୱାକ୍‌ଆଉଟ୍‌କୁ କରିବା ସହ ଅଧିକ ପାଣି ପିଉଛନ୍ତି। ତାଙ୍କ ମତରେ, ଶରୀରକୁ ଫିଟ୍ ରଖୀବା ପାଇଁ ଠିକ୍ ଏକ୍ସରସାଇଜ୍ ଏବଂ ଡାଏଟ୍‌ ସବୁଠୁ ଜରୁରି। ତା’ସହ ସେ ଖାଦ୍ୟ ପାନୀୟରେ ଫଳ, ସାଲାଡ, ଘର ତିଆରି ଖାଦ୍ୟ, ହାଇଡ୍ରେଟିଂ ପାନୀୟ ଆଦି ହେଲଦି ଫୁଡ୍‌କୁ ସାମିଲ କରିଛନ୍ତି। ସେହିପରି ଜଙ୍କ ଓ ପ୍ରୋସେସଡ୍‌ ଖାଦ୍ୟପଦାର୍ଥଠାରୁ ନିଜକୁ ଦୂରେଇ ରଖୀଥିବା କରୀନା କହିଛନ୍ତି। ଅନ୍ୟପଟେ ତ୍ବଚାକୁ ସୁନ୍ଦର ରଖୀବା ପାଇଁ କ୍ଲିନଜିଂ, ମଏଶ୍ଚରାଇଜିଂ ଏବଂ ସନସ୍କ୍ରିନ୍‌ ବ୍ୟବହାର କରନ୍ତି। ତେବେ ପ୍ରକୃତ ସୁନ୍ଦରତା ବୋଟକ୍ସ କିମ୍ବା କସ୍‌ମେଟିକ୍ ସର୍ଜରୀରେ ନୁହେଁ, ବରଂ ଆତ୍ମବିଶ୍ବାସ ଏବଂ ଖୁସି ରହିବାରେ ଥିବା କରୀନା କହିଛନ୍ତି।

About The Author: The Sakala