ପ୍ରଭାସଙ୍କ ସହ କାମ କରିବେ କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଦ ବକିଂହମ୍‌ ମର୍ଡର୍ସ’ ପାଇଁ ଚର୍ଚ୍ଚାରେ। ଫିଲ୍ମରେ କରିନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ତେବେ କରିନା ଏବେ ନୂଆ ନୂଆ ଭୂମିକାରେ ଅଭିନୟ ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ କରିନାଙ୍କ ହାତକୁ ଏକ ବଡ଼ ପ୍ରୋଜେକ୍ଟ ଆସିଛି। ‘ଆନିମଲ’, ‘କବିର ସିଂହ’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଫିଲ୍ମରେ କରିନା କାମ କରିବାକୁ ଯାଉଛନ୍ତି। […]

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଏବେ ତାଙ୍କ ଫିଲ୍ମ ‘ଦ ବକିଂହମ୍‌ ମର୍ଡର୍ସ’ ପାଇଁ ଚର୍ଚ୍ଚାରେ। ଫିଲ୍ମରେ କରିନାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ତେବେ କରିନା ଏବେ ନୂଆ ନୂଆ ଭୂମିକାରେ ଅଭିନୟ ପାଇଁ ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ଇତିମଧ୍ୟରେ କରିନାଙ୍କ ହାତକୁ ଏକ ବଡ଼ ପ୍ରୋଜେକ୍ଟ ଆସିଛି। ‘ଆନିମଲ’, ‘କବିର ସିଂହ’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଫିଲ୍ମରେ କରିନା କାମ କରିବାକୁ ଯାଉଛନ୍ତି। ଫିଲ୍ମର ଟାଇଟଲ ରହିଛି ‘ସ୍ପିରିଟ୍‌’। ଏଥିରେ ତାଙ୍କ ସହ ସାଉଥ୍ ସୁପରଷ୍ଟାର୍‌ ପ୍ରଭାସ ନଜର ଆସିବେ। ତେବେ ଏଥିରେ କରିନା, ପ୍ରଭାସଙ୍କ ନାୟିକା ଭାବେ ଦେଖାଯିବେ। ସେହିଭଳି କରିନାଙ୍କ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଏଥିରେ ଖଳନାୟକ ଭାବେ ଦେଖାଯିବେ। ତେବେ ପ୍ରଥମ ଥର ପାଇଁ ସେଫ୍‌ ଓ କରିନା ‘ଓମ୍‌କାରା’(୨୦୦୬)ରେ ଏକାଠି କାମ କରିଥିଲେ। ଏହାପରେ ଉଭୟ ‘ଟସନ’, ‘କୁର୍ବାନ୍’, ‘ଏଜେଣ୍ଟ ବିନୋଦ’ ଭଳି ଫିଲ୍ମରେ କାମ କରିଥିଲେ।

About The Author: The Sakala