୧୪ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି ଈଶା

ବଲିଉଡ୍‌ ଅଭିନେତ୍ରୀ ଈଶା ଦେୱଲ ଦୀର୍ଘ ୧୪ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ତୁମ୍‌କୋ ମେରି କସମ୍’ ମାଧ୍ୟମରେ ସେ ପୁଣି ଥରେ ଅଭିନୟ ଦୁନିଆକୁ ଫେରିଛନ୍ତି। ଈଶା ଅନେକ ହିଟ୍‌ ସିନେମା ଭେଟି ଦେଇଥିଲେ ମଧ୍ୟ ତାଙ୍କ ମା’ ହେମାମାଳିନୀଙ୍କ ଭଳି ତାଙ୍କୁ ଆଶାତୀତ ସଫଳତା ମିଳି ନାହିଁ। ସେ ୨୦୦୨ ମସିହାରେ ‘କୋଇ ମେରେ ଦିଲ୍‌ ସେ ପୁଛେ’ରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ। ଏହାପରେ ସେ ଗୋଟିଏ […]

ବଲିଉଡ୍‌ ଅଭିନେତ୍ରୀ ଈଶା ଦେୱଲ ଦୀର୍ଘ ୧୪ ବର୍ଷ ପରେ ବଡ଼ ପରଦାକୁ ଫେରିଛନ୍ତି। ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ‘ତୁମ୍‌କୋ ମେରି କସମ୍’ ମାଧ୍ୟମରେ ସେ ପୁଣି ଥରେ ଅଭିନୟ ଦୁନିଆକୁ ଫେରିଛନ୍ତି। ଈଶା ଅନେକ ହିଟ୍‌ ସିନେମା ଭେଟି ଦେଇଥିଲେ ମଧ୍ୟ ତାଙ୍କ ମା’ ହେମାମାଳିନୀଙ୍କ ଭଳି ତାଙ୍କୁ ଆଶାତୀତ ସଫଳତା ମିଳି ନାହିଁ। ସେ ୨୦୦୨ ମସିହାରେ ‘କୋଇ ମେରେ ଦିଲ୍‌ ସେ ପୁଛେ’ରୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ।

ଏହାପରେ ସେ ଗୋଟିଏ ପରେ ଗୋଟିଏ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ। ଈଶା ତାଙ୍କ କ୍ୟାରିୟରରେ ୩୪ଟି ଫିଲ୍ମ କରିଛନ୍ତି। ସେ ଦୁଇଟି ସନ୍ତାନର ଜନନୀ ହେବା ପରେ ସିନେମାରୁ ବ୍ରେକ୍ ନେଇଥିଲେ। ଅନ୍ୟ ପକ୍ଷରେ ସ୍ବାମୀ ଭରତ ତଖତାନୀଙ୍କ ସହ ବିବାହ ବିଚ୍ଛେଦ ଘଟିବାରୁ ସେ ଏେବ ଫିଲ୍ମ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ତେବେ ଏକ୍ଷେତ୍ରରେ ତାଙ୍କୁ କେତେ ସଫଳତା ମିଳୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।

About The Author: The Sakala