ମିସ୍ ୟୁନିଭର୍ସ ବିଜୟୀ ହେବା ଏବଂ ନ୍ୟୁୟର୍କରେ ରହିବା କିପରି ବଦଳାଇ ଦେଲା ହରନାଜ୍ ସନ୍ଧୁଙ୍କ ଜୀବନ, ନିଜେ କଲେ ଖୁଲାସା

ମିସ୍ ୟୁନିଭର୍ସ ୨୦୨୧ (Miss Universe 2021) ବିଜେତା ତଥା ଅଭିନେତ୍ରୀ ହରନାଜ୍ ସନ୍ଧୁ ଖୁବ୍ କମ୍ ବୟସରୁ ଲାଇମ୍‌ଲାଇଟ୍‌ରେ ରହିଆସିଛନ୍ତି। ମାତ୍ର ୨୧ ବର୍ଷ ବୟସରେ ବିଶ୍ୱସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହେବା ପରେ ତାଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆସିଛି। ସମ୍ପ୍ରତି ଏକ ସାକ୍ଷାତକାରରେ ହରନାଜ୍ ପ୍ରକାଶ କରିଛନ୍ତି ଯେ ମିସ୍ ୟୁନିଭର୍ସ ମୁକୁଟ ଜିତିବା ଏବଂ ନ୍ୟୁୟର୍କରେ ରହିବା ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଏକ 'ନୂଆ ମଣିଷ'ରେ ପରିଣତ କରିଛି।

ନ୍ୟୁୟର୍କ ଆଣିଲା ଫ୍ୟାସନ୍‌ରେ ପରିବର୍ତ୍ତନ

ହରନାଜ୍‌ଙ୍କ କହିବା ଅନୁଯାୟୀ, ମିସ୍ ୟୁନିଭର୍ସ ଜିତିବା ପରେ ତାଙ୍କୁ ଭାରତ ତଥା ବିଶ୍ୱର ନାମୀଦାମୀ ଡିଜାଇନର୍‌ଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା। ସେ କହିଛନ୍ତି, "ଯେତେବେଳେ ମୁଁ ନ୍ୟୁୟର୍କ ଗଲି, ତାହା ମୋତେ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଲା। ନ୍ୟୁୟର୍କ ମୋତେ ଫ୍ୟାସନ୍ ବିଷୟରେ ବହୁତ କିଛି ଶିଖାଇଲା। ରଙ୍ଗ ଏବଂ ଆସେସୋରିଜ୍‌ର ବ୍ୟବହାରକୁ ନେଇ ମୋର ବୁଝାମଣାରେ ଏକ ବଡ଼ ପରିବର୍ତ୍ତନ ଦେଖି ମୁଁ ବହୁତ ଖୁସି ହୋଇଥିଲି। ଜଣେ ପଞ୍ଜାବୀ ଝିଅ ଭିତରେ ଏବେ ଫ୍ୟାସନ୍‌କୁ ନେଇ ଅନ୍ତର୍ଜାତୀୟ ବୁଝାମଣା ଆସିଯାଇଛି।

About The Author: Suryakanta