ପରଦା ପଛର କାହାଣୀ: ନିର୍ଦ୍ଦେଶକଙ୍କ ବଙ୍ଗଳାରେ ସୁଟ୍‌ ହୋଇଥିଲା ଏହି କମେଡି ଫିଲ୍ମ

ବଲିଉଡ୍‌ର ସଦାବାହାର କମେଡି ଫିଲ୍ମ ଭାବେ ଜଣାଯାଏ ‘ଗୋଲମାଲ୍‌’। ୧୯୭୯ରେ ପରଦାକୁ ଆସିଥିବା ଏହି ଫିଲ୍ମଟି ସେତେବେଳେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଥିଲା। ଅମୋଲ ପାଲେକର ଓ ଉତ୍ପଳ ଦତ୍ତଙ୍କ ଜବରଦସ୍ତ କମେଡି ଦର୍ଶକଙ୍କ ହୃଦୟ ଜିଣି ନେଇଥିଲା। ଏହି ଫିଲ୍ମର ବ୍ୟବସାୟକୁୁ ଦେଖୀ ଏହାକୁ ୫ଟି ଭାଷାରେ ରିମେକ୍ କରାଯାଇଥିଲା। ଫିଲ୍ମର ଗୀତ ଏବଂ ସଂଳାପ ଗୁଲ୍‌ଜାର ଲେଖିଥିଲେ। ଏହି ଫିଲ୍ମର ଗୀତ ‘ ଆନେୱାଲା ପଲ୍‌ ଜାନେବାଲା ହୈ’ ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମର ଟାଇଟଲ୍ […]

ବଲିଉଡ୍‌ର ସଦାବାହାର କମେଡି ଫିଲ୍ମ ଭାବେ ଜଣାଯାଏ ‘ଗୋଲମାଲ୍‌’। ୧୯୭୯ରେ ପରଦାକୁ ଆସିଥିବା ଏହି ଫିଲ୍ମଟି ସେତେବେଳେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଥିଲା। ଅମୋଲ ପାଲେକର ଓ ଉତ୍ପଳ ଦତ୍ତଙ୍କ ଜବରଦସ୍ତ କମେଡି ଦର୍ଶକଙ୍କ ହୃଦୟ ଜିଣି ନେଇଥିଲା। ଏହି ଫିଲ୍ମର ବ୍ୟବସାୟକୁୁ ଦେଖୀ ଏହାକୁ ୫ଟି ଭାଷାରେ ରିମେକ୍ କରାଯାଇଥିଲା। ଫିଲ୍ମର ଗୀତ ଏବଂ ସଂଳାପ ଗୁଲ୍‌ଜାର ଲେଖିଥିଲେ। ଏହି ଫିଲ୍ମର ଗୀତ ‘ ଆନେୱାଲା ପଲ୍‌ ଜାନେବାଲା ହୈ’ ବେଶ୍‌ ଲୋକପ୍ରିୟ ହୋଇଥିଲା। ଫିଲ୍ମର ଟାଇଟଲ୍ ଗୀତ ‘ଗୋଲମାଲ୍‌ ହୈ ଭାଇ ସବ୍‌ ଗୋଲମାଲ୍‌ ହୈ’କୁ ମଧ୍ୟ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ। ଫିଲ୍ମରେ ବିନ୍ଦିଆ ଗୋସ୍ୱାମୀ, ଦେବେନ ବର୍ମା ଏବଂ ଦୀନା ପାଠକ ମଧ୍ୟ ନଜର ଆସିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ହୃଷୀକେଶ ମୁଖାର୍ଜୀ। ୪୦ ଦିନ ମଧ୍ୟରେ ପୂରା ଫିଲ୍ମଟିକୁ ସୁଟ୍‌ କରାଯାଇଥିଲା।

ଫିଲ୍ମ ସମ୍ପର୍କରେ ସବୁଠୁ ଖାସ୍‌ କଥା ହେଉଛି ହୃଷୀକେଶଙ୍କ ବଙ୍ଗଳା ଓ ଏହାର ଆଖପାଖରେ ପୂରା ଫିଲ୍ମର ସୁଟିଂ କରାଯାଇଥିଲା। ଏକଦା ଏକ ସାକ୍ଷାତକାରରେ ଖୋଦ୍‌ ହୃଷୀକେଶ ଏ ବିଷୟରେ ଖୁଲ୍ଲାସା କରିଥିଲେ। ଫିଲ୍ମର କିଛି ସିନ୍‌କୁ ଛାଡ଼ିଦେଇ ପୂରା ଫିଲ୍ମଟିକୁ ତାଙ୍କ ବଙ୍ଗଳା ‘ଅନୁପମା’ରେ ସୁଟିଂ କରାଯାଇଛି ବୋଲି ସେ କହିଥିଲେ। ଫିଲ୍ମ ସମ୍ପର୍କରେ ଆଉ ଏକ ରୋଚକୀୟ କଥା ହେଉଛି ଫିଲ୍ମର କଳାକାରମାନେ ନିଜ ବ୍ୟବହୃତ ପୋଷାକଗୁଡ଼ିକ ପିନ୍ଧିଥିଲେ। ଫିଲ୍ମର ବଜେଟ୍‌ କୋଟିଏ ଟଙ୍କା ଥିଲା। ଏହା ବକ୍ସ ଅଫିସ୍‌ରେ ସାତ କୋଟି ଆୟ କରିଥିଲା। ଫିଲ୍ମର କଲେକ୍ସନ୍‌ ଦେଖୀ ହୃଷୀକେଶଙ୍କୁ କିଛି ଡିଷ୍ଟ୍ରିବ୍ୟୁଟର୍‌ ସେତେବେଳେ ‘ଗୋଲଡ୍ ମ୍ୟାନ୍‌’ ନାମରେ ସମ୍ବୋଧନ କରିବାକୁ ଲାଗିଲେ। ଏହି ଫିଲ୍ମ ପାଇଁ ଉତ୍ପଳଙ୍କୁ ପ୍ରଥମ ଫିଲ୍ମ ଫେୟାର ପୁରସ୍କାର ଓ ଅମୋଲଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା।

About The Author: The Sakala