ରୋହିତ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆଗ୍ରାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ୟୁପି ଏସଟିଏଫ୍ ଓ ମୁମ୍ବାଇ ପୋଲିସ

Suryakanta Picture
Published On

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଗୁଳିମାଡ଼ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (UP STF) ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ଉତ୍ତରପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତର ନାମ ପ୍ରଦୀପ କୁମାର ଓରଫ ଗାଠ ବୋଲି ଜଣାପଡିଛି। ଆଗ୍ରା-ଏଟା ରୋଡ୍ ସ୍ଥିତ ବାହ ପୋଲିସ ଷ୍ଟେସନ ଅଧୀନରେ ଥିବା ଛଦାମି ମଠା ଅଞ୍ଚଳରୁ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୫୬ ମିନିଟରେ ତାକୁ କାବୁ କରାଯାଇଛି।

ଆହୁରି ପଢ଼ନ୍ତୁ: ହ୍ରିତିକ ରୋଶନଙ୍କୁ ମିଳୁନାହିଁ ଭଲ ଭୂମିକା: 'ଲକ୍ ବାଇ ଚାନ୍ସ'ର 'ଜାଫର' ଭଳି ରୋଲ୍ ଖୋଜୁଛନ୍ତି ଅଭିନେତା, ପ୍ରତିକ୍ରିୟା ରଖିଲେ ସିଦ୍ଧାର୍ଥ ଆନନ୍ଦ

ଅଣ୍ଡରୱାର୍ଲ୍ଡରେ ଆଧିପତ୍ୟ ବିସ୍ତାର କରିବା ଥିଲା ଲକ୍ଷ୍ୟ

ପୋଲିସର ସୂଚନାନୁସାରେ, ଗତ ଫେବୃଆରୀ ୧, ୨୦୨୬ ତାରିଖ ରାତିରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା 'ଶେଟ୍ଟୀ ଟାୱାର' ଉପରକୁ ଗୁଳିମାଡ଼ ହୋଇଥିଲା। ବଲିଉଡ୍ ଇଣ୍ଡଷ୍ଟ୍ରିରେ ଆତଙ୍କ ଖେଳାଇବା ସହ ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ କୁଖ୍ୟାତ ଶୁଭମ୍ ଲୋନକର ଗ୍ୟାଙ୍ଗ୍ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛି ଯେ, ସେ ସୋସିଆଲ୍ ମିଡିଆ ଯଥା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଲୋନକର ଗ୍ୟାଙ୍ଗର ପୋଷ୍ଟ ଦେଖି ଅନୁପ୍ରାଣିତ ହୋଇଥିଲା। ଅଣ୍ଡରୱାର୍ଲ୍ଡରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସେ ନିଜର ଅନ୍ୟ ସହଯୋଗୀଙ୍କ ସହ ମିଶି ଏହି ଅପରାଧରେ ସାମିଲ ହୋଇଥିଲା।

ଆହୁରି ପଢ଼ନ୍ତୁ: ୨୧ ବର୍ଷର ବିବାହ ବିଚ୍ଛେଦ ଏବଂ ମା'ଙ୍କ କ୍ୟାନ୍ସର; ଜୀବନର ସବୁଠାରୁ କଠିନ ସମୟକୁ ମନେ ପକାଇଲେ ଅର୍ଜୁନ ରାମ୍ପାଲ

କଡ଼ା ସୁରକ୍ଷା ବଳୟରେ ମୁମ୍ବାଇ ନେଲା ପୋଲିସ

ମୁମ୍ବାଇ କ୍ରାଇମବ୍ରାଞ୍ଚ ଏବଂ ୟୁପି ଏସଟିଏଫ୍ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଏବଂ ବୈଷୟିକ ବିଶ୍ଳେଷଣ ଫଳରେ ଏହି ଅପରେସନ ସଫଳ ହୋଇପାରିଛି ବୋଲି ଆଗ୍ରା ଏସଟିଏଫ୍ ଫିଲ୍ଡ ୟୁନିଟର ଅତିରିକ୍ତ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗିରଫଦାରୀ ପରେ ଅଭିଯୁକ୍ତ ପ୍ରଦୀପକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏହି ହାଇ-ପ୍ରୋଫାଇଲ୍ ମାମଲାରେ ପୂର୍ବରୁ ଆହୁରି ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ଅସ୍ତ୍ରଶସ୍ତ୍ର ଆଇନ ଏବଂ କଠୋର ମକୋକା (MCOCA) ଆଇନ ଅଧୀନରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ଅଭିନୟ ଛାଡ଼ିବା ଗୁଜବ ଉପରେ ଟ୍ରୋଲରଙ୍କୁ କଡ଼ା ଜବାବ ଦେଲେ ହର୍ଷବର୍ଦ୍ଧନ କପୁର, କହିଲେ- 'ଆହୁରି କାନ୍ଦ'

17 Apr 2026 By Suryakanta

ରୋହିତ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଆଗ୍ରାରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ୟୁପି ଏସଟିଏଫ୍ ଓ ମୁମ୍ବାଇ ପୋଲିସ

ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଗୁଳିମାଡ଼ ଘଟଣାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଉତ୍ତରପ୍ରଦେଶ ସ୍ପେଶାଲ ଟାସ୍କ ଫୋର୍ସ (UP STF) ଏବଂ ମୁମ୍ବାଇ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ଉତ୍ତରପ୍ରଦେଶର ଆଗ୍ରାରୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତର ନାମ ପ୍ରଦୀପ କୁମାର ଓରଫ ଗାଠ ବୋଲି ଜଣାପଡିଛି। ଆଗ୍ରା-ଏଟା ରୋଡ୍ ସ୍ଥିତ ବାହ ପୋଲିସ ଷ୍ଟେସନ ଅଧୀନରେ ଥିବା ଛଦାମି ମଠା ଅଞ୍ଚଳରୁ ଗୁରୁବାର ଅପରାହ୍ନ ପ୍ରାୟ ୩ଟା ୫୬ ମିନିଟରେ ତାକୁ କାବୁ କରାଯାଇଛି।

ଅଣ୍ଡରୱାର୍ଲ୍ଡରେ ଆଧିପତ୍ୟ ବିସ୍ତାର କରିବା ଥିଲା ଲକ୍ଷ୍ୟ

ପୋଲିସର ସୂଚନାନୁସାରେ, ଗତ ଫେବୃଆରୀ ୧, ୨୦୨୬ ତାରିଖ ରାତିରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା 'ଶେଟ୍ଟୀ ଟାୱାର' ଉପରକୁ ଗୁଳିମାଡ଼ ହୋଇଥିଲା। ବଲିଉଡ୍ ଇଣ୍ଡଷ୍ଟ୍ରିରେ ଆତଙ୍କ ଖେଳାଇବା ସହ ଚାନ୍ଦା ଆଦାୟ କରିବା ଉଦ୍ଦେଶ୍ୟରେ କୁଖ୍ୟାତ ଶୁଭମ୍ ଲୋନକର ଗ୍ୟାଙ୍ଗ୍ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଇଥିଲା। ପଚରାଉଚରା ବେଳେ ଅଭିଯୁକ୍ତ ସ୍ୱୀକାର କରିଛି ଯେ, ସେ ସୋସିଆଲ୍ ମିଡିଆ ଯଥା ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଲୋନକର ଗ୍ୟାଙ୍ଗର ପୋଷ୍ଟ ଦେଖି ଅନୁପ୍ରାଣିତ ହୋଇଥିଲା। ଅଣ୍ଡରୱାର୍ଲ୍ଡରେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ସେ ନିଜର ଅନ୍ୟ ସହଯୋଗୀଙ୍କ ସହ ମିଶି ଏହି ଅପରାଧରେ ସାମିଲ ହୋଇଥିଲା।

କଡ଼ା ସୁରକ୍ଷା ବଳୟରେ ମୁମ୍ବାଇ ନେଲା ପୋଲିସ

ମୁମ୍ବାଇ କ୍ରାଇମବ୍ରାଞ୍ଚ ଏବଂ ୟୁପି ଏସଟିଏଫ୍ ମଧ୍ୟରେ ଗୁଇନ୍ଦା ସୂଚନା ଆଦାନପ୍ରଦାନ ଏବଂ ବୈଷୟିକ ବିଶ୍ଳେଷଣ ଫଳରେ ଏହି ଅପରେସନ ସଫଳ ହୋଇପାରିଛି ବୋଲି ଆଗ୍ରା ଏସଟିଏଫ୍ ଫିଲ୍ଡ ୟୁନିଟର ଅତିରିକ୍ତ ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗିରଫଦାରୀ ପରେ ଅଭିଯୁକ୍ତ ପ୍ରଦୀପକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏହି ହାଇ-ପ୍ରୋଫାଇଲ୍ ମାମଲାରେ ପୂର୍ବରୁ ଆହୁରି ଅନେକ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇ ସାରିଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ଅସ୍ତ୍ରଶସ୍ତ୍ର ଆଇନ ଏବଂ କଠୋର ମକୋକା (MCOCA) ଆଇନ ଅଧୀନରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର