ସୂର୍ଯ୍ୟବଂଶୀକୁ ଟକ୍କର ଦେବ ଅନ୍ତିମ

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ରୋହିତ୍ ସେଟ୍ଟି କିଛି ଦିନ ପୂର୍ବରୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଚଳିତବର୍ଷ ଦୀପାବଳି ଅବସରରେ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେବ ବୋଲି ରୋହିତ୍ ଘୋଷଣା କରିଛନ୍ତି। ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍ ଓ ଅକ୍ଷୟ କୁମାର ଲିଡ୍ ରୋଲରେ ନଜର ଆସିବେ। ଏଥିରେ ଅଜୟ ଦେବଗନ୍ ଓ ରଣବୀର କପୁର ଅତିଥି କଳାକାର ଭାବେ ଦେଖା ଯିବେ । ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୋଷଣା ହେବା ପରେ […]

ବଲିଉଡ୍‌ର ଆଗଧାଡ଼ିର ନିର୍ଦ୍ଦେଶକ ରୋହିତ୍ ସେଟ୍ଟି କିଛି ଦିନ ପୂର୍ବରୁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି । ଚଳିତବର୍ଷ ଦୀପାବଳି ଅବସରରେ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେବ ବୋଲି ରୋହିତ୍ ଘୋଷଣା କରିଛନ୍ତି। ‘ସୂର୍ଯ୍ୟବଂଶୀ’ରେ କ୍ୟାଟ୍ରିନା କୈଫ୍ ଓ ଅକ୍ଷୟ କୁମାର ଲିଡ୍ ରୋଲରେ ନଜର ଆସିବେ। ଏଥିରେ ଅଜୟ ଦେବଗନ୍ ଓ ରଣବୀର କପୁର ଅତିଥି କଳାକାର ଭାବେ ଦେଖା ଯିବେ । ‘ସୂର୍ଯ୍ୟବଂଶୀ’ର ରିଲିଜ୍ ଡେଟ୍ ଘୋଷଣା ହେବା ପରେ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ୍ ଡେଟ୍‌କୁ ନେଇ ଏବେ ଚର୍ଚ୍ଚା।

ଏଥିରେ ଆୟୁଷ ଶର୍ମା ଓ ସଲମାନ୍‌ ଖାନ୍ ଆକ୍ସନ ଅବତାରରେ ନଜର ଆସିବେ। ‘ଅନ୍ତମ’କୁ ଦୀପାବଳିରେ ରିଲିଜ୍ କରିବା ପାଇଁ ଏବେ ଏହାର ପ୍ରଯୋଜନା ସଂସ୍ଥା ଯୋଜନା କରିଥିବାର ଜଣାପଡିଛି। ଯଦି ଏହା ସତ ହୁଏ ତେବେ ଦୀପାବଳିରେ ଅକ୍ଷୟଙ୍କୁ କଡା ଟକ୍କର ଦେବେ ସଲମାନ୍ । ନିକଟରେ ‘ଅନ୍ତିମ’ର ନିର୍ଦ୍ଦେଶକ ମହେଶ ମଞ୍ଜରେକର୍ ‘ଅନ୍ତିମ’କୁ ନଭେମ୍ବରରେ ରିଲିଜ୍ କରିବା ପାଇଁ ଯୋଜନା ରଖିଥିବା କଥା ନିକଟରେ କହିଥିଲେ। ଅବଶ୍ୟ ସେ ତାରିଖ ସମ୍ପର୍କରେ କିଛି ସ୍ପଷ୍ଟ କହିନାହାନ୍ତି। ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’କୁ ଦର୍ଶକେ ବିଗତେ ଦୁଇ ବର୍ଷ ହେଲା ଅପେକ୍ଷା କରିଛନ୍ତି ।

ଦୀପାବଳିରେ ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେଉଥିବାର ଜାଣି ଅନେକ ନିର୍ଦ୍ଦେଶକ ଦୀପାବଳିରେ ସେମାନଙ୍କ ଫିଲ୍ମ ରିଲିଜ୍ କରିବାକୁ ଇଚ୍ଛା କରୁନାହାନ୍ତି। କାରଣ ଅକ୍ଷୟଙ୍କ ସଫଳତାକୁ ଦେଖି ସେମାନେ ପଛଘୁଞ୍ଚା ଦେଉଛନ୍ତି । ଅପରପକ୍ଷରେ ସଲମାନଙ୍କ ପ୍ରଶଂସକଙ୍କ ସଂଖ୍ୟା ଅଧିକ ଥିବାରୁ ‘ଅନ୍ତିମ’ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ ଯାହାହେଉ ଅକ୍ଷୟ ଓ ସଲମାନଙ୍କ ମଧ୍ୟରେ କିଏ ବକ୍ସ ଅଫିସ୍‌ରେ ସଫଳ ହେବେ, ତାହା ଭବିଷ୍ୟତ ହିଁ କହିବ ।

About The Author: The Sakala