କରୋନା ମହାମାରୀ ସମୟରେ ହଲ୍‌ଗୁଡ଼ିକରେ ‘ବେଲ୍‌ ବଟମ୍’ ରିଲିଜ୍‌ ହୋଇଥିବାରୁ ଅକ୍ଷୟଙ୍କୁ ପ୍ରଶଂସା କଲେ ଅଜୟ

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ‘ବେଲ୍‌ ବଟମ୍’ ଆଜି ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହୋଇଛି। ପୂରା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ବଡ଼ ଦିନ। କରୋନା ଯୋଗୁଁ ବହୁ ଦିନ ପରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ‘ବେଲ୍ ବଟମ୍’ ମାଧ୍ୟମରେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଅକ୍ଷୟ ଓ ଫିଲ୍ମର ନିର୍ମାତାଙ୍କୁ ସବୁବର୍ଗର ଲୋକେ ପ୍ରଶଂସା କରିଛନ୍ତି। ଅକ୍ଷୟଙ୍କ ଏହି କାମ ପାଇଁ ବଲିଉଡ୍‌ ଅଭିନେତା ଅଜୟ […]

ବଲିଉଡ୍‌ର ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାର ‘ବେଲ୍‌ ବଟମ୍’ ଆଜି ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହୋଇଛି। ପୂରା ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଏକ ବଡ଼ ଦିନ। କରୋନା ଯୋଗୁଁ ବହୁ ଦିନ ପରେ ସିନେମା ହଲ୍‌ଗୁଡ଼ିକ ଖୋଲିଛି। ‘ବେଲ୍ ବଟମ୍’ ମାଧ୍ୟମରେ ସିନେମା ହଲ୍‌ରେ ଫିଲ୍ମ ରିଲିଜ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଅକ୍ଷୟ ଓ ଫିଲ୍ମର ନିର୍ମାତାଙ୍କୁ ସବୁବର୍ଗର ଲୋକେ ପ୍ରଶଂସା କରିଛନ୍ତି। ଅକ୍ଷୟଙ୍କ ଏହି କାମ ପାଇଁ ବଲିଉଡ୍‌ ଅଭିନେତା ଅଜୟ ଦେବଗନ ତାଙ୍କର ପ୍ରଶଂସା କରିଛନ୍ତି। ଏସମ୍ପର୍କରେ ଅଜୟ ଟ୍ବିଟ୍ କରି ଲେଖିଥିଲେ ଯେ, ଅକ୍କି ‘ବେଲ୍‌ବଟମ୍‌’ ଫିଲ୍ମଟି ଭଲ ହୋଇଛି ବୋଲି ମୁଁ ଶୁଣୁଛି। ଏହାକୁ ସିନେମା ହଲ୍‌ରେ ରିଲିଜ୍‌ ପାଇଁ ତମେ ଯେଉଁ ସାହସ ଦେଖାଇଛ ସତରେ ତାହା ପ୍ରଶଂସାଯୋଗ୍ୟ।


ଏହାର ଜବାବରେ ଅକ୍ଷୟ ଲେଖିଛନ୍ତି ଯେ- ବହୁତ ବହୁତ ଧନ୍ୟବାଦ ଭାଈ। ଆଶାକରୁଛି ଜଲ୍‌ଦି ମହାରାଷ୍ଟ୍ରରେ ସିନେମା ହଲ୍‌ଗୁଡ଼ିକ ଖୋଲିଯାଉ, ଆଉ ଆପଣ ସିନେମାଟିକୁ ହଲ୍‌ରେ ଦେଖନ୍ତୁ। ଫିଲ୍ମ ବିଷୟରେ ତୁମର ରାୟ ଶୁଣିବାକୁ ଚାହୁଁଛି। ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ୍‌ ମଧ୍ୟ ଏଥିପାଇଁ ଅକ୍ଷୟଙ୍କୁ ପ୍ରଶଂସା କରିଛନ୍ତି। ଏହାସହ ପୂରାଟିମ୍‌କୁ କଙ୍ଗନା ପ୍ରଶଂସା କରିଛନ୍ତି।

About The Author: The Sakala