ଉପକଣ୍ଠରେ ମାତିଛନ୍ତି ଗୁଣ୍ଡୁରି ଚୋର, ଦୋକାନୀଙ୍କୁ ଅନ୍ୟମନସ୍କ କରି ବାକ୍ସରୁ ଲୁଟି ନେଉଛନ୍ତି ଟଙ୍କା

ବାଲିପାଟଣା : ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଗୁଣ୍ଡୁରୀ ଚୋର। ବାଲିପାଟଣା ଏବଂ ବାଲିଅନ୍ତା ଥାନା ଅଞ୍ଚଳର ବିଭିନ୍ନ ଦୋକାନୀଙ୍କୁ ଏମାନେ ଟାର୍ଗେଟ୍‍ କରୁଛନ୍ତି। ନିମିଷକରେ ହାତ ସଫେଇ କରି ଟଙ୍କା ବାକ୍ସରୁ ଲୁଟି ନେଉଛନ୍ତି ଟଙ୍କା। ଗତ କିଛିଦିନ ହେବ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ବାଲିପାଟଣା ବ୍ଲକ ଛକରେ ଥିବା ଏକ ଦୋକାନର ଟଙ୍କା ବାକ୍ସରୁ ଦୁର୍ବୃତ୍ତମାନେ କୌଶଳ କ୍ରମେ […]

ବାଲିପାଟଣା : ରାଜଧାନୀ ଉପକଣ୍ଠରେ ମାତିଛନ୍ତି ଗୁଣ୍ଡୁରୀ ଚୋର। ବାଲିପାଟଣା ଏବଂ ବାଲିଅନ୍ତା ଥାନା ଅଞ୍ଚଳର ବିଭିନ୍ନ ଦୋକାନୀଙ୍କୁ ଏମାନେ ଟାର୍ଗେଟ୍‍ କରୁଛନ୍ତି। ନିମିଷକରେ ହାତ ସଫେଇ କରି ଟଙ୍କା ବାକ୍ସରୁ ଲୁଟି ନେଉଛନ୍ତି ଟଙ୍କା। ଗତ କିଛିଦିନ ହେବ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଦୋକାନୀମାନେ ଏବେ ଚିନ୍ତାରେ ପଡ଼ିଛନ୍ତି। ସୂଚନା ଅନୁଯାୟୀ, ବୁଧବାର ବାଲିପାଟଣା ବ୍ଲକ ଛକରେ ଥିବା ଏକ ଦୋକାନର ଟଙ୍କା ବାକ୍ସରୁ ଦୁର୍ବୃତ୍ତମାନେ କୌଶଳ କ୍ରମେ ୧୫୦୦ ଟଙ୍କା ଚୋରି କରିନେଇଛନ୍ତି। ସେହିପରି ଗତ ସୋମବାର ବାଲିପାଟଣା ଥାନା ଧାନହରା ବଜାରରେ ଥିବା ଏକ ହାର୍ଡୱେର୍‍ ଦୋକାନକୁ ୨ ଜଣ ଦୁର୍ବୃତ୍ତ ଆସି ଏକ ଜିନିଷ କିଣିଥିଲେ। ଜିନିଷ ବାବଦକୁ ୫ ଶହ ଟଙ୍କିଆ ନୋଟ୍‍ ଦୋକାନ କର୍ମଚାରୀଙ୍କୁ ଦେଇଥିଲେ। କର୍ମଚାରୀ ଜଣକ ଅବଶିଷ୍ଟ ଟଙ୍କା ଫେରସ୍ତ କରିବା ପରେ ଏକ ୫୦ ଟଙ୍କିଆ ନୋଟ୍‍କୁ ବଦଳାଇବା ପାଇଁ ଦୁର୍ବୃତ୍ତମାନେ କହିଥିଲେ।

କମର୍ଚାରୀଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ କୌଶଳ କ୍ରମେ କ୍ୟାସ୍‍ ଡ୍ରରୁ ୨୫୦୦ ଟଙ୍କା ନେଇଯାଇଥିଲା। କିଛିଦିନ ପୂର୍ବେ ବାଲିଅନ୍ତା ଥାନା ରଙ୍ଗବଜାରରେ ଥିବା ଏକ ହାର୍ଡୱେର ଦୋକାନରୁ ଦୁଇ ଜଣ ଦୁର୍ବୃତ୍ତ ଜିନିଷ କିଣିବା ବାହାନାରେ ୨୨ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ବାଲିପାଟଣା ଏବଂ ବାଲିଅନ୍ତା ଥାନା ଅଞ୍ଚଳରୁ ବିଭିନ୍ନ ଦୋକାନରୁ ଏହିଭଳି ଭାବେ ଚୋରି ହେଉଛି। କିଛି ମାମଲା ଥାନାକୁ ଯାଉଥିବା ବେଳେ ଆଉ କିଛି ଦୋକାନୀ ଥାନା ଓ ପୁଲିସ ଚକ୍କରରେ ନ ପଡ଼ିବା ପାଇଁ ଏତଲା ଦେଉନାହାନ୍ତି। ତେବେ ବ୍ୟବସାୟୀମାନେ ନିଜ ଦୋକାନର ଟଙ୍କା ବାକ୍ସକୁ ତାଲା ପକାଇ ରଖିବା ସହ ଆବଶ୍ୟକ ସ୍ଥଳେ ସିସିଟିଭି ଲଗାଇବାକୁ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

About The Author: The Sakala