ଡିସିପିଙ୍କ କଡ଼ା ଚେତାବନୀ, ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼

ଭୁବନେଶ୍ବକ: ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଏଭଳି ମେସେଜ ଦେଇ କମିଶନରେଟ ପୁଲିସ ଆରମ୍ଭ କରିଛି HER ବା High Efficiency Response । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୁଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ […]

ଭୁବନେଶ୍ବକ: ମହିଳାଙ୍କୁ ଦୁର୍ବ୍ୟବହାର ଛାଡ଼ ନହେଲେ ଭୁବନେଶ୍ୱର ଛାଡ଼। ଏଭଳି ମେସେଜ ଦେଇ କମିଶନରେଟ ପୁଲିସ ଆରମ୍ଭ କରିଛି HER ବା High Efficiency Response । କୌଣସି କର୍ମଜୀବୀ ମହିଳାଙ୍କୁ ଦୁର୍ବ୍ୟବହାର ବା ମହିଳାଙ୍କୁ ନିର୍ଯ୍ୟାତନା ଘଟଣାରେ ଆକ୍ସନ ନେଉଛି ଏହି ଟିମ୍। କିଛିଦିନ ତଳେ ହାଇଟେକ ମେଡ଼ିକାଲ କଲେଜର ଜଣେ ନର୍ସଙ୍କୁ ଦୁର୍ବ୍ୟବହାର ଘଟଣାରେ ଆକ୍ସନ ନେଇଛି ପୁଲିସ । ସେହିଭଳି ଗତକାଲି ରାମ ନବମୀ ବେଳେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଟିମର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ସୁରକ୍ଷା। ଏ ଟିମର ନେତୃତ୍ୱ ନେଉଛନ୍ତି ଏସିପି ଅଞ୍ଜନା ଟୁଡୁ। ମୋଟ ୧୪ ଜଣ ମହିଳା ପୁଲିସ ଅଫିସର ଏହି ଟିମର ମେମ୍ବର ରହିଛନ୍ତି। ଏଥିପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଏହି ନମ୍ବର ହେଉଛି ୬୩୭୨୫୦୦୪୦୦। ଯେଉଁମାନେ ଅସୁବିଧା ସମୟରେ ଏହି ନମ୍ବରକୁ କଲ କରିବେ ସେମାନଙ୍କ ନମ୍ବର ମଧ୍ୟ ଗୋପନ ରଖାଯିବ। ପୁଲିସ ମଧ୍ୟ ଅଧିକାଂଶ କେସରେ ନିଜ ତରଫରୁ କେସ ରୁଜୁ କରୁଛି। ପିସିଆର ନମ୍ବର ୧୧୨କୁ କଲ କଲେ ମଧ୍ୟ ଏହି ନମ୍ବରକୁ ଡାଇଭର୍ଟ କରାଯାଉଛି। ଖଟି, ମାର୍କେଟ, ପାର୍କରେ ସାଦା ପୋଷାକରେ ପଇଁତରା ମାରୁଛନ୍ତି ଏହି ମହିଳା ସ୍କ୍ୱାର୍ଡ। ଆଗକୁ ଏହି ଟିମ ମହିଳାଙ୍କୁ ଦୁର୍ବ୍ୟବହାର ଓ ନିର୍ଯ୍ୟାତନା ଘଟଣାରେ ଅଭିଯୁକ୍ତଙ୍କୁ ଦୃଢ଼ ହସ୍ତରେ ଦମନ କରିବ ବୋଲି କହିଛନ୍ତି ଡିସିପି।

About The Author: The Sakala