କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ବଢିଲା ଅଡୁଆ, NBW ଜାରି କରିବା ଆବେଦନକୁ ଗ୍ରହଣ କଲେ କୋର୍ଟ

କଟକ: ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଏନବିଡବ୍ଲୁ ଜାରି କରିବାକୁ ପୁଲିସ କୋର୍ଟରେ ଆବେଦନ କରିଛି। ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ। ସୌରିନଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ରହିଛି । ଖବର ଅନୁଯାୟୀ, ଗତ ଜୁନ୍ ୧୨ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା […]

କଟକ: ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ। ଏନବିଡବ୍ଲୁ ଜାରି କରିବାକୁ ପୁଲିସ କୋର୍ଟରେ ଆବେଦନ କରିଛି। ତଦନ୍ତରେ ସହଯୋଗ କରୁନଥିବାରୁ ସୌରିନଙ୍କୁ ଯେକୌଣସି ସମୟରେ ପୋଲିସ ଗିରଫ କରିପାରେ। ସୌରିନଙ୍କ ବିରୋଧରେ ଯୌନ ନିର୍ୟାତନା ଅଭିଯୋଗ ରହିଛି ।

ଖବର ଅନୁଯାୟୀ, ଗତ ଜୁନ୍ ୧୨ ତାରିଖରେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ନେଇ ଜଣେ ଯୁବତୀ କଟକ ମହିଳା ଥାନାରେ ସୌରିନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସୌରିନ ଭଟ୍ଟ ବିବାହିତ ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ। ପରେ ଯୁବତୀଙ୍କୁ ସୌରିନ ବ୍ଲାକମେଲ କରିଥିଲେ ବୋଲି ଅଭିଯୋଗ ହୋଇଛି। ସୌରିନ ଭଟ୍ଟ କରିଥିବା ଆଗୁଆ ଜାମିନ ଆବେଦନକୁ ନାମଞ୍ଜୁର କରିଥିଲେ ହାଇକୋର୍ଟ ।

About The Author: The Sakala