ଆସିଷ୍ଟାଣ୍ଟ ପ୍ରଫେସର୍‍ଙ୍କୁ ଦୁଷ୍କର୍ମ, ବ୍ଲାକ ମେଲ୍‍ କରି ୨ଲକ୍ଷ ନେଲାଣି ପ୍ରେମିକ

ଖଣ୍ଡଗିରି: ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯୁବତୀ ଜଣକ ଛତିଶଗଡ଼଼ କବିର ନଗର ଥାନାରେ ଅଭିଯୋଗ କରିଛନ୍ତି। ରାୟପୁର ଡିଆଇଜି ପ୍ରଥମେ ଜିରୋ ଏଫଆଇଆରରେ ମାମଲା ରୁଜୁକରି କମିସନରେଟ୍‍ ପୁଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ଛତିଶଗଡ଼଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ଜଣେ ୨୪ […]

ଖଣ୍ଡଗିରି: ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନର ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯୁବତୀ ଜଣକ ଛତିଶଗଡ଼଼ କବିର ନଗର ଥାନାରେ ଅଭିଯୋଗ କରିଛନ୍ତି। ରାୟପୁର ଡିଆଇଜି ପ୍ରଥମେ ଜିରୋ ଏଫଆଇଆରରେ ମାମଲା ରୁଜୁକରି କମିସନରେଟ୍‍ ପୁଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି।

ଅଭିଯୋଗ ଅନୁଯାୟୀ, ଛତିଶଗଡ଼଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ଜଣେ ୨୪ ବର୍ଷୀୟ ଯୁବତୀ ଗତବର୍ଷ ମାର୍ଚ୍ଚ ମାସରେ ଜାଗମରା ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଥିଲେ। ପୂର୍ବରୁ ସେଠାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଉମେଶ ସୁଧାକରଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଗତବର୍ଷ ସେପ୍ଟେମ୍ୱର ମାସରେ ଉମେଶ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଜାଗମରା ଠାରେ ଥିବା ହୋଟେଲ ସନ୍ଧ୍ୟା ଇନ୍‍କୁ ଡକାଇଥିଲା। ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଜଣକ ହୋଟେଲରେ ପହଞ୍ଚିବା ପରେ ଉମେଶ ତାଙ୍କୁ ଥଣ୍ଡାପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲା। ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଚେତା ହରାଇବା ପରେ ଉମେଶ ତାଙ୍କ ସହିତ ଦୁଷ୍କର୍ମ କରିବା ସହ ତାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲା। ଭିଡିଓ ଦେଖାଇ ବ୍ଲାକ ମେଲ୍‍ କରିବା ସହିତ ସେପ୍ଟେମ୍ୱର ୧୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓକୁ ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ଙ୍କ ହ୍ୱାଟ୍‍ସାପକୁ ପଠାଇ ବ୍ଲାକ ମେଲ୍‍ କରି ଟଙ୍କା ମାଗିଥିଲା। ଯୁବତୀ ଜଣକ ଉମେଶର ଅତ୍ୟାଚାରରୁ ବର୍ତ୍ତିବା ପାଇଁ ତାକୁ ଏକଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ। କିନ୍ତୁ ଟଙ୍କା ନେବା ପରେ ମଧ୍ୟ ଉମେଶର ନିର୍ଯାତନା ବନ୍ଦ ହୋଇ ନ ଥିଲା।

ଉମେଶ ଭିଡିଓଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଦେବ ବୋଲି ଧମକ ଦେଇ ଗତବର୍ଷ ଡିସେମ୍ୱର ମାସ ପ୍ରଥମ ସପ୍ତାହରେ ୨ ଦିନ ଧରି ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ଙ୍କୁ ଦୁଷ୍କର୍ମ କରିଥିଲା ଓ ପୁଣି ଟଙ୍କା ଦାବି କରିଥିଲା। ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଲୋକଲଜ୍ଜା ଭୟରେ ଗତ ମାର୍ଚ୍ଚ ମାସ ଶେଷ ଭାଗରେ ଫୋନ ପେ’ ମାଧ୍ୟମରେ ପୁଣି ଉମେଶକୁ ୫୦ ହଜାର ଟଙ୍କା ଦେଇଥିଲେ। ଦେଢ଼ ଲକ୍ଷ ଟଙ୍କା ନେବା ପରେ ମଧ୍ୟ ଉମେଶ ପୁଣି ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ଙ୍କୁ ଧମକାଇ ଗତ ଏପ୍ରିଲ ମାସରେ ଯୁବତୀ ରହୁଥିବା ଘରକୁ ଯାଇଥିଲା। ସେଠାରେ ଏକ ସପ୍ତାହ ଧରି ତାଙ୍କ ସହିତ ଦୁଷ୍କର୍ମ କରିବା ପରେ ଟଙ୍କା ମାଗିଥିଲା। ଟଙ୍କା ନ ଦେଲେ ଅଶ୍ଳୀଳ ଭିଡିଓଗୁଡ଼ିକ ଯୁବତୀଙ୍କ ବାପା ମା’ଙ୍କୁ ପଠାଇ ଦେବ ବୋଲି ଧମକ ଦେଇଥିଲା। ବାପା ମା’ ଜାଣିଯିବା ଭୟରେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଉମେଶକୁ ୫୦ ହଜାର ଟଙ୍କା ଦେଇଥିଲେ। ଦୁଇ ଲକ୍ଷ ଟଙ୍କା ନେବାପରେ ମଧ୍ୟ ଉମେଶର ନିର୍ଯାତନା ବଢ଼଼ିବାରେ ଲାଗିଥିଲା।

ନିର୍ଯାତନା ସହି ନ ପାରି ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଆଇନର ଆଶ୍ରୟ ନେବେ ବୋଲି କହିବାରୁ କିଛି ଫରକ ପଡ଼ିବନି ବୋଲି ଉମେଶ କହିଥିଲା। ଏଥିସହିତ ତାଙ୍କୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ତେବେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ ଭୟଭୀତ ହୋଇ ନିଜ ଘର ଛତିଶଗଡ଼଼ ପଳାଇଥିଲେ ଓ ତାଙ୍କ ମା’ଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପରିବାର ଲୋକଙ୍କ ପରାମର୍ଶକ୍ରମେ ଗତ ମଙ୍ଗଳବାର ଦିନ ମହିଳା ଆସିଷ୍ଟାଣ୍ଟ ପ୍ରଫେସର୍‍ କବିର ନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଜିରୋ ଏଫଆଇଆର ରୁଜୁ କରି ରାୟପୁର ଡିଆଇଜିଙ୍କୁ ଜଣାଇଥିଲେ। ରାୟପୁର ଡିଆଇଜି ମାମଲା ସମ୍ୱନ୍ଧୀୟ ସମସ୍ତ ଦସ୍ତାବିଜ କମିସନରେଟ ପୁଲିସକୁ ପଠାଇବା ସହିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାୟପୁର ଡିଆଇଜିଙ୍କ ନିର୍ଦ୍ଦେଶ କ୍ରମେ ଖଣ୍ଡଗିରି ଥାନାରେ ଉମେଶ ବିରୋଧରେ ଦଫା ୩୭୬/୩୮୪/୫୦୬ ଆଇପିସିରେ ମାମଲା ରୁଜୁ କରିଛି ପୁଲିସ।

About The Author: The Sakala