ଭୁବନେଶ୍ୱର: ରାଜାଧନୀ ଉପକଣ୍ଠରୁ ଏକ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ଚନ୍ଦକା ଥାନା ପୁଲିସ। ଅପହାରଣକାରୀ ସମେତ ଚାକିରି ଦେବାକୁ କହି ଠକିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣା ଟି ହେଉଛି, ଅନ୍ଧାରୁଆ ଅଞ୍ଚଳର ଦୀପାଞ୍ଜଳୀ ଆପାର୍ଟମେଣ୍ଟରେ ରହୁଥିବା ସଦାନନ୍ଦ ବେହେରା ଦୁଇ ଜଣ ଯୁବକଙ୍କୁ ପୁଲିସରେ ଚାକିରି ଦେବାକୁ କହି ତାଙ୍କଠୁ ୩ ଲକ୍ଷ ଟଙ୍କା ନେଇଥିଲେ। ଠକେଇର ଶିକାର ହୋଇଥିବା ଉକ୍ତ ୨ ଯୁବକ ହେଲେ ପ୍ରୋମଦ ମହାନ୍ତି ଓ ସନ୍ତୋଷ ପଟନାୟକ । ଦୁଇ ବର୍ଷ ପରେ ଟଙ୍କାକି ଚାକିରୀ ନ ଦେବାରୁ ଟଙ୍କା ପାଇବା ପାଇଁ ଗତ ୯ ତାରିଖରେ ସଦାନନ୍ଦକୁ ଅନ୍ଧାରୁଆ ମାଳିମା ମନ୍ଦିର ନିକଟରୁ ଅପହରଣ କରିଥିଲେ ଠକେଇର ଶିକାର ହୋଇଥିବା ପ୍ରୋମଦ ଓ ସନ୍ତୋଷ। ସଦାନନ୍ଦଙ୍କୁ ଛାଡ଼ିବା ପାଇଁ ସ୍ତ୍ରୀକୁ ଫୋନ କରି ସାଢ଼େ ୩ ଲକ୍ଷ ମାଗିଥିଲେ।
ଅପହରଣ ନେଇ ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ନମ୍ବରକୁ ଟ୍ରାକ କରି ପୁଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରଣକାରୀ ଓ ଅପହୃତାକୁ କାବୁ କରିଥିଲେ। ପରେ ପୁଲିସର ତଦନ୍ତ ବେଳେ ପୁରା ଘଟଣା ସାମ୍ନାକୁ ଆସିଥିଲା। ଯାହାପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକ ଗିରଫ କରିବା ସହ ସଦାନନ୍ଦକୁ ଠକେଇ ଅଭିଯୋଗରେ ପୋଲିସ ଗିରଫ କରିଛି । ସଦନାଦ ଏମିତି କେତେ ଜଣଙ୍କ ଠାରୁ ଠକେଇ କରିଛି ପୁଲିସ ତା’ର ତଦନ୍ତ ଜାରି ରଖିଛି। ୩ ଜଣଙ୍କୁ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।