ମାସକରେ କରଞ୍ଜିଆ ଉପଖଣ୍ଡରେ ୨୦ରୁ ଅଧିକ ଚୋରି, ପାଟ୍ରୋଲିଂ କଡ଼ାକଡ଼ି ହେଉନଥିବା ଅଭିଯୋଗ

କରଞ୍ଜିଆ: ଝରକା କାଟି ବଡ଼ ଧରଣର ଡକାୟତି । ଲୁଟି ନେଲେ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ଟଙ୍କା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାର ନିକଟରେ ଥିବା ଏକ ଘରୁ ଏପରି ଏକ ଘଟଣା  ଦେଖିବାକୁ ମିଳିଛ। ମୁଖ୍ୟ ବଜାର ଛକ ଏବଂ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ ମିଟର ଦୂରତା ଥିବା ନୂରୂଲ ଇସଲାମ ନାମକ ବ୍ୟକ୍ତିଙ୍କ ଘର ଝରକା କାଟି ୧୭ ଲକ୍ଷ […]

କରଞ୍ଜିଆ: ଝରକା କାଟି ବଡ଼ ଧରଣର ଡକାୟତି । ଲୁଟି ନେଲେ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ଟଙ୍କା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାର ନିକଟରେ ଥିବା ଏକ ଘରୁ ଏପରି ଏକ ଘଟଣା  ଦେଖିବାକୁ ମିଳିଛ। ମୁଖ୍ୟ ବଜାର ଛକ ଏବଂ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ ମିଟର ଦୂରତା ଥିବା ନୂରୂଲ ଇସଲାମ ନାମକ ବ୍ୟକ୍ତିଙ୍କ ଘର ଝରକା କାଟି ୧୭ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗତକାଲି ରାତିରେ ଘରେ କେହି ନ ଥିବାର ସୁଯୋଗ ନେଇ ବଡ଼ ଧରଣର ଡକାୟତି ହଇଛି । କରଞ୍ଜିଆ ପୁଲିସ ଖବର ପାଇ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସନ୍ଧାନୀ କୁକୁର ଏବଂ ସାଇନଟିଫିକ ଦଳ ଦ୍ୱରା ତଦନ୍ତ କରିବ କରଞ୍ଜିଆ ପୁଲିସ ।

ଗତ ଏକ ମାସ ହେବ କରଞ୍ଜିଆ ଥାନା  ଆଖପାଖ ଅଞ୍ଚଳରେ ବ୍ୟାପକ ଚୋରି ଓ ଡକାୟତି ବୃଦ୍ଧି ପାଇବାରେ ଲାଗିଛି। ଚୋରକୁ ଧରିବା ପାଇଁ ପୁଲିସକୁ ବଡ଼ ଚ୍ୟାଲେଞ୍ଚ ହୋଇଥିବା ବେଳେ କେବେଳ ସିସିଟିଭି ଫୁଟେଜ ଭରସାରେ କରଞ୍ଜିଆ ପୁଲିସ। କରଞ୍ଜିଆ ବଜାର ଏବଂ ଆଖ ପାଖ ଅଞ୍ଚଳରେ ଏକ ମାସ ମଧ୍ୟରେ ୨୦ରୁ ଅଧିକ ଜାଗାରେ ଚୋରି ହଇଥିଲେ ବି ବର୍ତ୍ତମାନ ସୁଦ୍ଧା ପୁଲିସ ହାତ ଖାଲି ରହିଛି। ସେହିପରି ଚୋରି ହୋଇଥିବା ଚଢେଇଭୋଳ ମୁଖ୍ୟ ବଜାର ଛକରେ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଅଟମୋଟେଡ଼ ସିସିଟିଭି କ୍ୟାମ୍ପରା ଲଗା ଯାଇଥିଲେ ମଧ୍ୟ ତାହା ଗତ ଏକ ମାସ ହେଲାଣି ଅଚଳ ହଇ ପଡିବା ପୁଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ପାଟ୍ରୋଲିଂ ଠିକ ସେ ହେଉ ନ ଥିବା କାରଣରୁ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଇବାରେ ଲାଗିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି। ଚୋର ମାନେ ଖୋଲା ଚାଲେଞ୍ଜ ଦେଇ ଏବେ ଚୋରି କରିବାରେ ଲାଗିଛନ୍ତି। ଯାହାକି ବର୍ତ୍ତମାନ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପଲଟିଛି।

About The Author: The Sakala