ଭୁବନେଶ୍ବର: ମାନସ ହତ୍ୟାକାଣ୍ଡରେ ରିମାଣ୍ଡରେ ଥିବା ଶର୍ମିଷ୍ଠାକୁ ଝାଳବୁହା ଜେରା କରୁଛି କ୍ରାଇମବ୍ରାଞ୍ଚ । ଆଜି ରିମାଣ୍ଡର ତୃତୀୟ ଦିନରେ ମୁହାଁମୁହିଁ ଜେରା କରିବ କ୍ରାଇମବ୍ରାଞ୍ଚ । ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଏକାସଙ୍ଗେ ବସାଇ ଗୋଟି ଗୋଟି ସତ ଉଗାରିବ ପୁଲିସ । ଏହି ମାମଲାର ତଦନ୍ତ ପାଇଁ ୪ ଟିମ୍ ଗଠନ ହୋଇଥିବା ବେଳେ କେବଳ ଶର୍ମିଷ୍ଠାଙ୍କ ପାଇଁ ସ୍ୱତନ୍ତ୍ର ଦୁଇଟି ଟିମ୍ ଗଠନ ହୋଇଛି । ମେମୋରି ଚିପକୁ ଅଧିକ ଫୋକସ କରିଛି କ୍ରାଇମବ୍ରାଞ୍ଚ ।
ଆଜି ଦୁଇଟି ଗାଡ଼ିରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚକୁ କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟ୍କୁ ନେଉଥିବା ଜଣାପଡ଼ିଛି। ତେବେ ୪ ଜଣଙ୍କୁ କୁଆଡ଼େ ନିଆଯାଉଛି ସେ ନେଇ ସ୍ପଷ୍ଟ କରିନି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମ ସିନ୍ ରିକ୍ରିଏସନ୍ ହେବନି । ଆସନ୍ତାକାଲି ହେବ କ୍ରାଇମ ସିନ୍ ରିକ୍ରିଏସନ୍ ହେବ ବୋଲି ମୁଖ୍ୟାଳୟରୁ ସୂଚନା ମିଳିଛି।
ସୂଚନା ଅନୁଯାୟୀ, ସ୍ପେଶାଲ ଇଣ୍ଟରଗେସନ ରୁମରେ ଜେରା ପରେ ଅଭିଯୁକ୍ତମାନଙ୍କ ହାବଭାବ କେମିତି ରହୁଛି, ଇଣ୍ଟରଗେସନ ରୁମ୍ ବାହାରୁ ନଜର ରଖୁଛି ଟିମ । ୪ ଅଭିଯୁକ୍ତଙ୍କୁ କ୍ରସ ଇଣ୍ଟରୋଗେସନ କରୁଛି ଟିମ୍ । ହତ୍ୟା ପୂର୍ବରୁ ସାଧା କାଗଜରେ ମାନସଙ୍କ ହତ୍ୟାକାରୀ ନେଇଥିଲେ ଦସ୍ତଖତ । ଫେବୃୟାରୀ ୭ ତାରିଖରେ ଅପହରଣ କରି ହତ୍ୟା କରିବା ପରେ ଖସିବା ପାଇଁ କରିଥିଲେ ରଣନୀତି । ମାନସଠାରୁ ଚିପ୍ ନେଇ ମାନସଙ୍କୁ ଛାଡି ଦେଇଛି ବୋଲି ଅଣ୍ଡରଟେକିଂ ଲେଖାଇଥିଲେ ଶର୍ମିଷ୍ଠା ଓ ନିରଞ୍ଜନ । କିନ୍ତୁ ଅଣ୍ଡରଟେକିଂ ମାନସ ଲେଖିନଥିଲେ । ନିରଞ୍ଜନ ସେଠୀ ଓ ଶର୍ମିଷ୍ଠା ଯାଞ୍ଚରେ ଧରା ପଡ଼ିବା ଭୟରେ ଦୁଇ ଜଣଙ୍କ ଇଙ୍ଗିତରେ ଝୁନା ଭୋଇ ଲେଖିଥିଲେ ଅଣ୍ଡରଟେକିଂ । ସାଧା କାଗଜରେ ଜୋର ଜବରଦସ୍ତ ମାନସଙ୍କ ଦସ୍ତଖତ ନେଇ ଅଣ୍ଡଟେକିଂ ଲେଖିଥିଲେ ଝୁନା । ଜେରା ବେଳେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ଏଭଳି ସାଂଘାତିକ ସତ । ଅଣ୍ଡରଟେକିଂରେ କାହାର ଲେଖା ରହିଛି ଏଥିପାଇଁ ଫରେନସିକ ଯାଞ୍ଚ କରିବାକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି । ଏ ନେଇ ରିମାଣ୍ଡରେ ଥିବା ୪ ଅଭିଯୁକ୍ତଙ୍କ ଦସ୍ତଖତ ନେଇଛି ପୁଲିସ ।