ପରକୀୟା ପ୍ରୀତିକୁ ନେଇ ବନ୍ଧୁ ସାଜିଲା ବଇରୀ

ଖୋର୍ଦ୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ସାନମୋଟା ଗ୍ରାମ ତାଳସାହିରେ ପରକୀୟା ପ୍ରୀତିକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ଏବଂ ଶେଷରେ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ। ମୃତକ ହେଲେ ଅକ୍ଷୟ ସାମନ୍ତରାୟ ଓରଫ ରଘୁନାଥ ମହାରଣା (୪୬)। ମୃତ ଅକ୍ଷୟଙ୍କର ତାଙ୍କ ନିକଟତର ବନ୍ଧୁ ଟୁଟୁ ବାରିକଙ୍କ ସମ୍ପର୍କୀୟାଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଅକ୍ଷୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଅ।ଣିଛନ୍ତି ନିଜେ ମୃତକଙ୍କ ସ୍ତ୍ରୀ ସସ୍ମିତା ସାମନ୍ତରାୟ । ପରିବାର ଲୋକଙ୍କ […]

ଖୋର୍ଦ୍ଧା : ଜଙ୍କିଆ ଥାନା ଅନ୍ତର୍ଗତ ସାନମୋଟା ଗ୍ରାମ ତାଳସାହିରେ ପରକୀୟା ପ୍ରୀତିକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଶତ୍ରୁତା ଏବଂ ଶେଷରେ ବନ୍ଧୁ ସାଜିଲା ବନ୍ଧୁର ହତ୍ୟାକାରୀ। ମୃତକ ହେଲେ ଅକ୍ଷୟ ସାମନ୍ତରାୟ ଓରଫ ରଘୁନାଥ ମହାରଣା (୪୬)। ମୃତ ଅକ୍ଷୟଙ୍କର ତାଙ୍କ ନିକଟତର ବନ୍ଧୁ ଟୁଟୁ ବାରିକଙ୍କ ସମ୍ପର୍କୀୟାଙ୍କ ସହିତ ଅନୈତିକ ସମ୍ପର୍କ ଥିବା କାରଣରୁ ଅକ୍ଷୟଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଅ।ଣିଛନ୍ତି ନିଜେ ମୃତକଙ୍କ ସ୍ତ୍ରୀ ସସ୍ମିତା ସାମନ୍ତରାୟ ।

ପରିବାର ଲୋକଙ୍କ କହିବା ଅନୁସାରେ ପୁର୍ବରୁ ଦୁଇଜଣ ମିଶି ୧୬ନମ୍ବର ଜାତୀୟ ରାଜପଥ ଗୋଡ଼ିପଡ଼ା ଛକ ନିକଟରେ ଏକ ଢ଼ାବା କରିଥିଲେ । କ୍ରମଶଃ ଉଭୟଙ୍କ ପରିବାର ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବାରୁ ଉଭୟଙ୍କ ସ୍ତ୍ରୀ ମଧ୍ଯ ସଙ୍ଗାତ ବସିଥିଲେ । ମୃତ ଅକ୍ଷୟଙ୍କର ଟୁଟୁଙ୍କ ସ୍ତ୍ରୀଙ୍କ ସହିତ ଅନୈତିକ ସମ୍ପର୍କ ଥିବାର ସନ୍ଦେହରେ ଗତକାଲି ଅପରାହ୍ନରେ ଉଭୟ ଟୁଟୁ ଓ ଅକ୍ଷୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ବିଳମ୍ବିତ ରାତିରେ ଟୁଟୁ ଅକ୍ଷୟଙ୍କୁ ଛାତ ଉପରକୁ ଡାକି ହତ୍ୟା କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଖବର ପାଇ ଜଙ୍କିଆ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ହତ୍ୟାକାରୀ ଟୁଟୁ ବାରିକ ଫେରାର ଥିବା ନେଇ ପୋଲିସ ସୂଚନା ଦେଇଥିବା ବେଳେ ଅତିଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଖୋର୍ଦ୍ଧା ଏସ୍.ଡି.ପି.ଓ ସୁଶିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

About The Author: The Sakala