ଦିବ୍ୟାଙ୍ଗ ଅଭିନୟ; ଭିକ୍ଷା ଆଳରେ ଅପରାଧ

ଭୁବନେଶ୍ୱର: ଚିତ୍ର ଏକ, ଚରିତ୍ର ଅଲଗା। ଦିବ୍ୟାଙ୍ଗ ବେଶରେ ମିଛ ନାଟକ। ଦିବ୍ୟାଙ୍ଗର ଅଭିନୟ କରି ଭିକ୍ଷାବୃତ୍ତି ଆଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି। ଦିବ୍ୟାଙ୍ଗ, ମୁକ ଓ ବଧିର ବେଶରେ ଭିକ୍ଷାବୃତ୍ତି କରିବା ଆଳରେ ଚୂନ ଲଗାଉଛନ୍ତି। ଘରେ କହି ନ ଥିବାର ଦେଖିଲେ, କେଇ ମିନିଟ୍‌‌ରେ ଘରେ ପଶି ଦିବ୍ୟାଙ୍ଗ ଅଭିନୟ କରୁଥିବା ଅପରାଧି ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ୍‌‌ ହୋଇଯାଉଛି। ରାଜଧାନୀ ସହ ବିଭିନ୍ନ ଜିଲ୍ଲାରେ ଏଭଳି କିଛି ଅଣଓଡ଼ିଆ ଯୁବକ […]

ଭୁବନେଶ୍ୱର: ଚିତ୍ର ଏକ, ଚରିତ୍ର ଅଲଗା। ଦିବ୍ୟାଙ୍ଗ ବେଶରେ ମିଛ ନାଟକ। ଦିବ୍ୟାଙ୍ଗର ଅଭିନୟ କରି ଭିକ୍ଷାବୃତ୍ତି ଆଳରେ ଗୋଟିଏ ପରେ ଗୋଟିଏ ଅପରାଧ ଘଟାଉଛନ୍ତି। ଦିବ୍ୟାଙ୍ଗ, ମୁକ ଓ ବଧିର ବେଶରେ ଭିକ୍ଷାବୃତ୍ତି କରିବା ଆଳରେ ଚୂନ ଲଗାଉଛନ୍ତି। ଘରେ କହି ନ ଥିବାର ଦେଖିଲେ, କେଇ ମିନିଟ୍‌‌ରେ ଘରେ ପଶି ଦିବ୍ୟାଙ୍ଗ ଅଭିନୟ କରୁଥିବା ଅପରାଧି ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ୍‌‌ ହୋଇଯାଉଛି। ରାଜଧାନୀ ସହ ବିଭିନ୍ନ ଜିଲ୍ଲାରେ ଏଭଳି କିଛି ଅଣଓଡ଼ିଆ ଯୁବକ ଦିବ୍ୟାଙ୍ଗ ଅଭିନୟ କରି ଭିକ୍ଷାବୃତ୍ତି ଓ ଅପରାଧ ଘଟାଇ ଚାଲିଛନ୍ତି। ସେମାନଙ୍କ ଠିକଣା ସହ ପରିଚୟ ବିଷୟରେ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ ନିକଟରେ କିଛି ବି ଠୋସ୍‌‌ ପ୍ରମାଣ ନ ଥିବାରୁ ଚିନ୍ତା ପ୍ରକଟ କରାଯାଉଛି। ଏହି ମିଛ ନାଟକ ପ୍ରଘଟ ହେବା ପରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଯୋଗ୍ୟ ଦିବ୍ୟାଙ୍ଗ, ମୁକ ଏବଂ ବଧିରଙ୍କୁ ସାଧାରଣଲୋକେ ଆଉ ସହାୟତା କରୁନାହାନ୍ତି। ମିଛ ନାଟକ କରୁଥିବା ଭାବି ଘର ଦୁଆରୁ ଘୋଉଡେଇ ଦେଉଛନ୍ତି। ଗହଳି ସ୍ଥାନ କିମ୍ବା ରାସ୍ତାକଡରେ ଭିକ୍ଷା ମାଗିଲେ ଟଙ୍କା ନ ଦେଇ ପଳାଉଛନ୍ତି। ମୁକ, ବଧିର ଓ ଦିବ୍ୟାଙ୍ଗ ଅଭିନୟ କରି ଭିକ୍ଷାବୃତ୍ତି କରିବାର ଶୈଳୀକୁ ନେଇ ପୁଲିସ ସନ୍ଦେହ ହେବା ପରେ ଯାଞ୍ଚ କରିବା ପରେ ପଦାକୁ ଆସୁଛି ସତ। ସେମାନଙ୍କ ବିଷୟରେ ଖୋଳତାଡ ପରେ ଅପରାଧର ପାଞ୍ଜିକା ଖୋଲୁଛି। ତେବେ ସୁସ୍ଥ ମଣିଷମାନେ ଦିବ୍ୟାଙ୍ଗର ନାଟକ କରି ସାଧାରଣଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି।

ଦିବ୍ୟାଙ୍ଗ ବେଶରେ ଉପକଣ୍ଠ ଠାରୁ ସହର ଭିତରେ ଥିବା ଘରଗୁଡିକରେ ପଶିଛନ୍ତି। ଘରେ କେହି ନଥିଲେ ଲୁଟ୍‌‌ପାଟ୍‌‌ କରୁଛନ୍ତି। ଘର ମାଲିକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ହାତରେ ଧରାପଡ଼ିଗଲେ ମୁକ, ବଧିର ଅଭିନୟ କରୁଛନ୍ତି। ଆଉ ନିଜ ପାଖରେ ରଖିଥିବା ସାର୍ଟିଫିକେଟକୁ ଦେଖାଇ ଦେଉଥିଲେ। ଏମିତିକି କିଛି ଦିବ୍ୟାଙ୍ଗ ଆଶା ବାଡିରେ ସହାୟତା ନେଉଛନ୍ତି। ଦିବ୍ୟାଙ୍ଗ, ମୁକ ଓ ବଧିର ହୋଇଥିବା ଭାବି ଅନୁକମ୍ପା ଦେଖାଇ ଘର ମାଲିକ ଛାଡ଼ି ଦେଉଛନ୍ତି। ସେହିପରି ଗୋଡ ଓ ହାତ ଭଲ ଥିବାବେଳେ ମିଛରେ ଆଶା ବାଡି ଧରି ଭିକ୍ଷାବୃତ୍ତି କରୁଛନ୍ତି। କିଏ ୧୦ ଟଙ୍କା ତ ଆଉ କିଏ ୨୦ ଟଙ୍କା ଦେଉଛି। ଦିନରେ ଭିକ୍ଷାବୃତ୍ତି କରି ୧ହଜାରରୁ ୧୫ଶହ ପର୍ଯ୍ୟନ୍ତ ଟଙ୍କା ରୋଜଗାର କରୁଛନ୍ତି। ଏହି ଅପରାଧ ପଛରେ ରାଜ୍ୟ ବାହାରୁ ୫ରୁ ୭ଜଣ ଆସି ଅପରାଧ ଘଟାଉଛନ୍ତି। ତେବେରାଜ୍ୟ ବାହାର ବଞ୍ଝାରାମାନେ ଭିକ୍ଷାବୃତ୍ତି ଆଳରେ ଲୁଟ୍‌‌ପାଟ୍‌‌ କରୁଥିବା ଅଭିଯୋଗ ରହିଛି। ସେମାନେ ବେଲୁନ୍‌‌, ପେନ୍‌‌ ଆଦି ବିକ୍ରି କରିବା ଆଳରେ ଲୁଟ୍‌‌ପାଟ୍‌‌ କରୁଥିବାରୁ ସେମାନଙ୍କୁ ହଟାଇବା ଲାଗି ଏକ ସ୍ୱତନ୍ତ୍ର ଯୋଜନା କରାଯାଉଛି ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ ଯେ, ନିକଟରେ ତାମିଲନାଡୁର ଚନ୍ଦ୍ରୁ ଡିଜି ଓରଫ ଚନ୍ଦୁ ଓ ଟି କାଳିଆପାନ ଧରାପଡ଼ିଥିଲେ। ପୂର୍ବରୁ ଦିବ୍ୟାଙ୍ଗ ବେଶରେ ଅପରାଧ ସହ ଲୁଟ୍‌‌ପାଟ୍‌‌ କରୁଥିବା ୫ଜଣଙ୍କୁ ଗିରଫ କରିଥିଲା କମିସନରେଟ ପୁଲିସ। ତାମିଲନାଡୁର କ୍ରିଷ୍ଣନ୍‌‌ ଓର୍ଥୁରୁଗାନ୍‌‌, କ୍ରିଷ୍ଣା ଗଣେଷ, କେ.ବାଲ୍ଲାଜୀ, ଏନ୍‌‌.ମର୍‌‌ଗୁନ୍‌‌ ଓ ଡି.ଗୋବିନ୍ଦନ ରହିଥିଲେ। କେବଳ ଏହି ୭ଜଣ ନୁହନ୍ତି ବର୍ଷରେ ଏହି ପ୍ରକ୍ରିୟାରେ ଠକେଇ କରୁଥିବା ୫୦୦ରୁ ଊର୍ଦ୍ଧ୍ବ ଅଣଓଡ଼ିଆ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ହୋଇଥିବାରୁ ଦୀପାବଳିର ପୂଜା କରିବା ପରେ ଅନ୍ୟ ରାଜ୍ୟକୁ ଛୁଆପିଲା ଧରି ଯାଇଥାନ୍ତି। ସେଇ ରାଜ୍ୟରୁ ଲୁଟ୍‌‌ କରି ପର୍ଯ୍ୟାୟକ୍ରମେ ପୁଣି ଅନ୍ୟ ରାଜ୍ୟକୁ ପଳାନ୍ତି। ଯଦି କିଛି ବି ଅପରାଧ ଘଟାଇନଥାନ୍ତି, ତେବେ ଦିପାବଳୀ ପୂର୍ବରୁ ପୁନଶ୍ଚ ନିଜ ଗାଁକୁ ଫେରିଯାଆନ୍ତି।
ମହିଳାଙ୍କ ହାତରେ ନକଲି ସାମ୍ରାଜ୍ୟର ମଙ୍ଗ

ରାଜସ୍ଥାନ, ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରୁ କାର୍ଯ୍ୟ ଅନ୍ୱେଷଣରେ ସପରିବାର ସହ ଭୁବନେଶ୍ୱରକୁ ପଳାଇ ଆସୁଛନ୍ତି। ବନ୍‌‌ଞ୍ଜାରା ବେଶରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରହୁଛନ୍ତି। ମହିଳା ଓ ଶିଶୁମାନେ ବେଡ୍‌‌ସିଟ୍‌‌, କଲମ, ପେନ୍‌‌ସିଲ୍‌‌, ବେଲୁନ, ପ୍ଲାଟିକ ଫୁଲ ଓ ଇଲୋକ୍ଟୋନିକ୍‌‌ ସାମଗ୍ରୀଗୁଡିକ ବିକ୍ରି କରୁଛନ୍ତି। ଏଥିରେ ନକଲି, ଚୋରି ସାମଗ୍ରୀ ଧରି ରାଜଧାନୀରେ ବିକ୍ରି କରୁଥିବାର ଅଭିଯୋଗ ବି ଆସୁଛି। ବିକ୍ରି କରୁଥିବା ଜିନିଷର ନ ବିଲ୍‌‌ ରହିଛି ନା ପଞ୍ଜିକୃତ କମ୍ପାନୀ ଦ୍ୱାରା ପ୍ରସ୍ତୁତ। କେବଳ ନକଲି ମାଲ୍‌‌ ଆଣି ଠକେଇରେ କରିବାରେ ରାଜ୍ୟ ବାହାରର ମହିଳା ଓ ଶିଶୁ ମାତିଛନ୍ତି। ଅନେକ ସମୟ ମହିଳାମାନେ ଅନେକ ସମୟରେ ଛୁଆଙ୍କୁ ଧରି ଭିକ୍ଷାବୃତ୍ତି ବି କରୁଛନ୍ତି। ବିଏମ୍‌‌ସି ଓ ପୁଲିସ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଟ୍ରାଫିକ ପୋଷ୍ଟରୁ ଏହି ମହିଳା କିମ୍ବା ଶିଶୁଙ୍କୁ ହଟାଇ ଦେଉଛି। ପରବର୍ତ୍ତୀ ସମୟରେ ପୁଣି ମହିଳାମାନେ ଛୁଆ ଧରି ଠକେଇ କରୁଛନ୍ତି। ସେପଟେ ପୁରୁଷମାନେ ଅପରାଧରେ ଜଡିତ ରହିବା ସହ ଲୁଟ୍‌‌ପାଟ୍‌‌ କରୁଛନ୍ତି। ସେମାନଙ୍କ ଠିକଣା ପୁଲିସ କିମ୍ବା ଅନ୍ୟ କାହା ନିକଟରେ ନଥିବାରୁ ଏଭଳି ପରିସ୍ଥିତି ଦେଖାଯାଉଛି।
ସ୍ଥାନୀୟ ପୁଲିସ ଲାଗି ‘ମୋଷ୍ଟୱାଣ୍ଟେଡ୍‌‌’

ଅଭିଯୁକ୍ତଙ୍କ ନାମରେ ମେଞ୍ଚାଏ ଅଭିଯୋଗ। ଲୁଟ୍‌‌, ଡକାୟତି, ହତ୍ୟା ଭଳି ଅପରାଧରେ ଜଡିତ ରହି କିଏ ଜେଲ ଯାଇଛନ୍ତି ତ ଆଉ କିଏ ଦଣ୍ଡିତ ବି ହୋଇଛନ୍ତି। ଆଉ କିଛି ଅପରାଧ ଘଟାଇବା ପରେ ଭୁବନେଶ୍ୱରକୁ ଆସି ଆତ୍ମଗୋପନ କରୁଛନ୍ତି। ସେଇ ରାଜ୍ୟ ଲାଗି ମୋଷ୍ଟୱାଣ୍ଟେଡ୍‌‌ ତାଲିକାରେ ରହିଛନ୍ତି। ସ୍ଥାନୀୟ ପୁଲିସ ସେମାନଙ୍କୁ ଖୋଜୁଥିବା ବେଳେ ଏଠାକୁ ଆସି ଲୁଚି ଯାଉଛନ୍ତି।ନୂଆ ବେଶ ନେଇ ରାଜଧାନୀରେ ବେପାର କିମ୍ବା ବନ୍‌‌ଞ୍ଜାରା ବେଶରେ ପୋଲ ତଳ କିମ୍ବା ଉପକଣ୍ଠରେ ଅସ୍ଥାୟୀ ଘର କରି ନେଇଛନ୍ତି। ଅନେକ ସମୟରେ ଭୁବନେଶ୍ୱରରୁ ଧରାପଡ଼ିଥିବା ଅଭିଯୁକ୍ତମାନଙ୍କ ଅପରାଧୀକ ତାଲିକା ଖୋଜିବା ପରେ ନିଜ ରାଜ୍ୟ ପୁଲିସ ଲାଳି ମୋଷ୍ଟୱାଣ୍ଟେଡ୍‌‌ ତାଲିକାରେ ଗଣା ହେଉଛନ୍ତି। ସ୍ଥାନୀୟ ପୁଲିସ ଭୁବନେଶ୍ୱରକୁ ଆସିବା ପରେ ଟ୍ରାଞ୍ଜିଟ୍‌‌ ରିମାଣ୍ଡରେ ନେଇଯାଉଛି।

About The Author: The Sakala