୪ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ

ଭୁବନେଶ୍ୱର : ୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ। ଦୀପକ କୁମାର ଛୋଟରାୟଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। EOW କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ଅଭିଯୋଗକାରୀ ଅନୀଲ ପଣ୍ଡା ଓ ଅନ୍ୟ ୩୪ ଜଣ ଠକେଇ ନେଇ ଦେଇଥିଲେ ଏତଲା। GLF ଇନଫ୍ରାଟେକ୍ ଲିମିଟେଡ ପକ୍ଷରୁ ପାତ୍ରପଡ଼ା ଠାରେ ପ୍ରେଜେକ୍ଟ ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଗାଡ଼କଣ […]

ଭୁବନେଶ୍ୱର : ୪ କୋଟିରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର ଗିରଫ। ଦୀପକ କୁମାର ଛୋଟରାୟଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। EOW କେସ ନମ୍ବର ୨, ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ବି ରେ ଗିରଫ କରିଛି । ଅଭିଯୋଗକାରୀ ଅନୀଲ ପଣ୍ଡା ଓ ଅନ୍ୟ ୩୪ ଜଣ ଠକେଇ ନେଇ ଦେଇଥିଲେ ଏତଲା। GLF ଇନଫ୍ରାଟେକ୍ ଲିମିଟେଡ ପକ୍ଷରୁ ପାତ୍ରପଡ଼ା ଠାରେ ପ୍ରେଜେକ୍ଟ ହେବାର ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଗାଡ଼କଣ ମୌଜାରେ ଫ୍ଲାଟ ଦେବାକୁ କୁହାଯାଇଥିଲା। ୨୦୧୬ ମସିହାରେ ୩୫ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରିଥିଲେ ବିଲ୍ଡର। ପରେ କିନ୍ତୁ ଜମି ଓ ଘର ଦେବାରେ ବିଫଳ ହୋଇଥିଲା ସଂସ୍ଥା। ଶେଷରେ ଠକେଇ ନେଇ EOW ରେ ଦ୍ୱାରସ୍ଥ ହୋଇଥିଲେ କ୍ଷତିଗସ୍ତ। ଅଭିଯୋଗ ଆଧାରରେ ଠକ ବିଲ୍ଡରଙ୍କୁ ଗିରଫ କରାଯାଇଛି EOW ।

About The Author: The Sakala