ବର୍ଷକରେ ବିମାନ ଭଡ଼ା ୨୦% ମହଙ୍ଗା, ଡେଭଲପ୍‌ମେଣ୍ଟ ଫି ୨୨୪% ବଢ଼ାଇଲେ ୧୬ ବିମାନ ବନ୍ଦର

ନୂଆଦିଲ୍ଲୀ : ଦେଶରେ କ୍ରମଶଃ ବିମାନ ଯାତ୍ରା ମହଙ୍ଗା ହେବାରେ ଲାଗିଛି। ଆଗାମୀ ଦିନରେ ଏହା ଆହୁରି ମହଙ୍ଗା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କାରଣ ହେଉଛି ବେଙ୍ଗାଲୁରୁ, କୋଚି ଏବଂ ଅହମ୍ମଦାବାଦ ସମେତ ଦେଶର ୧୬ ଟି ପ୍ରମୁଖ ବିମାନବନ୍ଦରରେ ୟୁଜର୍ ଡେଭଲପମେଣ୍ଟ ଫି (ୟୁଡିଏଫ୍‌) ୨% ରୁ ୨୨୩% କୁ ବୃଦ୍ଧି ପାଇଛି। ପାଟନା ବିମାନ ବନ୍ଦରରେ ଏହି ଶୁଳ୍କ ୨୦୪ରୁ ୬୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି କାରଣରୁ ବିମାନ ଭଡ଼ା ୪୫୬ […]

ନୂଆଦିଲ୍ଲୀ : ଦେଶରେ କ୍ରମଶଃ ବିମାନ ଯାତ୍ରା ମହଙ୍ଗା ହେବାରେ ଲାଗିଛି। ଆଗାମୀ ଦିନରେ ଏହା ଆହୁରି ମହଙ୍ଗା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାର କାରଣ ହେଉଛି ବେଙ୍ଗାଲୁରୁ, କୋଚି ଏବଂ ଅହମ୍ମଦାବାଦ ସମେତ ଦେଶର ୧୬ ଟି ପ୍ରମୁଖ ବିମାନବନ୍ଦରରେ ୟୁଜର୍ ଡେଭଲପମେଣ୍ଟ ଫି (ୟୁଡିଏଫ୍‌) ୨% ରୁ ୨୨୩% କୁ ବୃଦ୍ଧି ପାଇଛି। ପାଟନା ବିମାନ ବନ୍ଦରରେ ଏହି ଶୁଳ୍କ ୨୦୪ରୁ ୬୬୦ ଟଙ୍କାକୁ ବୃଦ୍ଧି ପାଇଛି। ଏହି କାରଣରୁ ବିମାନ ଭଡ଼ା ୪୫୬ ଟଙ୍କା ବୃଦ୍ଧି ପାଇପାରେ। ଭାରତୀୟ ପର୍ଯ୍ୟଟନ ସଂଘର ସଭାପତି ଜ୍ୟୋତି ମାୟାଲଙ୍କ ଅନୁଯାୟୀ ଉଚ୍ଚ ବିକାଶ ଶୁଳ୍କ ବିମାନବନ୍ଦରର ପରିଚାଳନା ତଥା ରକ୍ଷଣାବେକ୍ଷଣ ପାଇଁ ଉପଯୁକ୍ତ , କିନ୍ତୁ ଏହାର ଭାର ଯାତ୍ରୀମାନଙ୍କ ଉପରେ ପଡୁଛି। ବିମାନ ଚଳାଚଳ ବିଶେଷଜ୍ଞ ଗୌରଙ୍ଗ ଶାହା କହିଛନ୍ତି ଯେ ନୂତନ ବିମାନବନ୍ଦର ନିର୍ମାଣ ଏବଂ ଟାୟାର ୨-୩ ସହରରେ ସଂଯୋଗ ଏବଂ ବିମାନ ଉଡ଼ାଣରେ ବୃଦ୍ଧି ହେତୁ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ବିମାନ ଅଭାବ ହେତୁ ଶିଳ୍ପ ଏହି ଚାହିଦା ପୂରଣ ପାଇଁ ସଂଘର୍ଷ କରୁଛି। ସୁବିଧା ବୃଦ୍ଧି ହେତୁ ବିମାନବନ୍ଦର କର୍ତ୍ତୃପକ୍ଷ ବିକାଶ ଶୁଳ୍କ ବୃଦ୍ଧି କରୁଛନ୍ତି। ଏହାଦ୍ୱାରା ବିମାନ ଭଡା ଆହୁରି ବୃଦ୍ଧି ପାଇପାର, କିନ୍ତୁ ଯାତ୍ରୀ ସଂଖ୍ୟା ପ୍ରଭାବିତ ହେବ ନାହିଁ। ଗତ ବର୍ଷର ସମାନ ଅବଧି ତୁଳନାରେ ଏହି ତ୍ରୈମାସିକ ଭଡା ୨୦% ଅଧିକ। ଥୋମାସ୍ କୁକ୍‌ର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀରୁ ଚଣ୍ଡିଗଡ଼କୁ ବିମାନ ଭଡ଼ା ୨୦% ମହଙ୍ଗା ପଡିଛି। ମୁମ୍ବାଇରୁ ଉଦୟପୁର, ଗୋଆ ଏବଂ ଜୟପୁର ପର୍ଯ୍ୟନ୍ତ ଭଡା ୧୩% ବୃଦ୍ଧି ପାଇଛି। ବେଙ୍ଗାଲୁରୁରୁ ଗୋଆ, ଚଣ୍ଡିଗଡ଼, ଲେ ଏବଂ ଶ୍ରୀନଗର ପର୍ଯ୍ୟନ୍ତ ଭଡା ୫-୧୧% ବୃଦ୍ଧି ହୋଇଛି।ଆଗାମୀ ଦିନରେ ଏହି ଭଡା ଆହୁରି ବଢ଼ିପାରେ। ଆହୁରି ମଧ୍ୟ ଆଗକୁ ସ୍ୱାଧୀନତା ଦିବସ, ଜନ୍ମାଷ୍ଟମୀ, ଓନମ୍‌ ଏବଂ ଗଣେଶ ଚତୁର୍ଥୀ ଭଳି ପର୍ବପର୍ବାଣୀ ରହିଛି। ଏହି ସମୟ ମଧ୍ୟରେ ଚାହିଦାରେ ବେଶ ବୃଦ୍ଧି ଦେଖାଦେବ।

ସମଗ୍ର ବିଶ୍ୱରେ ଯାତ୍ରୀଙ୍କ ଚାହିଦା ବୃଦ୍ଧି ହେତୁ ବିମାନ କମ୍ପାନୀଗୁଡିକ ସେମାନଙ୍କର ଉଡ଼ାଣ ସଂଖ୍ୟାରେ ବୃଦ୍ଧି ଘଟାଉଛନ୍ତି। ଏହି କାରଣରୁ ଟିକେଟ୍ ମୂଲ୍ୟ ହ୍ରାସ ପାଉଛି। ବିଶେଷ କରି ଏସିଆ ଏବଂ ୟୁରୋପ କ୍ଷେତ୍ରରେ ବିମାନ ଯାତ୍ରା ଶସ୍ତା ଦିନକୁ ଦିନ ଶସ୍ତା ହେଉଛି। ଟ୍ରାଭେଲ ଗ୍ରୁପ୍ ଫ୍ଲାଇଟ୍ ସେଣ୍ଟରର ଏକ ରିପୋର୍ଟ ଅନୁଯାୟୀ, ଅନୁଯାୟୀ ୨୦୨୪ର ପ୍ରଥମାର୍ଦ୍ଧରେ ବିମାନ ଭଡ଼ା ଗତ ବର୍ଷ ତୁଳନାରେ ୬% ହ୍ରାସ ପାଇଛି। ଉଦାହରଣ ସ୍ବରୂପ ଅଷ୍ଟ୍ରେଲିଆରୁ ଇଣ୍ଡୋନେସିଆ ଯାଏ ଭଡ଼ା ୧୮% ହ୍ରାସ ପାଇଛି। ଅଷ୍ଟ୍ରେଲିଆରୁ ୟୁରୋପ ଏବଂ ଆମେରିକା ପର୍ଯ୍ୟନ୍ତ ଭଡା ୧୧% କମିଛି। ତେବେ ବିମାନ ଭଡ଼ା ବୃଦ୍ଧି ଭାରତରେ ଏହା ଏକ ଟ୍ରେଣ୍ଡ୍‌ରେ ପରିଣତ ହୋଇଛି। ଅପରପକ୍ଷେ ଏହି ସମୟରେ ଅନ୍ତର୍ଜାତୀୟ କ୍ଷେତ୍ରରେ ବିମାନ ଭଡ଼ା ହାରାହାରି ୧୦% ହ୍ରାସ ପାଇଛି।

About The Author: The Sakala