ଅଶୋଧିତ ତୈଳ ଦର ବୃଦ୍ଧି ବିଗାଡ଼ିଲା ସବୁ ଖେଳ, ଚାପଗ୍ରସ୍ତ ହେବ ଭାରତୀୟ ଅର୍ଥନୀତି

ଭୁବନେଶ୍ବର: ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଧାରା ଜାରି ରହିଛି। ଇତିମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ୧୦୦ ଡଲାରରେ ପହଞ୍ଚିଛି। ଏହି ଧାରା ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉନାହିଁ। ଅନ୍ତର୍ଜାତୀୟ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ଜେଫେରିଜ୍‌ କହିଛି ଯେ, ବିଶ୍ବ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ସୃଷ୍ଟ ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ଅର୍ଥନୀତି ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି। ଜେଫେରୀ ପକ୍ଷରୁ ପ୍ରକାଶିତ ଏକ […]

ଭୁବନେଶ୍ବର: ବିଶ୍ବ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଧାରା ଜାରି ରହିଛି। ଇତିମଧ୍ୟରେ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପାଖାପାଖି ୧୦୦ ଡଲାରରେ ପହଞ୍ଚିଛି। ଏହି ଧାରା ବନ୍ଦ ହେବାର କୌଣସି ଚିହ୍ନ ଦେଖାଯାଉନାହିଁ। ଅନ୍ତର୍ଜାତୀୟ ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ଜେଫେରିଜ୍‌ କହିଛି ଯେ, ବିଶ୍ବ ବଜାରରେ ତୈଳ ଦର ବୃଦ୍ଧି ଯୋଗୁ ସୃଷ୍ଟ ପରିବର୍ତ୍ତିତ ପରିସ୍ଥିତିରେ ଭାରତୀୟ ଅର୍ଥନୀତି ଉପରେ ଆର୍ଥିକ ଚାପ ବୃଦ୍ଧି ପାଉଛି। ଜେଫେରୀ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଆଗକୁ ଭାରତରେ ଅନେକ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ତୈଳ ଦର ବୃଦ୍ଧି ଦେଶର ରାଜକୋଷ ଉପରେ ଏକ ବଡ଼ ପ୍ରଭାବ ପକାଇପାରେ। ତେଲ ଦର ଶହେ ଡଲାର ଛୁଇଁଲେ ରାଜକୋଷ ଉପରେ ଏହାର ପ୍ରଭାବ ପଡ଼ିବ। ଏଥିଯୋଗୁ ସେୟାର ବଜାରରେ ଅନିଶ୍ଚିତତା ବଢ଼ିବା ସହ ରୋଇ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ପ୍ରଭାବିତ ହେବ। ଏହାଛଡା ଚଳନ୍ତିଖାତା ନିଅଣ୍ଟ ବୃଦ୍ଧି ପାଇବ। ଏମିତିକି ସାମାଜିକ କ୍ଷେତ୍ରରେ ବ୍ୟୟ ବଢ଼ାଇବା ସରକାରଙ୍କ ପାଇଁ କଷ୍ଟକର ହେବ। ଏସବ ହେଲେ ଆଗାମୀ ଦିନରେ ଭାରତୀୟ ଅର୍ଥନୀତି ଚାପଗ୍ରସ୍ତ ହେବ ବୋଲି ଜେଫେରୀ କହିଛନ୍ତି।

ଜେଫେରୀ ରିପୋର୍ଟରେ ଆହୁରିମଧ୍ୟ କୁହାଯାଇଛି ଯେ ବିଗତ କିଛି ମାସ ହେବ ସେୟାର ବଜାରରେ ଉତ୍ସାହ ପରେ, ସେୟାରଗୁଡିକ ମହଙ୍ଗା ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଜେଫେରୀର ବିୋଷଜ୍ଞମାନେ ଆକଳନ କରିଛନ୍ତି ଯେ, ନିକଟ ଭବିଷ୍ୟତରେ ଭାରତୀୟ ବଜାରରେ ଅନିଶ୍ଚିତତା ବଢ଼ିପାରେ। ଜେଫେରୀର ପରିଚାଳନା ନିର୍ଦ୍ଦେଶକ ମହେଶ ନନ୍ଦୁରକର, ଅଭିନାଭ ସିହ୍ନା ଏବଂ ନିଶାନ୍ତ ପୋଦ୍ଦାର ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପର୍ଟେ ଅନୁଯାୟୀ, ବିଶ୍ବ ବଜାରରେ ତୈଳ ଦର ବୃଦ୍ଧି ଏବଂ ଆସନ୍ତା ମାସରେ ଦେଶରେ ହେଉଥିବା ନିର୍ବାଚନର ଉତ୍ସାହ ଭାରତର ଆର୍ଥିକ ସ୍ଥିତି ଉପରେ ଚାପ ବଢ଼ାଇପାରେ। ସାଉଦି ଆରବ ଏବଂ ଋଷ ତୈଳ ଉତ୍ପାଦନରେ ହ୍ରାସ କରିଛନ୍ତି, ଯାହା ଆନ୍ତର୍ଜାତୀୟ ବଜାରରେ ତୈଳ ଯୋଗାଣକୁ ହ୍ରାସ କରିଛି। ଅଗଷ୍ଟ ୨୧ ରେ ତୈଳ ଦର ବ୍ୟାରେଲ ପିଛା ୮୩ ଡଲାର ରହିଥିଲା, ଯାହା ବର୍ତ୍ତମାନ ପ୍ରାୟ ୧୪.୫ ପ୍ରତିଶତ ବୃଦ୍ଧି ପାଇଛି। ତେଲ ଦର ବୃଦ୍ଧି ମଧ୍ୟ ଟଙ୍କାର ବିନିମୟ ମୂଲ୍ୟ ଉପରେ ପ୍ରଭାବ ପକାଇବ। ବ୍ୟାରେଲ ପିଛା ତୈଳ ମୂଲ୍ୟରେ ୧୦ ଡଲାର ବୃଦ୍ଧି ଚଳନ୍ତି ଖାତା ନିଅଣ୍ଟରେ ୦.୪ ପ୍ରତିଶତ ବୃଦ୍ଧି ଘଟାଇବ। ଜେଫେରୀ ଅନୁଯାୟୀ, ନିର୍ବାଚନ ପାଖେଇ ଆସୁଥିବାରୁ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବଢ଼ାଇବା ନେଇ ସରକାରଙ୍କ ଉପରେ ଚାପ ବଢ଼ିପାରେ।

About The Author: The Sakala