ଆଉ ଚାଲିବନି ମୋବାଇଲ୍ ଉପଭୋକ୍ତାଙ୍କ ମନମାନୀ, ସିମ୍ ସ୍ବାପିଂ ପରେ ହୋଇପାରିବନି ନମ୍ବର ପୋର୍ଟେବିଲିଟି

ନୂଆଦିଲ୍ଲୀ: ଯଦି ଆପଣ ଜଣେ ମୋବାଇଲ୍ ବ୍ୟବହାରକାରୀ ଏବଂ ଏକ ସିମ୍ କାର୍ଡ ବ୍ୟବହାର କରୁଥାନ୍ତି ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସିମ୍ କାର୍ଡ ସମ୍ବନ୍ଧରେ ଏକ ବଡ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଆସନ୍ତା ଜୁଲାଇ ପହିଲାଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନିୟମ ବିଶେଷ ଭାବରେ ଯେଉଁମାନେ ଭାରତରେ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଲାଗୁ ହେବ। ଏମିତିକି ଟ୍ରାଇ ଦ୍ବାରା ଜାରି […]

ନୂଆଦିଲ୍ଲୀ: ଯଦି ଆପଣ ଜଣେ ମୋବାଇଲ୍ ବ୍ୟବହାରକାରୀ ଏବଂ ଏକ ସିମ୍ କାର୍ଡ ବ୍ୟବହାର କରୁଥାନ୍ତି ତେବେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ସିମ୍ କାର୍ଡ ସମ୍ବନ୍ଧରେ ଏକ ବଡ ପରିବର୍ତ୍ତନ କରିଛି। ଏହି ନୂଆ ନିୟମ ଆସନ୍ତା ଜୁଲାଇ ପହିଲାଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ନିୟମ ବିଶେଷ ଭାବରେ ଯେଉଁମାନେ ଭାରତରେ ସିମ୍ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଲାଗୁ ହେବ। ଏମିତିକି ଟ୍ରାଇ ଦ୍ବାରା ଜାରି କରାଯାଇଥିବା ଏହି ନୂତନ ନିୟମ ଅନୁସରଣ କରିବା ସମସ୍ତ ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ବାଧ୍ୟତାମୂଳକ ହେବ। ଟେଲିକମ୍‌ କ୍ଷେତ୍ରରେ ଦିନକୁ ଦିନ ବଢ଼ି ଚାଲିଥିବା ଜାଲିଆତି ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯଦି ଆପଣ ବର୍ତ୍ତମାନ ଆପଣଙ୍କର ସିମ୍ ଅଦଳବଦଳ କରିଛନ୍ତି କିମ୍ବା ଏହା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଜିନିଷଗୁଡ଼ିକ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବେ। ଏହି ନୂତନ ନିୟମ ଅନୁଯାୟୀ, ସିମ୍ ସ୍ବାପିଂ ବା ଅଦଳବଦଳ କରିବା ପରେ ଉପଭୋକ୍ତାମାନେ ଆଉ ମୋବାଇଲ୍ ନମ୍ବର ପୋର୍ଟିଂ ବା ପୋର୍ଟେବିଲିଟି କରିପାରିବେନାହିଁ।

ନୂଆ ବ୍ୟବସ୍ଥାରେଥରେ ସିମ୍ ସ୍ବାପିଂ କରିବା ପରେ ଉପଭୋକ୍ତାମାନେ ଅନ୍ୟ ନମ୍ବର ଥିବା ଟେଲିକମ୍ କମ୍ପାନୀକୁ ସେମାନଙ୍କ ନମ୍ବରକୁ ପେର୍ଟେବିଲିଟି କରିବା ବା ବଦଳାଇପାରିବେ ନାହିଁ। ଏହା ନିଶ୍ଚିତ ଯେ ଏହି ନୂତନ ନିୟମ ମୋବାଇଲ ଉପଭୋକ୍ତାମାନଙ୍କୁ ସାଇବର ଠକେଇରୁ ରକ୍ଷା କରିବାରେ ସାହାଯ୍ୟ କରିବ। ସାଇବର ଠକେଇ ମାମଲାରେ, ସ୍କାମରମାନେ ବାରମ୍ବାର ବ୍ୟବହାରକାରୀଙ୍କୁ ଠକିବା ପାଇଁ ସିମ୍ ଅଦଳବଦଳ ବ୍ୟବହାର କରିଥାନ୍ତି। ସିମ୍ ସ୍ବାପିଂ ବା ଅଦଳବଦଳ ପରେ ଉପଭୋକ୍ତାମାନଙ୍କର ସମସ୍ତ କଲ୍, ମେସେଜ୍‌ ଏବଂ ଓଟିପି ଅନ୍ୟ ଫୋନ୍‌ରେ ଗ୍ରହଣ କରିବା ଆରମ୍ଭ କରିଥାଏ, ଯେଉଁଥିପାଇଁ ସେମାନେ ପ୍ରତାରଣାର ଶିକାର ହୋଇପାରନ୍ତି। ଉପଭୋକ୍ତାମାନେ ଏହି ନିୟମକୁ ଅନୁସରଣ କରିବା ପାଇଁ ସଚେତନ ହେବା ଉଚିତ୍ ଏବଂ ଆପଣଙ୍କର ସିମ୍ କାର୍ଡକୁ ସୁରକ୍ଷିତ ରଖିବା ପାଇଁ ଅତ୍ୟନ୍ତ ଦାୟିତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ସରଳ ଶବ୍ଦରେ ବୁଝାଇବାକୁ କଲେ ସିମ୍ ସ୍ୱାପିଂ କେବଳ ନକଲ ସିମ୍ ଅପସାରଣ କରିବା ଲକ୍ଷ୍ୟ ରଖୀ କରାଯାଇଥାଏ। ଠକେଇର ଏହି ପଦ୍ଧତିରେ ସାଇବର ଅପରାଧୀମାନେ ଉପଭୋକ୍ତାଙ୍କର ନକଲ ସିମ୍ ପାଇଯାଇଥାନ୍ତି। ବ୍ୟବହାରକାରୀଙ୍କ ମୋବାଇଲ୍ ନମ୍ବର ସହିତ ଏକ ନୂତନ ସିମ୍ ପଞ୍ଜୀକୃତ ହୋଇଛି। ଏହାପରେ ଉପଭୋକ୍ତାଙ୍କ ପାଖରେ ଥିବା ସିମ୍ ସ୍ବିଚ୍ ଅଫ୍ ବା ବନ୍ଦ ହୋଇଯାଇଥାଏ। ଏହି ସମୟରେ ଠକମାନେ ଅନ୍ୟ ଏକ ସିମ୍ ବାହାର କରିନେଇଥାନ୍ତି, ଏହିଠାରୁ ହିଁ ଅସଲି ଖେଳ ଆରମ୍ଭ ହୋଇଥାଏ। ଠକମାନେ ସେମାନଙ୍କ ଡିଭାଇସ୍‌ରେ ସେହି ନକଲ ସିମ୍୍କୁ ବ୍ୟବହାର କରିଥାନ୍ତି। ଉପଭୋକ୍ତାଙ୍କ ନମ୍ବରକୁ ଆସୁଥିବା କଲ୍, ମେସେଜ୍‌ ଏବଂ ଓଟିପିକୁ ଠକମାନେ ଆକ୍‌ସେସ୍‌ କରିନେଇଥାନ୍ତି। ଏଠାରୁ ବ୍ୟାଙ୍କିଙ୍ଗ୍ ଠକେଇ କରିବା ସହିତ ଠକମାନେ ଅନେକ ପ୍ରକାରର ବ୍ୟକ୍ତିଗତ ସୂଚନା ପାଇଯାଇଥାନ୍ତି।

About The Author: The Sakala