ଆଜିଠାରୁ ନୂଆ ନିୟମ: ମୋବାଇଲ୍ ନମ୍ବର ପୋର୍ଟେବିଲିଟି ପାଇଁ ଅପେକ୍ଷା କରିବାକୁ ପଡ଼ିବ ସପ୍ତାହେ

ନୂଆଦିଲ୍ଲୀ: ମୋବାଇଲ ନମ୍ବର ପୋର୍ଟ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଏ) ଦ୍ବାରା ପୂର୍ବ ପ୍ରକାଶ ସୂଚନା ଅନୁସାରେ ଜୁଲାଇ ପହିଲାରୁ ଏକ ନୂତନ ନିୟମ କାର୍ଯ୍ୟକାରୀ ହେବ। ଗତ ମାର୍ଚ୍ଚ ୧୪ ରେ ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବ। ମୋବାଇଲ୍ ନମ୍ବର ପୋର୍ଟ ପାଇଁ ରହିଥିବା ନିୟମରେ ନବମ ଥର ପାଇଁ ସଂଶୋଧନ କରାଯାଇଥିଲା ବେଳେ ଏହି ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ […]

ନୂଆଦିଲ୍ଲୀ: ମୋବାଇଲ ନମ୍ବର ପୋର୍ଟ ପାଇଁ ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଏ) ଦ୍ବାରା ପୂର୍ବ ପ୍ରକାଶ ସୂଚନା ଅନୁସାରେ ଜୁଲାଇ ପହିଲାରୁ ଏକ ନୂତନ ନିୟମ କାର୍ଯ୍ୟକାରୀ ହେବ। ଗତ ମାର୍ଚ୍ଚ ୧୪ ରେ ଏ ସମ୍ପର୍କରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଏହି ନୂଆ ନିୟମ ସାରା ଦେଶରେ ଲାଗୁ ହେବ। ମୋବାଇଲ୍ ନମ୍ବର ପୋର୍ଟ ପାଇଁ ରହିଥିବା ନିୟମରେ ନବମ ଥର ପାଇଁ ସଂଶୋଧନ କରାଯାଇଥିଲା ବେଳେ ଏହି ନୂଆ ନିୟମ ଅନୁଯାୟୀ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ।

ମୋବାଇଲ୍ ଫୋନ୍ ନମ୍ବର ବ୍ୟବହାର କରି ବିଭିନ୍ନ ସ୍ତରରେ ଯେଭଳି ଠକେଇ କରାଯାଉଛି ତାହାକୁ ରୋକିବା ପାଇଁ ଟ୍ରାଏ ଏହି ନିୟମ ଆଣିଛି। ସିମ୍ କାର୍ଡ ଅଦଳବଦଳ ଘଟଣାକୁ ଦୃଷ୍ଟିରେ ରଖି ଟ୍ରାଏ ଦ୍ୱାରା ଏହି ନୂତନ ନିୟମ ଲାଗୁ କରାଯାଇଛି। ଟ୍ରାଏ ୭ ଦିନ ମଧ୍ୟରେ ମୋବାଇଲ୍ ନମ୍ବର ପୋର୍ଟ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାର ବିକଳ୍ପ ଦେଇଛି। ଏହି କାରଣରୁ ୟୁନିକ୍ ପୋର୍ଟିଂ କୋଡ୍ ଯଥା ୟୁପିସି ପ୍ରଦାନ କରିବାରେ ବିଳମ୍ବ ହେଉଛି।

ନୂତନ ନିୟମ ଅନୁଯାୟୀ, ୟୁପିସି କୋଡ୍ ସିମ୍ କାର୍ଡ ଅଦଳବଦଳ ଏବଂ ସିମ୍ ରିପ୍ଲେସମେଣ୍ଟର ୭ ଦିନର ବ୍ୟବଧାନ ରହୁଥିବାରୁ ବର୍ତ୍ତମାନ କୌଣସି ଗ୍ରାହକଙ୍କ ସିମ୍ କାର୍ଡକୁ ତୁରନ୍ତ ଜାରି କରି କେହି ଅପବ୍ୟବହାର କରିପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ଟେଲିକମ୍‌ କମ୍ପାନୀଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ମୋବାଇଲ୍ ନମ୍ବର ପୋର୍ଟେବିଲିଟି(ଏମଏନପି) ସେବା ଉପଭୋକ୍ତାମାନଙ୍କୁ ଅନ୍ୟ ଟେଲିକମ୍ ସେବା ସହ ଯୋଡି ହେବାକୁ ଅନୁମତି ଦେଇଥାଏ।

About The Author: The Sakala