୮୪ଟି ଔଷଧର ମୂଲ୍ୟ ସ୍ଥିର କଲା ଏନ୍‌ପିପିଏ : ୨.୮୮ ଟଙ୍କାରେ ମିଳିବ ପାରାସିଟାମଲ୍‌, କ୍ୟାଫିନ୍ ଟାବ୍‌ଲେଟ୍

ନୂଆଦିଲ୍ଲୀ : ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଖଲ ଖବର। କାରଣ କେନ୍ଦ୍ର ସରକାର ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ରୋଗରର ଚିକିତ୍ସା ସହ ଜଡିତ ୮୪ଟି ଔଷଧର ଖୁଚୁରା ମୂଲ୍ୟ ନିୟନ୍ତ୍ରକ ସ୍ଥିର କରିଛନ୍ତି। କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଦ୍ବାରା ଏହି ସବୁ ଔଷଧର ମୂଲ୍ୟ ସ୍ଥିର କରାଯାଇଛି। ଏହାଦ୍ବାରା ଔଷଧ ଦୋକାନୀ […]

ନୂଆଦିଲ୍ଲୀ : ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରେ ପୀଡିତ ରୋଗୀଙ୍କ ପାଇଁ ଖଲ ଖବର। କାରଣ କେନ୍ଦ୍ର ସରକାର ମଧୁମେହ, ମୁଣ୍ଡବିନ୍ଧା ଏବଂ ଉଚ୍ଚ ରକ୍ତଚାପ ଆଦି ରୋଗରର ଚିକିତ୍ସା ସହ ଜଡିତ ୮୪ଟି ଔଷଧର ଖୁଚୁରା ମୂଲ୍ୟ ନିୟନ୍ତ୍ରକ ସ୍ଥିର କରିଛନ୍ତି। କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରାଳୟ ଅଧୀନସ୍ଥ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ଦ୍ବାରା ଏହି ସବୁ ଔଷଧର ମୂଲ୍ୟ ସ୍ଥିର କରାଯାଇଛି। ଏହାଦ୍ବାରା ଔଷଧ ଦୋକାନୀ ନିଜ ଇଚ୍ଛା ମୁତାବକ ଉପରୋକ୍ତ ସମସ୍ତ ରୋଗ ନିମନ୍ତେ ବ୍ୟବହାର କରାଯାଉଥିବା ଔଷଧ ଉପରେ ଅଧିକ ମୂଲ୍ୟ ନେଇପାରିବେ ନାହିଁ।

ଔଷଧ(ମୂଲ୍ୟ ନିୟନ୍ତ୍ରଣ) ନିର୍ଦେଶନାମା ୨୦୧୩ ଅନ୍ତର୍ଗତ ପ୍ରଦାନ କରାଯାଇଥିବା କ୍ଷମତାକୁ ବ୍ୟବହାର କରି, ଏନ୍‌ପିପିଏ ଔଷଧଗୁଡିକର ଖୁଚୁରା ମୂଲ୍ୟ ସ୍ଥିର କରିଥିବା ନିୟାମକଙ୍କ ପକ୍ଷରୁ ଏକ ବିଜ୍ଞପ୍ତିରେ କହୁହାଯାଇଛି। ନିର୍ଦେଶନାମା ଅନୁଯାୟୀ, ମଧୁମେହ ରୋଗ ପାଇଁ ବହୁଳ ଭାବେ ବ୍ୟବହୃତ ଭୋଗଲିବୋଜ୍ ଏବଂ ଏସ୍‌ଆର୍‌ ମେଟଫର୍ମିନ୍ ହାଇଡ୍ରୋକ୍ଲୋରିଡ୍‌ର ଖୁଚୁରା ବଜାରରେ ଗୋଟିଏ ଟାବଲେଟର ମୂଲ୍ୟ (ଜିଏସ୍‌ଟିକୁ ବାଦ ଦେଇ ) ୧୦.୪୭ ଟଙ୍କା ରହିବ। ସେହିଭଳି ପାରାସିଟାମଲ ଏବଂ କ୍ୟାଫିନ୍‌ ପ୍ରତି ଟ୍ୟାବଲେଟ୍‌ର ମୂଲ୍ୟ ୨.୮୮ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଗୋଟିଏ ରୋସୁଭାଷ୍ଟାଟିନ୍ ଆସ୍ପିରିନ୍ ଏବଂ କ୍ଲୋପିଡୋଗ୍ରେଲ୍ କ୍ୟାପସୁଲର ମୂଲ୍ୟ ନିୟାମକ ୧୩.୯୧ ଟଙ୍କା ସ୍ଥିର କରିଛନ୍ତି। ଏକ ପୃଥକ ବିଜ୍ଞପ୍ତିରେ, ଏନପିପିଏ କହିଛି ଯେ, ଏହା ତରଳ ମେଡିକାଲ ଅକ୍ସିଜେନ୍‌ ଏବଂ ଅକ୍ସିଜେନ୍‌ ଇନ୍‌ହଲର (ଔଷଧୀୟ ଗ୍ୟାସ)ର ସଂଶୋଧିତ ଅଧିକତମ ମୂଲ୍ୟକୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

About The Author: The Sakala