ଖାଦ୍ୟଶସ୍ୟ ଅଭାବ ନେଇ ଏଚ୍ଏସ୍‌ବିସିର ରିପୋର୍ଟ, ଭାରତରେ ତୀବ୍ର ହେବ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ଭାରତରେ ଖାଦ୍ୟ ଶସ୍ୟର ଅଭାବ ରହିଛି। ଗହମ ଏବଂ ଚାଉଳ ଭଳି ପ୍ରମୁଖ ଖାଦ୍ୟ ଶସ୍ୟର ଅଭାବ ଯୋଗୁ ବଜାରରେ ଦର ବୃଦ୍ଧି ଘଟୁଛି। ବର୍ତ୍ତମାନ ଉପରେ ରହିଥିବା ପନିପରିବା ଦରରେ ଆସନ୍ତା ମାସରେ କେତେକାଂଶରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏବେ ଟମାଟୋ ଦର ବୃଦ୍ଧି ବଡ଼ ସମସ୍ୟା ନୁହେଁ। ଘରୋଇ କ୍ଷେତ୍ରରେ ଚାଉଳ ଏବଂ ଗହମ ଅଭାବରୁ ଦର ବଢ଼ିବାରେ ଲାଗିଛି। ଖାଦ୍ୟଭାବ ଜନିତ ସ୍ଥିତି ଭାରତରେ ଆଗାମୀ […]

ନୂଆଦିଲ୍ଲୀ: ସମ୍ପ୍ରତି ଦେଶରେ ଭାରତରେ ଖାଦ୍ୟ ଶସ୍ୟର ଅଭାବ ରହିଛି। ଗହମ ଏବଂ ଚାଉଳ ଭଳି ପ୍ରମୁଖ ଖାଦ୍ୟ ଶସ୍ୟର ଅଭାବ ଯୋଗୁ ବଜାରରେ ଦର ବୃଦ୍ଧି ଘଟୁଛି। ବର୍ତ୍ତମାନ ଉପରେ ରହିଥିବା ପନିପରିବା ଦରରେ ଆସନ୍ତା ମାସରେ କେତେକାଂଶରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ଏବେ ଟମାଟୋ ଦର ବୃଦ୍ଧି ବଡ଼ ସମସ୍ୟା ନୁହେଁ। ଘରୋଇ କ୍ଷେତ୍ରରେ ଚାଉଳ ଏବଂ ଗହମ ଅଭାବରୁ ଦର ବଢ଼ିବାରେ ଲାଗିଛି। ଖାଦ୍ୟଭାବ ଜନିତ ସ୍ଥିତି ଭାରତରେ ଆଗାମୀ ଦିନରେ ମହଙ୍ଗା ମାଡ଼କୁ ତୀବ୍ରତ୍ତର କରାଇବ ବୋଲି ଏଚ୍‌ଏସ୍‌ବିସି ହୋଲ୍ଡିଂ ପିଏଲ୍‌ସି ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ ଏଚ୍‌ଏସ୍‌ବିସି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁଯାୟୀ, ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ୫ ପ୍ରତିଶତ ରହିବ। ତଥାପି, ଯଦି ଖାଦ୍ୟ ଶସ୍ୟ ମୂଲ୍ୟରେ ତୀବ୍ର ବୃଦ୍ଧି ଘଟେ, ତେବେ ମୁଦ୍ରାସ୍ଫୀତି ଆହୁରି ବଢ଼ିପାରେ। ପରିସ୍ଥିତିକୁ ଭଲ ଭାବରେ ଆକଳନ କରିବା ପାଇଁ ବିୋଷଜ୍ଞମାନଙ୍କ ନଜର ଏବେ ଆଗାମୀ ସପ୍ତାହରେ ହେବାକୁ ଥିବା ବର୍ଷା ଏବଂ ଧାନ ଚାଷ ଉପରେ। ଦେଶର ଦକ୍ଷିଣ ଏବଂ ପୂର୍ବାଞ୍ଚଳ କ୍ଷେତ୍ରରେ ଭଲ ବର୍ଷା ହୋଇନାହିଁ। ଏଥିଯୋଗୁ ଭାରତର ଚାଉଳ ରପ୍ତାନି ଦେଶରେ ସମସ୍ୟା ସୃଷ୍ଟି କରିପାରେ। ଆହୁରି ମଧ୍ୟ, ଯଦି ଚାଉଳ ଉତ୍ପାଦନ ପ୍ରଭାବିତ ହୁଏ, ତେବେ ଏଥିଯୋଗୁ ଗହମ ମୂଲ୍ୟ ବଢ଼ିପାରେ, ଯାହାକି କେତେକ କ୍ଷେତ୍ରରେ ଚାଉଳର ବିକଳ୍ପ ଭାବରେ ବ୍ୟବହୃତ ହୋଇଥାଏ।

ବିଶ୍ବସ୍ତରରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଉପରେ ଏହାର ପ୍ରଭାବ ପଡିପାରେ। କିଛି କାରଣରୁ ଭାରତରେ ଖାଦ୍ୟ ଶସ୍ୟ ମୂଲ୍ୟ ଆହୁରି ବୃଦ୍ଧି ପାଇପାରେ। ଗତ ସପ୍ତାହରେ ରୁଷ ଚେତାବନୀ ଦେବା ପରେ ଗହମ ମୂଲ୍ୟ ବୃଦ୍ଧି ପାଇଥିଲା। ଏଥିସହ, ଏଲ୍ ନିନୋ ମଧ୍ୟ ଖାଦ୍ୟଶସ୍ୟର ମୂଲ୍ୟ ଉପରେ ପ୍ରଭାବ ପକାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ଅପରପକ୍ଷେ ଅର୍ଥନୀତିଜ୍ଞମାନେ ଭବିଷ୍ୟବାଣୀ କରିଛନ୍ତି ଯେ ବର୍ଷର ଅବଶିଷ୍ଟ ସମୟ ଗୁଡିକରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ପାଇବ। ଫଳସ୍ୱରୂପ, ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାରକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇପାରେ।

ଆସନ୍ତାବର୍ଷ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥ଄ବାବେଳେ ଦର ବୃଦ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ମୁଦ୍ରାସ୍ଫୀତି ମୁକାବିଲା ପାଇଁ ସରକାର ନିକଟରେ ଧଳା ଅଣ-ବାସମତି ଚାଉଳ ରପ୍ତାନି ଉପରେ କଟକଣା ଲାଗୁ କରିଛନ୍ତି। ଚଳିତବର୍ଷ ପନିପରିବା ଏବଂ ଡାଲି ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଏଡାଛଡା ବର୍ଷ ଆରମ୍ଭରୁ ଟମାଟୋ ମୂଲ୍ୟ ୪୦୦%ରୁ ଅଧିକ ବୃଦ୍ଧି ଘଟିଛି। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଟମାଟୋ ମୂଲ୍ୟରେ ବୃଦ୍ଧି ଅଧିକ ସମୟ ଧରି ଜାରି ରହିବନାହିଁ। ଦୁଇ ମାସ ମଧ୍ୟରେ ଏହା ହ୍ରାସ ପାଇପାରେ। ସେ ଏହା ମଧ୍ୟ କହିଛନ୍ତି ଯେ ଡାଲି, ଚିନି ଏବଂ ତେଲ ଦର ବୃଦ୍ଧିକୁ ଏବେ ନିୟନ୍ତ୍ରଣ କରାଯିବା ଉଚିତ୍‌।

About The Author: The Sakala