ନୂଆଦିଲ୍ଲୀ: ୨୦୨୩ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଦ୍ରବ୍ୟ ଏବଂଳସେବା ଟିକସ (ଜିଏସ୍ଟି) ସଂଗୃହୀତ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସ୍ଟିର ପରିମାଣ ୩୮, ୪୪୦ କୋଟି, ରାଜ୍ୟ ଜିଏସ୍ଟିର ଅଂଶ ୪୭, ୪୧୨ କୋଟି ଓ ସମନ୍ୱିତ ଜିଏସ୍ଟିର ପରିମାଣ ୮୯, ୧୮୫ କୋଟି ଟଙ୍କା। ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨କୋଟି ଟଙ୍କାର ଟିକସ ଓ ୧୨, ୦୨୫କୋଟି ଟଙ୍କାର ସେସ୍ ଅନ୍ତର୍ଭୁକ୍ତ। ଏହି ସମୟରେ କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସ୍ଟି ବାବଦରେ ୪୫, ୮୬୪, ରାଜ୍ୟ ଜିଏସ୍ଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି।
୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ୱ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧କୋଟି ରାଜ୍ୟ ଜିଏସ୍ଟି। ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍ଟି ରାଜସ୍ୱ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ। ଏହି ମାସରେ ଘରୋଇ କାରବାର (ସେବା ଆମଦାନୀ ସହିତ ) ଗତବର୍ଷଠାରୁ ୧୬% ଅଧିକ ଥିଲା। ପ୍ରଥମ ଥର ପାଇଁ ମୋଟ ଜିଏସଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି। ମୋଟ ଇ-ୱେ ବିଲ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯କୋଟି।
ଏହା ୨୦୨୩ ଫେବୃୟାରୀ ମାସଠାରୁ ୧୧% ଅଧିକ।
୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮, ୨୨୮କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଛି। ମୋଟ ୯.୮ ଲକ୍ଷ ଟ୍ରାନ୍ଜାକସନ ଜରିଆରେ ଟିକଟଦାତା ଏହି ଟିକସ ପୈଠ କରିଛନ୍ତି। ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ। ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬୮,୨୨୮ କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଥିବାବେଳେ ଗତବର୍ଷ ସମାନ ତାରିଖରେ ୯.୬ଲକ୍ଷ କାରବାର ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସ୍ଟି।