ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର,ମିଳିବ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା!

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ଖୁବ୍‌ ଶୀଘ୍ର ଇପିଏଫ୍ଓ ସଦସ୍ୟମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ ହୋଇପାରେ। ଏହାଫଳରେ ଇପିଏଫଓର ସଦସ୍ୟମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କଭରେଜ୍‌ ଅଧୀନକୁ ଆସିଯିବେ। ଇପିଏଫଓ ବୋର୍ଡ ଏହାର ସମସ୍ତ ସଦସ୍ୟଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇବାକୁ ପ୍ରସ୍ତୁତି ଚଳାଇଛି। ତେବେ ଇପିଏଫ୍‌ଓର ଏହି ପ୍ରସ୍ତାବକୁ ଚଳିତ ମାସ ଶେଷ ସୁଦ୍ଧା ଅନୁମୋଦନ ମିଳିବା ଆଶା […]

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର। କାରଣ ଖୁବ୍‌ ଶୀଘ୍ର ଇପିଏଫ୍ଓ ସଦସ୍ୟମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ବୀମା ସୁବିଧା ଉପଲବ୍ଧ ହୋଇପାରେ। ଏହାଫଳରେ ଇପିଏଫଓର ସଦସ୍ୟମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା କଭରେଜ୍‌ ଅଧୀନକୁ ଆସିଯିବେ। ଇପିଏଫଓ ବୋର୍ଡ ଏହାର ସମସ୍ତ ସଦସ୍ୟଙ୍କୁ ଏହି ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇବାକୁ ପ୍ରସ୍ତୁତି ଚଳାଇଛି। ତେବେ ଇପିଏଫ୍‌ଓର ଏହି ପ୍ରସ୍ତାବକୁ ଚଳିତ ମାସ ଶେଷ ସୁଦ୍ଧା ଅନୁମୋଦନ ମିଳିବା ଆଶା କରାଯାଉଛି। ଯଦି ଏହା ହୁଏ ତେବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନର ୭ କୋଟିରୁ ଅଧିକ ସଦସ୍ୟ ବୀମା ସୁବିଧା ଲାଭ କରିବେ।

ଏଠାରେ ସୂଚନାଯୋଗ୍ୟ ଯେ,ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଅଧୀନରେ ହିତାଧିକାରୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭରେଜ ଦିଆଯାଇଥାଏ। ଏହି ଯୋଜନା ଲାଗୁ ହେବେ ଇପିଏଫଓର ପେନ୍‌ସନ୍‌ଭୋଗୀ ଏବଂ ସେମାନଙ୍କ ଜୀବନସାଥୀ ଏହି ଯୋଜନା ପାଇଁ ହକଦାର ହେବେ। ଆହୁରିମଧ୍ୟ ଏଥିରେ ଇପିଏଫ୍‌ଓର ସଦସ୍ୟମାନଙ୍କୁ ଆୟୁଷ୍ମାନ ଯୋଜନା ପାଇଁ କୌଣସି ପ୍ରିମିୟମ ଦେବାକୁ ପଡିବନାହିଁ। ଇପିଏଫ୍ଓ ଦେଇଥିବା ପ୍ରସ୍ତାବରେ କୁହାଯାଇଛି ଯେ ପ୍ରତ୍ୟେକ ସଦସ୍ୟଙ୍କର ୧୧୧ ଟଙ୍କାର ପ୍ରିମିୟମ ଇପିଏଫ୍ଓ ​​ବହନ କରିବ। ଦେଶରେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୁବିଧା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ବୀମା ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ସେପ୍ଟେମ୍ବର ୨୦୧୮ ରେ ଆରମ୍ଭ ହୋଇଥିଲା। ଏହି ସ୍କିମ୍ ଅନୁଯାୟୀ, ପ୍ରତ୍ୟେକ କାର୍ଡଧାରୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ପାଇଥାନ୍ତି।

About The Author: The Sakala