ଭାରତରେ ସାଟେଲାଇଟ୍‌ ଇଣ୍ଟରନେଟ୍‌ ସେବା ଯୋଗାଇବେ ଏଲନ୍‌ ମସ୍କ

ନୂଆଦିଲ୍ଲୀ: ଦେଶରେ ଭଏସ୍‌ ଏବଂ ଡାଟା ଯୋଗାଯୋଗ ସେବା ଯୋଗାଇବା ପାଇଁ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଖୁବ୍‌ ଶୀଘ୍ର ଲାଇସେନ୍ସ ମିଳିପାରେ। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଡାଟା ଷ୍ଟୋରେଜ୍ ଏବଂ ଟ୍ରାନ୍ସଫର ନିୟମ ଉପରେ ଷ୍ଟାରଲିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ ଭାରତ ସରକାର ବେଶ ସନ୍ତୁଷ୍ଟ। ଏଠାରେ ସୂଚନାଯୋଗ୍ୟ ଯେ, ଷ୍ଟାରଲିଙ୍କ୍ହେଉଛି ସ୍ପେସ୍ଏକ୍ସର ଏକ ସହାୟକ କମ୍ପାନୀ। ଲାଇସେନ୍ସ ପାଇବା ପରେ ଏହା ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନକୁ ଉପଗ୍ରହ ବ୍ରଡବ୍ୟାଣ୍ଡ, ଭଏସ୍ ଏବଂ […]

ନୂଆଦିଲ୍ଲୀ: ଦେଶରେ ଭଏସ୍‌ ଏବଂ ଡାଟା ଯୋଗାଯୋଗ ସେବା ଯୋଗାଇବା ପାଇଁ ଏଲନ୍ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କକୁ ଖୁବ୍‌ ଶୀଘ୍ର ଲାଇସେନ୍ସ ମିଳିପାରେ। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଡାଟା ଷ୍ଟୋରେଜ୍ ଏବଂ ଟ୍ରାନ୍ସଫର ନିୟମ ଉପରେ ଷ୍ଟାରଲିଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟାରେ ଭାରତ ସରକାର ବେଶ ସନ୍ତୁଷ୍ଟ। ଏଠାରେ ସୂଚନାଯୋଗ୍ୟ ଯେ, ଷ୍ଟାରଲିଙ୍କ୍ହେଉଛି ସ୍ପେସ୍ଏକ୍ସର ଏକ ସହାୟକ କମ୍ପାନୀ। ଲାଇସେନ୍ସ ପାଇବା ପରେ ଏହା ଭାରତର ବ୍ୟକ୍ତିବିଶେଷ ତଥା ସଂଗଠନକୁ ଉପଗ୍ରହ ବ୍ରଡବ୍ୟାଣ୍ଡ, ଭଏସ୍ ଏବଂ ମେସେଜିଂ ସେବା ଯୋଗାଇବାରେ ସକ୍ଷମ ହେବ। ଯଦି ଅନୁମୋଦିତ ହୁଏ, ଜିଏ୍‌ପିସିଏସ୍ ଲାଇସେନ୍ସ ପାଇବା ପାଇଁ ଷ୍ଟାରଲିଙ୍କ ତୃତୀୟ କମ୍ପାନୀ ହେବ। ଏହାପୂର୍ବରୁ ଭାରତ ଏୟାରଟେଲ୍‌ ସମର୍ଥିତ କମ୍ପାନୀ ୱାନୱେବ୍‌ ଏବଂ ରିଲାଏନ୍ସ ଜିଓ ସାଟେଲାଇଟ୍‌ ସେବା ଯୋଗାଇବା ପାଇଁ ଲାଇସେନ୍ସ ପାଇଛି। ଅନ୍ୟପକ୍ଷରେ ଜେଫ ବେଜୋସଙ୍କ କମ୍ପାନୀ ଆମାଜନ ମଧ୍ୟ ଟେଲିକମ୍ୟୁନିକେସନ ବିଭାଗରୁ ଲାଇସେନ୍ସ ପାଇଁ ଆବେଦନ କରିଛି, କିନ୍ତୁ ସରକାର ଏ ପର୍ଯ୍ୟନ୍ତ ଏହା ଉପରେ କୌଣସି ବିଚାର ବିମର୍ଶ କରିନାହାଁନ୍ତି। ଦେଶରେ ଉପଗ୍ରହ ସେବା ପାଇଁ ସ୍ପେକ୍ଟ୍ରମ୍ କିମ୍ବା ରେଡିଓ ଫ୍ରିକ୍ୱେନ୍ସି କିପରି ଆବଣ୍ଟନ କରାଯିବ ସେ ନେଇ ସରକାର ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ର ସୁପାରିଶକୁ ଅପେକ୍ଷା କରିଛନ୍ତି। ତଥାପି, ଟ୍ରାଇକୁ ଜଣେ ନୂତନ ଅଧ୍ୟକ୍ଷ ନ ମିଳିବା ପର୍ଯ୍ୟନ୍ତ ତାହା ଉପରେ କୌଣସି ସୁପାରିଶ ଆସିବାର ସମ୍ଭାବନା ନାହିଁ। ଉପଗ୍ରହ ମାଧ୍ୟମରେ ଦ୍ରୁତ ଇଣ୍ଟରନେଟ୍ ସହିତ ଦୂର୍ଗମ ଅଞ୍ଚଳକୁ ସଂଯୋଗ କରିବା ଷ୍ଟାରଲିଙ୍କ୍‌ର କାର୍ଯ୍ୟ।

 

About The Author: The Sakala