ସପ୍ତାହକରେ ବିଏସଇ ସେନ୍‌ସେକ୍ସରେ ୫୮୦ ପଏଣ୍ଟ ବୃଦ୍ଧି; ୧୦ କମ୍ପାନୀଙ୍କ ବଜାରପୁଞ୍ଜି ବଢିଲା ୯୭, ୪୬୩ କୋଟି

ମୁମ୍ବାଇ: ଗତ ସପ୍ତାହରେ ବିଏସଇ ସୂଚକାଙ୍କରେ ହାରାହାରି ଭାବେ ୫୮୦ ପଏଣ୍ଟ ବୃଦ୍ଧି ପାଇଥ୍ଖଲା ବେଳେ ଅଧ୍ଖକାଂଶ କମ୍ପାନୀଙ୍କ ଶେୟାର କାରବାର ଉଲ୍ଲେଖନୀୟ ରହିଥ୍ଖଲା। ଏହିକ୍ରମରେ ୧୦ ପ୍ରମୁଖ କମ୍ପାନୀଙ୍କ ବଜାରପୁଞ୍ଜି(ଏମ-କ୍ୟାପ୍)ରେ ଅନ୍ୟୂନ ୯୭, ୪୬୩ କୋଟି ଟଙ୍କା ବୃଦ୍ଧି ଘଟିଥ୍ଖବା ଜଣାପଡ଼ିଛି। ତେବେ ଏହି କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସର୍ବାଧ୍ଖକ ଫାଇଦା ଉଠାଇବାରେ ସକ୍ଷମ ହୋଇଛି। ଷ୍ଟକ୍ ଏକ୍ସଚେଞ୍ଜ ସୂତ୍ରରୁ ଦିଆଯାଇଥ୍ଖବା ତଥ୍ୟ ଅନୁସାରେ ବିଏସଇ ସେନସେକ୍ସ ଗତ ସପ୍ତାହରେ ୫୮୦ ପଏଣ୍ଟ ବୃଦ୍ଧିରେ […]

ମୁମ୍ବାଇ: ଗତ ସପ୍ତାହରେ ବିଏସଇ ସୂଚକାଙ୍କରେ ହାରାହାରି ଭାବେ ୫୮୦ ପଏଣ୍ଟ ବୃଦ୍ଧି ପାଇଥ୍ଖଲା ବେଳେ ଅଧ୍ଖକାଂଶ କମ୍ପାନୀଙ୍କ ଶେୟାର କାରବାର ଉଲ୍ଲେଖନୀୟ ରହିଥ୍ଖଲା। ଏହିକ୍ରମରେ ୧୦ ପ୍ରମୁଖ କମ୍ପାନୀଙ୍କ ବଜାରପୁଞ୍ଜି(ଏମ-କ୍ୟାପ୍)ରେ ଅନ୍ୟୂନ ୯୭, ୪୬୩ କୋଟି ଟଙ୍କା ବୃଦ୍ଧି ଘଟିଥ୍ଖବା ଜଣାପଡ଼ିଛି। ତେବେ ଏହି କମ୍ପାନୀଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସର୍ବାଧ୍ଖକ ଫାଇଦା ଉଠାଇବାରେ ସକ୍ଷମ ହୋଇଛି। ଷ୍ଟକ୍ ଏକ୍ସଚେଞ୍ଜ ସୂତ୍ରରୁ ଦିଆଯାଇଥ୍ଖବା ତଥ୍ୟ ଅନୁସାରେ ବିଏସଇ ସେନସେକ୍ସ ଗତ ସପ୍ତାହରେ ୫୮୦ ପଏଣ୍ଟ ବୃଦ୍ଧିରେ ଏହାର କାରବାର ପୂର୍ବ ସପ୍ତାହ ତୁଳନାରେ ୦.୯୧ ପ୍ରତିଶତ ବୃଦ୍ଧି ପାଇଥ୍ଖଲା। ଯେଉଁ କମ୍ପାନୀଗୁଡିକର କାରବାର ବୃଦ୍ଧି ଘଟିଥ୍ଖଲା ସେଗୁଡିକ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଟିସିଏସ୍ ଆଦି କମ୍ପାନୀ ରହିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ବଜାରପୁଞ୍ଜି ମୂଲ୍ୟରେ ୩୬, ୩୯୯ କୋଟି ଟଙ୍କା ବୃଦ୍ଧି ଘଟି ଏହା ୧୫, ୬୮, ୯୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଥ୍ଖଲା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କର ୧୫, ୩୦୫ କୋଟି ଟଙ୍କା ବୃଦ୍ଧିରେ ମୋଟ ବଜାରପୁଞ୍ଜି ପରିମାଣ ୫, ୧୫, ୯୭୬ କୋଟି, ଆଇସିଆଇସିଆଇ ବ୍ୟାଙ୍କର ୧୪, ୭୪୯ କୋଟି ଟଙ୍କା ବୃଦ୍ଧିରେ ୬.୫୪, ୦୪୨ କୋଟି, ଏଚଡିଏଫସି ବ୍ୟାଙ୍କର ୧୧, ୬୫୭ କୋଟି ଟଙ୍କା ବୃଦ୍ଧିରେ ୧୧, ୨୫, ୮୪୨ କୋଟି, ଭାରତୀ ଏୟାରଟେଲର ୯୩୫୨ କୋଟି ବୃଦ୍ଧିରେ ୫, ୨୩, ୦୮୭ କୋଟି, ହିନ୍ଦୁସ୍ତାନ ୟୁନିଲିଭରର ୬୩୨୦ କୋଟି ଟଙ୍କା ବୃଦ୍ଧିରେ ୫, ୮୯, ୪୧୮ କୋଟି, ଇନଫୋସିସ୍ର ୩୫୦୭ କୋଟି ଟଙ୍କା ବୃଦ୍ଧିରେ ୫, ୭୬, ୫୨୯ କୋଟି ଏବଂ ଟିସିଏସ୍ର ୧୦୯.୭୭ କୋଟି ଟଙ୍କା ବୃଦ୍ଧିରେ ଏହାର ମୋଟ ବଜାରପୁଞ୍ଜି ମୂଲ୍ୟ ୧୨, ୨୬, ୦୯୩ କୋଟି ଟଙ୍କାକୁ ବୃଦ୍ଧି ପାଇଥ୍ଖବା କୁହାଯାଇଛି। ଏହିକ୍ରମରେ ବର୍ତ୍ତମାନ ସୁଦ୍ଧା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁଠାରୁ ମୂଲ୍ୟଯୁକ୍ତ କମ୍ପାନୀର ସ୍ଥାନ ବଜାର ରଖୀଛି।

About The Author: The Sakala