ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ: ପ୍ରତି ମିନିଟ୍‌ରେ ଅରବପତି କମାଇଲେ ୫.୪୦ ଲକ୍ଷ

ନୂଆଦିଲ୍ଲୀ : ଇତିମଧ୍ୟରେ ବର୍ଷ ୨୦୨୩ର ପ୍ରଥମାର୍ଦ୍ଧ ସମାପ୍ତ ହୋଇଛି। କ୍ୟାଲେଣ୍ଡର ବର୍ଷ ଅନୁଯାୟୀ, ୬ ମାସ ବିତିଗଲାଣି, ଯାହା ବିଶ୍ବର ଅରବପତିମାନଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଏହି ସମୟ ମଧ୍ୟରେ ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ପ୍ରତି ମିନିଟ୍‌ରେ ହାରାହାରି ୫.୪୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ପ୍ରଥମ ୬ ମାସ ମଧ୍ୟରେ ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ୮୫୨ ବିଲିୟନ ଡ଼ଲାର ଅର୍ଥାତ୍ ୭୦ ଲକ୍ଷ କୋଟି ଟଙ୍କା ବୃଦ୍ଧି […]

ନୂଆଦିଲ୍ଲୀ : ଇତିମଧ୍ୟରେ ବର୍ଷ ୨୦୨୩ର ପ୍ରଥମାର୍ଦ୍ଧ ସମାପ୍ତ ହୋଇଛି। କ୍ୟାଲେଣ୍ଡର ବର୍ଷ ଅନୁଯାୟୀ, ୬ ମାସ ବିତିଗଲାଣି, ଯାହା ବିଶ୍ବର ଅରବପତିମାନଙ୍କ ପାଇଁ ବହୁତ ଭଲ ପ୍ରମାଣିତ ହୋଇଛି। ଏହି ସମୟ ମଧ୍ୟରେ ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ପ୍ରତି ମିନିଟ୍‌ରେ ହାରାହାରି ୫.୪୦ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି। ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ପ୍ରଥମ ୬ ମାସ ମଧ୍ୟରେ ବିଶ୍ବର ଅରବପତିମାନଙ୍କ ସମ୍ପତ୍ତିରେ ୮୫୨ ବିଲିୟନ ଡ଼ଲାର ଅର୍ଥାତ୍ ୭୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଏଥିରେ ଟ୍ବିଟର ମୁଖ୍ୟ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସର୍ବାଧିକ ବୃଦ୍ଧି ହୋଇଛି। ଏଥିସହିତ ଚଳିତବର୍ଷ ଫେସବୁକର ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ମଧ୍ୟ ଅତେହୁକ ବୃଦ୍ଧି ଘଟିଛି। ବିଶେଷ କଥା ହେଉଛି ବିଶ୍ବ ୫୦୦ ବଡ଼ ଅରବପତିଙ୍କ ମଧ୍ୟରେ ଗୌତମ ଆଦାନୀ ସବୁଠାରୁ ଅଧିକ ସମ୍ପତ୍ତି ହରାଇଛନ୍ତି।

ଏଥିରେ ସାରା ବିଶ୍ବରେ ଅରବପତିମାନଙ୍କ ସମ୍ପତ୍ତିରେ ମୋଟ ୭୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ ହାରାହାରି ଜଣେ କୋଟିପତିଙ୍କ ସମ୍ପତ୍ତିରେ ୧୪,୦୦୦ କୋଟି ଟଙ୍କା ବୃଦ୍ଧି ଘଟିଥିବାର ଦେଖାଯାଇଛି। ଯଦି ଏହା ଗୋଟିଏ ଦିନ ଆଧାରରେ ଦେଖାଯାଏ, ତେବେ ୭୭ କୋଟି ଟଙ୍କା ବୃଦ୍ଧି ଘଟିଥିବାର ଜଣାପଡିବ। ପ୍ରାୟ ପ୍ରତି ଏକ ଘଣ୍ଟାରେ ଅରବପତିମାନଙ୍କ ହାରାହାରି ସମ୍ପତ୍ତିରେ ୩ କୋଟି ୨୪ ଲକ୍ଷ ଟଙ୍କା ବୃଦ୍ଦି ଘଟୁଥିବା ଜଣାପଡିଛି। ତେବେ ଏହାକୁ ମିନିଟ୍ରେ ଗଣନା କଲେ ଜଣାପଡୁଛି ଯେ, ଅରବପତିମାନେ ପ୍ରତି ମିନିଟ୍‌ରେ ପାଖପାାଖୀ ସାଢ଼େ ୫ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି।

ବର୍ଷର ପ୍ରଥମ ୬ ମାସରେ ଏଲନ୍ ମସ୍କଙ୍କ ସମ୍ପତ୍ତିରେ ସର୍ବାଧିକ ୧୦୦ ବିଲିୟନ ଡଲାର ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ, ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ୫୮.୬ ବିଲିୟନ ଡ଼ଲାର ବୃଦ୍ଧି ହୋଇଛି। ୪୭.୬ ବିଲିୟନ ଡ଼ଲାର ସମ୍ପତ୍ତ ବୃଦ୍ଧି ସହ ବୃଦ୍ଧି ସହିତ ଜେଫ୍ ବେଜୋସ୍ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଲ୍ୟାରି ଏଲିସନ ୪୦ ବିଲିୟନ ଡଲାର, ବର୍ନାର୍ଡ ଆର୍ଣ୍ଣୋଲ୍ଟ ୩୭.୩ ବିଲିୟନ ଡ଼ଲାର, ଷ୍ଟିଭ ବଲ୍ମରଙ୍କ ମାଟ ସମ୍ପତ୍ତିରେ ୩୧.୫ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଦୁନିଆର ୫୦୦ ଅରବପତିଙ୍କ ମଧ୍ୟରେ କିଛି ଅରବପତି ରହିଛନ୍ତି ଯେଉଁମାନଙ୍କର ସମ୍ପତ୍ତିରେ ହ୍ରାସ ଝଟିଛି।

ବିଶ୍ବର ୧୧୮ ଜଣ ଅରବପତିଙ୍କ ବିଗତ ୬ ମାସ ମଧ୍ୟରେ ହ୍ରାସ ଘଟିଛି। ଏଥିରେ ଗୌତମ ଆଦାନୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆଦାନୀଙ୍କ ସମ୍ପତ୍ତିରେ ୬୦ ବିଲିୟନ ଡ଼ଲାର ହ୍ରାସ ପାଇଛି। ତେବେ କ୍ଷତି ସହିବା କ୍ଷେତ୍ରରେ ଚୀନ୍ର ଅରବପତିମାନେ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ସେମାନଙ୍କର ସମ୍ପତ୍ତିରେ ୧୨ ବିଲିୟନ ଡଲାରରୁ ଅଧିକ ହ୍ରାସ ହୋଇଛି।

About The Author: The Sakala