ଶୀତ ଅଧିବେଶନରେ ଆସିପାରେ କ୍ରିପ୍ଟୋକରେନ୍ସି ବିଲ୍‌, ନିଷେଧ ହୋଇପାରେ ସବୁ ଘରୋଇ କ୍ରିପ୍ଟୋକରେନ୍ସି

ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଏହି ବିଲ୍‌ର ନାମ ‘କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧’। ଦେଶର ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ। ଏଭଳି ପରିସ୍ଥିତିରେ ଯଦି ସଂସଦରେ ଏହି ବିଲ୍‌ ମଞ୍ଜୁରି ଲାଭ କରେ ତେବେ ବିଟ୍‌ କଏନ୍ ପରି କ୍ରିପ୍ଟୋକରେନ୍ସିରେ ବିନିଯୋଗ କରୁଥିବା ନିବେଶକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି […]

ନୂଆଦିଲ୍ଲୀ: ସଂସଦର ଆଗାମୀ ଶୀତକାଳୀନ ଅଧିବେଶନରେ ସରକାର କ୍ରିପ୍ଟୋକରେନ୍ସି ଉପରେ ଏକ ବିଲ୍ ଆଗତ କରିବାର ସମ୍ଭାବନା ରହିଛି। ଏହି ବିଲ୍‌ର ନାମ ‘କ୍ରିପ୍ଟୋକରେନ୍ସି ଏବଂ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧’। ଦେଶର ସମସ୍ତ ଘରୋଇ କ୍ରିପ୍ଟୋକରେନ୍ସି ଉପରେ ପ୍ରତିବନ୍ଧକ ଲଗାଇବା ଏହି ବିଲର ଉଦ୍ଦେଶ୍ୟ। ଏଭଳି ପରିସ୍ଥିତିରେ ଯଦି ସଂସଦରେ ଏହି ବିଲ୍‌ ମଞ୍ଜୁରି ଲାଭ କରେ ତେବେ ବିଟ୍‌ କଏନ୍ ପରି କ୍ରିପ୍ଟୋକରେନ୍ସିରେ ବିନିଯୋଗ କରୁଥିବା ନିବେଶକଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେବ। ଅପରପକ୍ଷେ ‘କ୍ରିପ୍ଟୋକରେନ୍ସି ଏବଂ ରେଗୁଲେସନ୍ ଅଫ୍ ଅଫିସିଆଲ୍ ଡିଜିଟାଲ୍ ମୁଦ୍ରା ବିଲ୍ ୨୦୨୧’ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି ହେବାକୁ ଥିବା ସରକାରୀ ଡିଜିଟାଲ୍ ମୁଦ୍ରା ସୃଷ୍ଟି ପାଇଁ ଏକ ଢ଼ାଞ୍ଚା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

କ୍ରିପ୍ଟୋକରେନ୍ସି ପ୍ରସଙ୍ଗରେ ନିକଟରେ ସଂସଦୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବିଜେପିନେତା ଜୟନ୍ତ ସିହ୍ନାଙ୍କ ନେତୃତ୍ବରେ ଗଠିତ ଏହି ସଂସଦୀୟ କମିଟି ବିଭିନ୍ନ ହିତାଧ୍ୟାକାରୀଙ୍କ ସହ କ୍ରିପ୍ଟୋ ଫାଇନାନ୍ସ ଏବଂ କ୍ରିପ୍ଟୋକରେନ୍ସିର ଗୁଣ ବିଷୟରେ ଆଲୋଚନା କରିଥିଲେ। ସେହି ଆଲୋଚନାରେ କ୍ରିପ୍ଟୋ ଏକ୍ସଚେଞ୍ଜ, ବ୍ଲକ୍ ଚେନ୍ ଏବଂ କ୍ରିପ୍ଟୋ ଆସେଟସ୍ କାଉନସିଲ୍  (ବିଏସିସି) ର ପ୍ରତିନିଧୂମାନେ, ଶିଳ୍ପ ସଂସ୍ଥା ତଥା ଏକାଡେମୀ ଏବଂ ଅନ୍ୟାନ୍ୟ ହିତାଧିକାରୀ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ । ଅନେକ ସଦସ୍ୟ ଏହାକୁ ଖୋଲାଖୋଲି ନିଷେଧ କରିବା ପରିବର୍ତ୍ତେ କ୍ରିପ୍ଟୋକରେନ୍ସି ବଜାରକୁ ନିୟନ୍ତ୍ରଣ କରିବା ସପକ୍ଷରେ ଥିଲେ। କମିଟି ବୈଠକର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମନ୍ତ୍ରାଳୟ ଏବଂ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ କ୍ରିପ୍ଟୋକରେନ୍ସି ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ।

About The Author: The Sakala