ବିଗ୍‌ ବଜାରର ‘ସବ୍‌ସେ ବଡ଼ା ଅଫର୍‌’: ୨୫୦୦ ଟଙ୍କାର କିଣାରେ ୫୦୦ ଟଙ୍କାର ଫଳ ମାଗଣା

ଭୁବନେଶ୍ବର: ପ୍ରତିଷ୍ଠିତ ହାଇପର ମାର୍କେଟ ଚେନ ବିଗ୍‌ ବଜାର ପକ୍ଷରୁ ଗ୍ରାହକମାନଙ୍କ ପାଇଁ ’ସବ୍‌ସେ ବଡା ଅଫର’ ବ୍ୟବସ୍ଥା ଘୋଷଣା କରାଯାଇଛି। ପ୍ରଥମଥର ପାଇଁ ଘୋଷଣା କରାଯାଇଥିବା ଏହି ଅଫର ବ୍ୟବସ୍ଥାରେ ଜଣେ ଗ୍ରାହକ ୨୫୦୦ ଟଙ୍କାର ସାମଗ୍ରୀ କ୍ରୟ କଲେ ସଂପୃକ୍ତ ଗ୍ରାହକଙ୍କୁ ୫୦୦ ଟଙ୍କାର ଫଳ କିମ୍ବା ପନିପରିବା ମାଗଣାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦେଶର ସମସ୍ତ ବିଗ୍‌ ବଜାର ମଲଗୁଡିକରେ ଏହି ସୁବିଧା ଉପଲବ୍ଧ ହେବା ସହିତ କମ୍ପାନୀର ୱେବସାଇଟ୍‌ରେ […]

ଭୁବନେଶ୍ବର: ପ୍ରତିଷ୍ଠିତ ହାଇପର ମାର୍କେଟ ଚେନ ବିଗ୍‌ ବଜାର ପକ୍ଷରୁ ଗ୍ରାହକମାନଙ୍କ ପାଇଁ ’ସବ୍‌ସେ ବଡା ଅଫର’ ବ୍ୟବସ୍ଥା ଘୋଷଣା କରାଯାଇଛି। ପ୍ରଥମଥର ପାଇଁ ଘୋଷଣା କରାଯାଇଥିବା ଏହି ଅଫର ବ୍ୟବସ୍ଥାରେ ଜଣେ ଗ୍ରାହକ ୨୫୦୦ ଟଙ୍କାର ସାମଗ୍ରୀ କ୍ରୟ କଲେ ସଂପୃକ୍ତ ଗ୍ରାହକଙ୍କୁ ୫୦୦ ଟଙ୍କାର ଫଳ କିମ୍ବା ପନିପରିବା ମାଗଣାରେ ମିଳିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଦେଶର ସମସ୍ତ ବିଗ୍‌ ବଜାର ମଲଗୁଡିକରେ ଏହି ସୁବିଧା ଉପଲବ୍ଧ ହେବା ସହିତ କମ୍ପାନୀର ୱେବସାଇଟ୍‌ରେ ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଗ୍ରାହକମାନଙ୍କ ପାଇଁ ଏହି ଅଫର ସୁବିଧା ଯୋଗାଇ ଦିଆଯାଇଥିବା କୁହାଯାଇଛି। ଏହି ଅଫର ଚଳିତ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଚଳିତ ମାସରେ ଦେଶର ବିଭିନ୍ନ ଭାଗରେ ନବବର୍ଷ ପାଳନ ହେବାକୁ ଯାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ଏଭଳି ଅଫର ଘୋଷଣା କରିଛି । ଏଥିସହିତ ଇଲେକଟ୍ରୋନିକ୍ସ, କିଚେନ ୱେୟର, ବସ୍ତ୍ର ଏବଂ ଗ୍ରୋସରୀ ସାମଗ୍ରୀ ପାଇଁ ମଧ୍ୟ ରିଆତି ବ୍ୟବସ୍ଥା ରଖିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

About The Author: The Sakala