ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨-୨୩। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ନେଇ ସର୍ବେଶେଷ ତଥ୍ୟ ପ୍ରଦାନ କରିଛନ୍ତି। ତେବେ ଚଳିତ ବଜେଟରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବଡ ଘୋଷଣା କରାଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶରେ ଡିଜିଟାଲ ଟଙ୍କା ପ୍ରଚଳନ କରାଯିବ । ବ୍ଲକଚେନ ଓ ଅନ୍ୟ ପ୍ରକାରର ଟେକନଲୋଜୀ ବ୍ୟବହାର କରି ଏହା କରାଯିବ । ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ସରକାରୀ ବିଭାଗ ସ୍ତରରେ ଅର୍ଥ ନେଣଦେଣରେ ହେଉଥିବା ବିଳମ୍ବକୁ କମ କରିବାକୁ ଏକ ଅନଲାଇନ ବିଲ ପେମେଣ୍ଟ ସିଷ୍ଟମ ଆରମ୍ଭ କରାଯିବ । ଏହାକୁ ସବୁ କେନ୍ଦ୍ର ସରକାରୀ ବିଭାଗ ବ୍ୟବହାର କରିପାରିବେ ।
ଆରବିଆଇର ଡିଜିଟାଲ କରେନ୍ସି ବ୍ଲକଚେନ୍ ଟେକ୍ନୋଲଜି ଦ୍ୱାରା ପ୍ରଚଳନ କରାଯିବ।ଆରବିଆଇ ଡିଜିଟାଲ କରେନ୍ସି ପ୍ରଚଳନ କରିବାକୁ ଯାଉଥିବା ଅର୍ଥମନ୍ତ୍ରୀ ସୂଚନା ନେଇଛନ୍ତି। ସେ କହିଛନ୍ତି, ଡିଜିଟାଲ କରେନ୍ସି ଦେଶର ଅର୍ଥନୀତିକୁ ଅଧିକ ବୁଷ୍ଟ ଦେବ। ଶସ୍ତା କରେନ୍ସ ମ୍ୟାନେଜମେଣ୍ଟ ବ୍ୟସ୍ଥାକୁ ଏହା ତ୍ୱରାନ୍ୱିତ କରିବାରେ ସହାୟତା କରିବ। ଦେଶର ଅର୍ଥନୀତି ଉପରେ ଏହାର ଭଲ ପ୍ରଭାବ ପଡ଼ିବ। ଏଥିପାଇଁ ବ୍ଲକଚେନ ଓ ଅନ୍ୟ ଟେକ୍ନୋଲଜି ଦ୍ୱାରା ଏହି ଡିଜିଟାଲ କରେନ୍ସି ଆରମ୍ଭ କରାଯିବ। ସେ କହିଛନ୍ତି, ଭର୍ଚୁଆଲ ଓ ଡିଜିଟାଲ ସମ୍ପତ୍ତି ବିକ୍ରି ଓ କିଣିବା ଦ୍ୱାରା ହେଉଥିବା ଆୟ ଉପରେ ୩୦% ଟିକସ ଲୋକଙ୍କୁ ଦେବାକୁ ପଡ଼ିବ।