କର୍କଟ ଚିହ୍ନଟ ପାଇଁ ନୂଆ ବିକଳ୍ପ; ସ୍ବର ପରିବର୍ତ୍ତନରୁ ଜାଣିହେବ ଗଳା କର୍କଟ ହେବାର ଆଶଙ୍କା…

ମନୁଷ୍ୟ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ। ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। ଦେଶରେ ଗତ କିଛି ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ କର୍କଟ ଦେଖାଯାଉଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ନାନା ଗବେଷଣା କରାଯାଉଥିବାବେଳେ ଚଣ୍ଡିଗଡ଼ ପିଜିଆଇଙ୍କ ନୂତନ ଗବେଷଣାକୁ ନେଇ ସବୁଠୁ ଚର୍ଚ୍ଚା। ପିଜିଆଇର ଇଏନ୍ଟି ବିଭାଗ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଏହି ଗବେଷଣା କରିବ। […]

ମନୁଷ୍ୟ ଶରୀରର ପ୍ରତ୍ୟେକ ଜୀବକୋଷ ଏକ ନିର୍ଦ୍ଦିଷ୍ଟ ସମୟରେ ବଢ଼େ। ମୃତ୍ୟୁବରଣ କରିଥାଏ। ମାତ୍ର ଶରୀର କୋଷ ଗୁଡ଼ିକର ଅନିୟନ୍ତ୍ରିତ ଅଭିବୃଦ୍ଧିକୁ କର୍କଟ କୁହାଯାଏ। ଦେଶରେ ଗତ କିଛି ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବିଭିନ୍ନ କର୍କଟ ଦେଖାଯାଉଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ନାନା ଗବେଷଣା କରାଯାଉଥିବାବେଳେ ଚଣ୍ଡିଗଡ଼ ପିଜିଆଇଙ୍କ ନୂତନ ଗବେଷଣାକୁ ନେଇ ସବୁଠୁ ଚର୍ଚ୍ଚା। ପିଜିଆଇର ଇଏନ୍ଟି ବିଭାଗ କୃତ୍ରିମ ବୁଦ୍ଧିମତାର ସାହାଯ୍ୟ ନେଇ ଏହି ଗବେଷଣା କରିବ। ଏଥିପାଇଁ ରୋଗୀଙ୍କର ସ୍ବରକୁ ଏକ ସ୍ବତନ୍ତ୍ର ମୋବାଇଲ୍‌ ଆପ୍‌ରେ ରେକର୍ଡ କରାଯିବ। ସ୍ବତନ୍ତ୍ର ସଫ୍ଟୱେର ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରାଯିବ। ଏହାଦ୍ବାରା ଜଣଙ୍କ ସ୍ବର ପରିବର୍ତ୍ତନରୁ ଗଳା କର୍କଟ ହେବା ଆଶଙ୍କାକୁ ଜାଣିହେବ ବୋଲି ଗବେଷକ ମତ ଦିଅନ୍ତି ।

ଏହି ଗବେଷଣା ପାଇଁ ଇଣ୍ଡିଆନ୍‌ ମେଡିକାଲ କାଉନସେଲିଂ ୯୦ ଲକ୍ଷ ଟଙ୍କା ଆର୍ଥିକ ସହଯୋଗ କରିଛନ୍ତି। ସାଧାରଣତଃ ଏହି ପ୍ରକାର କର୍କଟ ସ୍ବର ଆସୁଥିବା ତଥା ଭୋକାଲ କର୍ଡସରେ ହୋଇଥାଏ। ଏହାକୁ ଲ୍ୟାରିନ୍ସ କର୍କଟ କୁହାଯାଏ। ତେଣୁ ଏହି କର୍କଟ ଚିହ୍ନଟ ଯେତେ ଶୀଘ୍ର ହୋଇଥାଏ, ଚିକିତ୍ସା ସଫଳ ହୋଇଥାଏ। ନତୁବା ବିଳମ୍ବ ଯୋଗୁଁ ଫୁସ୍‌ଫୁସ୍‌ଠୁ ନେଇ ଶରୀରର ବିଭିନ୍ନ ଅଙ୍ଗକୁ ବ୍ୟାପିବାର ଆଶଙ୍କା ଅଧିକ ରହିଥାଏ। ମଦ୍ୟପାନ, ଧୂମ୍ରପାନ, ଏଚ୍‌ପିଭି ସଂକ୍ରମଣ ଆଦି ଯୋଗୁଁ ଏ ପ୍ରକାର କର୍କଟ ହୋଇଥାଏ। ଏଥିରେ ଗଳା ଦରଜ ହୋଇ କୁଣ୍ଡାଇ ହେବା, କାନ ଯନ୍ତ୍ରଣା ଆଦି ହୋଇଥାଏ। ତେଣୁ ପିଜିଆଇ ଇଏନ୍‌ଟି ବିଭାଗ ଏହି ଗବେଷଣା ପାଇଁ ୧୦୦ ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରିବ। ଏଥିରେ ଉଭୟ ସୁସ୍ଥ ଓ ପୂର୍ବରୁ ସ୍ବର ବିକୃତି (ଭଏସ୍‌ ଡିସ୍‌ଅର୍ଡର) ବ୍ୟକ୍ତି ସାମିଲ ରହିବେ ।

ଟିମ୍‌ ମୁତାବକ, ଏହି ଗବେଷଣା ସଫଳ ହେଲେ, କୃତ୍ରିମ ବୁଦ୍ଧିମତା ସାହାଯ୍ୟରେ ସ୍ବରକୁ ବିଶ୍ଳେଷଣ କରି କର୍କଟର ସଠିକ୍‌ ରିପୋର୍ଟ ଆସିପାରିବ। ତେବେ ପିଜିଆଇ ଇଏନ୍‌ଟି ବିଭାଗ ପ୍ରତିବର୍ଷ ୧୦୦ ଭୋକାଲ କର୍ଡ କର୍କଟ ପୀଡ଼ିତଙ୍କ ଚିକିତ୍ସା କରିବା ସହ ପ୍ରାୟତଃ ୨୦ ରୋଗୀଙ୍କର ସର୍ଜରୀ କରାଇଥାନ୍ତି। ବେଳେ ବେଳେ ରୋଗ ଚିହ୍ନିବାରେ ବିଳମ୍ବ ହୋଇଯାଉଥିବାରୁ ଏବେ ଏଆଇର ସାହାଯ୍ୟ ନିଆଯାଉଛି। ଡାକ୍ତର ଜୟନ୍ତୀ ବକ୍ସିଙ୍କ ନେତୃତ୍ବରେ ଏହି ଗବେଷଣା କରାଯାଉଥÒବାବେଳେ ଏହି ପ୍ରଣାଳୀରେ କର୍କଟ ଚିହ୍ନଟ ସହଜ ହେଲେ, ଭବିଷ୍ୟତରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ।

About The Author: The Sakala