ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଛି ବେକାରି ସମସ୍ୟା; ଗାଁଠୁ ସହରରେ ଅଧିକ ଲୋକ ବେକାର

ନୂଆଦିଲ୍ଲୀ: ଦେଶରେ ବେକାରି ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲରେ ଦେଶରେ ବେକାରି ହାର ୭.୮୩% କୁ ବୃଦ୍ଧି ଘଟିଛି। ମାର୍ଚ୍ଚ ମାସରେ ଏହା ୭.୬୦% ରହିଥିଲା। ବେକାରି ସ୍ଥିତିକୁ ଦେଖିଲେ ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳକୁ ଟପିଯାଇଛି। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ସହରାଞ୍ଚଳରେ ବେକାରି ହାର ୯.୨୨% ଏବଂ ଗ୍ରାମାଞ୍ଚଳରେ ଏହା ୭.୧୮% ରହିଥିଲା। ସିଏମ୍‌ଆଇଇ ଅନୁଯାୟୀ, ଶେଷଥର ପାଇଁ ମେ ୨୦୨୧ରେ ବେକାରି ହାର ୧୧.୮୪%ରେ ପହଞ୍ଚିଥିଲା। ଯଦିଓ ପରେ […]

ନୂଆଦିଲ୍ଲୀ: ଦେଶରେ ବେକାରି ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏପ୍ରିଲରେ ଦେଶରେ ବେକାରି ହାର ୭.୮୩% କୁ ବୃଦ୍ଧି ଘଟିଛି। ମାର୍ଚ୍ଚ ମାସରେ ଏହା ୭.୬୦% ରହିଥିଲା। ବେକାରି ସ୍ଥିତିକୁ ଦେଖିଲେ ସହରାଞ୍ଚଳର ସ୍ଥିତି ଗ୍ରାମାଞ୍ଚଳକୁ ଟପିଯାଇଛି। ସିଏମ୍‌ଆଇଇ ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୨ରେ ସହରାଞ୍ଚଳରେ ବେକାରି ହାର ୯.୨୨% ଏବଂ ଗ୍ରାମାଞ୍ଚଳରେ ଏହା ୭.୧୮% ରହିଥିଲା। ସିଏମ୍‌ଆଇଇ ଅନୁଯାୟୀ, ଶେଷଥର ପାଇଁ ମେ ୨୦୨୧ରେ ବେକାରି ହାର ୧୧.୮୪%ରେ ପହଞ୍ଚିଥିଲା। ଯଦିଓ ପରେ ଏଥିରେ ହ୍ରାସ ଘଟିଥିଲା ​​ଏବଂ ଜାନୁଆରୀ ୨୦୨୨ରେ ଏହା ୬.୫୭% କୁ ଆସିଯାଇଥିଲା, କିନ୍ତୁ ଫେବୃଆରୀରେ ଏହା ପୁଣି ୮.୧୦% କୁ ବୃଦ୍ଧି ଘଟି ବର୍ତ୍ତମାନ ୭.୮୩% ରେ ପହଞ୍ଚିଛି। ଦେଶରେ ରାଜ୍ୟଗୁଡିକ ମଧ୍ୟରେ ହରିୟାଣାରେ ବେକାରି ହାର ସର୍ବାଧିକ ରହିଥିବା ରିପୋର୍ଟରୁ ଜଣାଯାଇଛି।

ସିଏମ୍‌ଆଇଇ ଅନୁଯାୟୀ, ବେକାରି ହାର ଭାରତୀୟ ଅର୍ଥନୀତିର ସ୍ଥିତିକୁ ସଠିକ୍ ଭାବରେ ପ୍ରତିଫଳିତ କରିଥାଏ, କାରଣ ଦେଶର ମୋଟ ଜନସଂଖ୍ୟାରେ କେତେ ବେକାର ଅଛନ୍ତି ତାହା ଏହା କହିଥାଏ। ରିପୋର୍ଟରେ ଆଶା କରାଯାଉଛି ଯେ ରବି ଫସଲ ବୁଣାକାର୍ଯ୍ୟ ଆରମ୍ଭ ହେବ। ଏହାର ଅର୍ଥ ହେଉଛି ଚଳିତ ଆର୍ଥିକବର୍ଷରେ କୃଷି କ୍ଷେତ୍ର ପୁଣି ଥରେ ଭଲ ପ୍ରଦର୍ଶନ କରିବ। ଏହି କାରଣରୁ ପ୍ରବାସୀ ଶ୍ରମିକମାନେ କ୍ଷେତକୁ ଫେରିବେ। ରିପୋର୍ଟ ଅନୁଯାୟୀ, ହରିୟାଣା ପରେ ରାଜସ୍ଥାନରେ ସର୍ବାଧିକ ବେକାରି ଥିବା ରେକର୍ଡ କରାଯାଇଛି। ହରିୟାଣାରେ ବେକାରି ହାର ୩୪.୫% ଏବଂ ରାଜସ୍ଥାନରେ ୨୮.୮% ରହିଛି। ଅପରପକ୍ଷେ ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, ଛତିଶଗଡ ଏବଂ ଆସାମରେ ସର୍ବନିମ୍ନ ବେକାରି ହାର ଯଥାକ୍ରମେ ୦.୨%,୦.୬% ଏବଂ ୧.୨% ରେକର୍ଡ କରାଯାଇଛି। ଡିସେମ୍ବରରେ ବେକାରି ହାର ୭.୮୩% ରହିଥିଲା। ଏହାର ଅର୍ଥ ହେଉଛି ଦେଶରେ ପ୍ରତ୍ୟେକ ୧୦୦୦ ଶ୍ରମିକଙ୍କ ମଧ୍ୟରୁ ୭୮ ଜଣ ଲୋକ କାମ ପାଇପାରୁନାହାଁନ୍ତି।

About The Author: The Sakala