ମମତା ସରକାରକୁ ସୁପ୍ରିମ୍‌କୋର୍ଟଙ୍କ ଝଟକା, ପଶ୍ଚିମବଙ୍ଗରେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ । ଏହି ମାମଲାର ଶୁଣାଣି ବେଳେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି କି, ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ । ଏଥିପାଇଁ […]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ।

ଏହି ମାମଲାର ଶୁଣାଣି ବେଳେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି କି, ପଶ୍ଚିମବଙ୍ଗ ସରକାର ଯେଉଁ ଆଧାରରେ ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲେ ତାହା ଯୁକ୍ତିଯୁକ୍ତ ନୁହେଁ । ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ମେ’ ୮ରେ ଫିଲ୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଆମେ ହଟାଉଛୁ। ଏହି ପ୍ରତିବନ୍ଧକର କୌଣସି ଦୃଢ଼ ଆଧାର ନାହିଁ। ଏହାସହ ତାମିଲନାଡୁ ସରକାର ଫିଲ୍ମର ସ୍କ୍ରିନିଂ ଓ ଦର୍ଶକଙ୍କ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

‘ଦ କେରଳ ଷ୍ଟୋରୀ’ ଫିଲ୍ମ ଏକ ମନଗଢା କାହାଣୀ ଉପରେ ଆଧାରିତ ଏବଂ ଏହି ସିନେମାରେ ସାଂପ୍ରଦାୟିକ ଭାବନା ଆହତ ହେବା ଭଳି କିଛି ଦୃଶ୍ୟଥିବା କଥା ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଯୁକ୍ତି ରଖାଯାଇଥିଲା । ତେଣୁ ଏହି ଚଳଚ୍ଚିତ୍ରକୁ ପଶ୍ଚିମବଙ୍ଗରେ ବ୍ୟାନ କରିଥିଲେ ମମତା ସରକାର । ତେବେ ସୁପ୍ରିମକୋର୍ଟ ଆଜି ଫିଲ୍ମ ଉପରେ ହୋଇଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ।

About The Author: The Sakala