ଗ୍ରାହକଙ୍କୁ ବଡ଼ ଝଟ୍‌କା : ଗୃହ ଋଣ ମହଙ୍ଗା କଲା ଏସ୍‌ବିଆଇ, ସୁଧହାର ବଢ଼ାଇଲା ୨୫ ବେସିସ୍‌ ପଏଣ୍ଟ

ମୁମ୍ବାଇ : ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ଏହି ବ୍ୟାଙ୍କ ଗୃହ ଋଣର ସୁଧ ହାର ବଢ଼ାଇ ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୁଧ ହାର ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି। ପୂର୍ବରୁ ଯେଉଁ ସୁଧ ହାର ୭.୫ରୁ ୮.୪୫ ପ୍ରତିଶତ ଥିଲା ଏବେ ତାହା ୭.୫ରୁ ୮.୭୦ ପ୍ରତିଶତ ହୋଇଯାଇଛି। ଏହି ବ୍ୟାଙ୍କ ଉପର ବ୍ୟାଣ୍ଡରେ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଛି। ଏହା ଦ୍ବାରା […]

ମୁମ୍ବାଇ : ଭାରତର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସ୍‌ବିଆଇ ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଇଛି। ଏହି ବ୍ୟାଙ୍କ ଗୃହ ଋଣର ସୁଧ ହାର ବଢ଼ାଇ ଦେଇଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସୁଧ ହାର ୨୫ ବେସିସ ପଏଣ୍ଟ ବୃଦ୍ଧି କରିଛି। ପୂର୍ବରୁ ଯେଉଁ ସୁଧ ହାର ୭.୫ରୁ ୮.୪୫ ପ୍ରତିଶତ ଥିଲା ଏବେ ତାହା ୭.୫ରୁ ୮.୭୦ ପ୍ରତିଶତ ହୋଇଯାଇଛି। ଏହି ବ୍ୟାଙ୍କ ଉପର ବ୍ୟାଣ୍ଡରେ ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିଛି। ଏହା ଦ୍ବାରା ସାଧାରଣ ନାଗରିକଙ୍କ ପାଇଁ ଗୃହ ଋଣ ମହଙ୍ଗା ହୋଇଯିବ।

ଘର କରିବା ମଧ୍ୟ ଅଧିକ କଠିନ ହେବ। ଏହି ନିଷ୍ପତ୍ତି ଦ୍ବାରା କ୍ରେଡିଟ ସ୍କୋର କମ୍‌ ଥିବା ଲୋକେ ବେଶୀ ପ୍ରଭାବିତ ହେବେ। କାରଣ ବ୍ୟାଙ୍କଗୁଡିକ ଋଣ ହାରର ସର୍ବାଧିକ ସୀମାକୁ ବୃଦ୍ଧି କରିଦେଇଛନ୍ତି। ଆଗାମୀ ଦିନରେ ଅନ୍ୟ ସରକାରୀ ବ୍ୟାଙ୍କଗୁଡିକ ମଧ୍ୟ ଏପରି ନିଷ୍ପତ୍ତି ନେଇପାରନ୍ତି। କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଥର ରେପୋ ରେଟ୍‌କୁ ଅପରିବର୍ତ୍ତତ ରଖିଥିବାବେଳେ ବ୍ୟାଙ୍କଗୁଡିକ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବୈଠକକୁ ଛାଡ଼ି ଦେଲେ ତା ପୂର୍ବରୁ ଆର୍‌ବିଆଇ କ୍ରମାଗତ ଭାବେ ରେପୋ ରେଟ୍‌ ହ୍ରାସ କରିଛି।

ଜୁଲାଇ ଶେଷରେ ଏସ୍‌ବିଆଇର ଗୃହ ଋଣ ଉପରେ ସୁଧ ହାର ୭.୫ ରୁ ୮.୪୫ ପ୍ରତିଶତ ଥିଲା। ସେହିପରି ୟୁନିଅନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମଧ୍ୟ ଜୁଲାଇ ଶେଷରେ ନିଜ ସୁଧ ହାର ବଢ଼ାଇ ୭.୩୫ରୁ ବଢ଼ାଇ ୭.୪୫ ପ୍ରତିଶତ କରି ଦେଇଥିଲା। ଅନ୍ୟପଟେ ଏଚ୍‌ଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଆକ୍ସିସ ବ୍ୟାଙ୍କ ଭଳି ଘରୋଇ ବ୍ୟାଙ୍କର ସୁଧ ହାର ଯଥାକ୍ରମେ ୭.୯୦ ପ୍ରତିଶତ, ୮ ପ୍ରତିଶତ ଏବଂ ୮. ୩୫ ପ୍ରତିଶତ ରହିଛି। ରିପୋର୍ଟ ଅନୁଯାୟୀ ଏସ୍‌ବିଆଇ ସିବିଲ ସ୍କୋର ଏବଂ ଏକ୍ସଟରନା ବେଞ୍ଚମାର୍କ ଲେଣ୍ଡିଂ ରେଟ (ଇବିଏଲଆର) ଆଧାରରେ ସୁଧ ହାରରେ ପରିବର୍ତ୍ତନ କରିଛି

About The Author: The Sakala