ଟାରିଫ୍ ଯୁଦ୍ଧରେ ଟଙ୍କା ଘାଇଲା : ୧ ଡଲାର = ୮୮.୭୫ ଟଙ୍କା

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହି ଶୁଳ୍କ ଯୁଦ୍ଧରେ ଭାରତୀୟ ମୁଦ୍ରା ଘାଇଲା ହୋଇଛି। ଫଳସ୍ୱରୂପ ଟଙ୍କା ଏହାର ପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଅଗଷ୍ଟ ୨୭ରୁ ଟ୍ରମ୍ପ୍‌ ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୭୦ ପଇସାରୁ ଅଧିକ ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କା ୮୮.୭୫ ର ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି […]

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ୫୦% ଶୁଳ୍କ ଭାରତୀୟ ଟଙ୍କାର ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହି ଶୁଳ୍କ ଯୁଦ୍ଧରେ ଭାରତୀୟ ମୁଦ୍ରା ଘାଇଲା ହୋଇଛି। ଫଳସ୍ୱରୂପ ଟଙ୍କା ଏହାର ପର୍ଯ୍ୟନ୍ତର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଅଗଷ୍ଟ ୨୭ରୁ ଟ୍ରମ୍ପ୍‌ ଶୁଳ୍କ ଲାଗୁ ହୋଇଛି। ଶୁକ୍ରବାର କାରବାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୭୦ ପଇସାରୁ ଅଧିକ ହ୍ରାସ ପାଇଛି। ଡଲାର ତୁଳନାରେ ଟଙ୍କା ୮୮.୭୫ ର ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ହ୍ରାସ ଦର୍ଶାଉଛି ଯେ ଭାରତର ବାଣିଜ୍ୟ ଏବଂ ବିକାଶ ଉପରେ ଆମେରିକାର ଭାରୀ ଶୁଳ୍କର ପ୍ରଭାବକୁ ନେଇ ନିବେଶକମାନେ ବେଶ ଚିନ୍ତିତ।

ସୂଚନାଯୋଗ୍ୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଚଳିତ ବର୍ଷ ୩% ହ୍ରାସ ଘଟିଛି। ଏଥିସହ ଟଙ୍କା ଏସିଆର ସବୁଠାରୁ ଖରାପ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି। ବଜାର ବିଶେଷଜ୍ଞଙ୍କ ମତରେ ଭାରତ ଉପରେ ଆମେରିକାର ବାଣିଜ୍ୟ ଶୁଳ୍କ ଯୋଗୁଁ ଟଙ୍କା ମୂଲ୍ୟରେ ଏଭଳି ହ୍ରାସ ଘଟିଛି। ଚଳିତବର୍ଷ ଫେବୃଆରୀ ପୂର୍ବରୁ ଟଙ୍କା ମୂଲ୍ୟ ପ୍ରତି ଡଲାର ତୁଳନାରେ ୮୭.୯୫ ଟଙ୍କାର ରେକର୍ଡ ସର୍ବନିମ୍ନ ସ୍ତରରେ ରହିଥିଲା। ଶୁକ୍ରବାର, ଚୀନ୍ ୟୁଆନ ତୁଳନାରେ ଟଙ୍କା ମଧ୍ୟ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

About The Author: The Sakala