ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ଯୁକ୍ତ ଦୁଇରେ ରେକର୍ଡ ସଂଖ୍ୟକ ଆଡମିଶନ୍

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର, ଶିକ୍ଷାବର୍ଷ ୨୦୨୪-୨୫ ପାଇଁ SAMS ପୋର୍ଟାଲ ମାଧ୍ୟମରେ ହୋଇଥିବା ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ଇ-ଆଡମିଶନ୍ ଗତ ୧୩ ତାରିଖ ଦିନ ଶେଷ ହୋଇଛି । ତେବେ ଶିକ୍ଷାବର୍ଷ ୨୦୨୪-୨୫ ବର୍ଷର ଇ-ଆଡମିଶନ୍ ପ୍ରକ୍ରିୟାରେ ମୋଟ ୪,୨୯,୭୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଯାହା ବିଗତ କିଛି ବର୍ଷରେ ଅଦ୍ୱିତୀୟ ରେକର୍ଡ ସ୍ଥାପନ କରିଛି। ଏହି ଇ-ଆଡମିଶନ୍ ମାଧ୍ୟମରେ ଅଦ୍ୟାବଧି […]

ଭୁବନେଶ୍ବର: ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର, ଶିକ୍ଷାବର୍ଷ ୨୦୨୪-୨୫ ପାଇଁ SAMS ପୋର୍ଟାଲ ମାଧ୍ୟମରେ ହୋଇଥିବା ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ଇ-ଆଡମିଶନ୍ ଗତ ୧୩ ତାରିଖ ଦିନ ଶେଷ ହୋଇଛି । ତେବେ ଶିକ୍ଷାବର୍ଷ ୨୦୨୪-୨୫ ବର୍ଷର ଇ-ଆଡମିଶନ୍ ପ୍ରକ୍ରିୟାରେ ମୋଟ ୪,୨୯,୭୫୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ଯାହା ବିଗତ କିଛି ବର୍ଷରେ ଅଦ୍ୱିତୀୟ ରେକର୍ଡ ସ୍ଥାପନ କରିଛି। ଏହି ଇ-ଆଡମିଶନ୍ ମାଧ୍ୟମରେ ଅଦ୍ୟାବଧି ଉପଲବ୍ଧ ଥିବା ୨,୩୮୦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ସମ୍ପୂର୍ଣ୍ଣ ଆଡମିଶନ୍ ପ୍ରକ୍ରିୟା ଶେଷ ସୁଧା ଯଥାକ୍ରମେ କଳାରେ ୨,୭୪,୯୭୯, ବିଜ୍ଞାନରେ ୧,୧୧,୯୦୬, ବାଣିଜ୍ୟରେ ୨୬,୨୫୮, ସଂସ୍କୃତରେ ୧୦,୪୪୧ ଏବଂ ଧନ୍ଦାମୂଳକ ଶିକ୍ଷାରେ ୬,୧୬୬ ଜଣ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି। ଏହି ଆଡମିଶନ୍ ପ୍ରକ୍ରିୟ ପ୍ରକ୍ରିୟାରେ ସହଯୋଗ ଏବଂ ପ୍ରତିବଦ୍ଧତା ପାଇଁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରଶାସକ, ପିତାମାତା ଏବଂ ଛାତ୍ରଛାତ୍ରୀଙ୍କ ସମସ୍ତ ଅଂଶୀଦାରଙ୍କୁ ନିର୍ଦ୍ଦେଶାଳୟ ଧନ୍ୟବାଦ ଜଣାଇଛି ।

About The Author: The Sakala