ଆଜି ଆସିବ ଏମ୍‌ପିସି ବୈଠକର ନିଷ୍ପତ୍ତି : ସୁଧହାର ୨୫ ବେସିସ୍‌ ପଏଣ୍ଟ କମାଇପାରେ ରିଜର୍ଭ ବ୍ୟାଙ୍କ

ମୁମ୍ବଇ : ଆଜି ବସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ। ଏହାପରେ ସୁଧହାର ନେଇ ରିଜର୍ଭ ବ୍ୟାଙ୍କ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ବଜାର ବିଶେଷଜ୍ଞଙ୍କ ମତରେ ଏଥର କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ ଆହୁରି ୨୫ ବେସିସ୍ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଛି। ଯଦି ଏହା ହୁଏ, ତେବେ ଏହା ଚଳିତ ବର୍ଷ ସୁଧହାରରେ ଆର୍‌ବିଆଇ ଦ୍ବାରା ଦ୍ୱିତୀୟ କାଟ୍‌ ହେବ। ସୂଚନାଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ […]

ମୁମ୍ବଇ : ଆଜି ବସିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ। ଏହାପରେ ସୁଧହାର ନେଇ ରିଜର୍ଭ ବ୍ୟାଙ୍କ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ବଜାର ବିଶେଷଜ୍ଞଙ୍କ ମତରେ ଏଥର କେନ୍ଦ୍ରୀୟ ବ୍ୟାଙ୍କ ରେପୋ ହାରରେ ଆହୁରି ୨୫ ବେସିସ୍ ପଏଣ୍ଟ ହ୍ରାସ କରିବାର ସମ୍ଭାବନା ରହିଛି। ଯଦି ଏହା ହୁଏ, ତେବେ ଏହା ଚଳିତ ବର୍ଷ ସୁଧହାରରେ ଆର୍‌ବିଆଇ ଦ୍ବାରା ଦ୍ୱିତୀୟ କାଟ୍‌ ହେବ।

ସୂଚନାଯୋଗ୍ୟ ଯେ, ରିଜର୍ଭ ବ୍ୟାଙ୍କ ଫେବୃଆରୀ ମାସରେ ପ୍ରଥମ କରି ସୁଧ ହାରରେ ହ୍ରାସ ଘଟାଇଥିଲା। ତେଣୁ ରେପୋ ହାରରେ ୨୫ ବେସିସ୍ ପଏଣ୍ଟ ହ୍ରାସ ଘଟି ୬%କୁ ହ୍ରାସ କରିଯାଇପାରେ। ରିପୋର୍ଟ ଅନୁଯାୟୀ, ଆମେରିକା ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ଯୋଗୁଁ ସୃଷ୍ଟି ହୋଇଥିବା ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଅଭିବୃଦ୍ଧିକୁ ସମର୍ଥନ କରିବା ପାଇଁ ଏମ୍‌ପିସି ପୁଣି ଥରେ ରେପୋ ହାର ହ୍ରାସ କରିପାରେ।

About The Author: The Sakala