ଚିର ନିଦ୍ରାରେ ‘ନିଦ ଭରା ରାତି’ର ସଂଗୀତ ନିର୍ଦ୍ଦେଶକ ଜଲାଲ ଆଡେନି

ଭୁବନେଶ୍ବର : ଓଲିଉଡ଼ର ବରିଷ୍ଠ ସଙ୍ଗୀତ ନିର୍ଦେଶକ ଜଲାଲ ଆଡେନି ଆଉ ନାହାନ୍ତି। ମୃତ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ କଟକ ବକ୍ସିବଜାର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ବହୁ ଓଡ଼ିଆ ଓ ବଲିଉଡ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଜଲାଲ ଆଦେନୀ ୧୯୩୬ ମସିହା ଜୁନ୍ ୨୩ ତାରିଖରେ ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିଲେ । ଜଲାଲ ଆଦେନୀ ଏକାଧାରରେ ଜଣେ ସଂଗୀତ ନିର୍ଦ୍ଦେଶକ, […]

ଭୁବନେଶ୍ବର : ଓଲିଉଡ଼ର ବରିଷ୍ଠ ସଙ୍ଗୀତ ନିର୍ଦେଶକ ଜଲାଲ ଆଡେନି ଆଉ ନାହାନ୍ତି। ମୃତ୍ୟ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଆଜି ସକାଳେ କଟକ ବକ୍ସିବଜାର ବାସଭବନରେ ହୃଦଘାତରେ ତାଙ୍କର ପରଲୋକ ଘଟିଛି। ବହୁ ଓଡ଼ିଆ ଓ ବଲିଉଡ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ।

ଜଲାଲ ଆଦେନୀ ୧୯୩୬ ମସିହା ଜୁନ୍ ୨୩ ତାରିଖରେ ଭଞ୍ଜନଗରଠାରେ ଜନ୍ମଗ୍ରହଣ କରିଥିଲେ । ଜଲାଲ ଆଦେନୀ ଏକାଧାରରେ ଜଣେ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ଗାୟକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ। ଓଡ଼ିଆ ଚଳଚ୍ଚିତ୍ର ‘ଅନୁତାପ’ରେ ସେ ସଂଗୀତ ନିର୍ଦ୍ଦେଶନା ଦେବା ପରେ ଲୋକପ୍ରିୟତାର ଶୀର୍ଷରେ ପହଂଚି ଥିଲେ ଜଲାଲ ଆଡେନି। ନିଦ ଭରା ରାତି ଥିଲା  ତାଙ୍କର ଅନନ୍ୟ କୃତି। ୧୯୭୬ରେ ସେ ଓଡ଼ିଆ ଚଳଚ୍ଚିତ୍ର ‘ହୀରା ମୋତି ମାଣିକ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

About The Author: The Sakala