୩୦୦୦ ଟଙ୍କା ହେବ ସର୍ବନିମ୍ନ ପେନ୍‌ସନ୍‌, ଖୁବ୍‌ ଶୀଘ୍ର ଘୋଷଣା କରିପାରନ୍ତି କେନ୍ଦ୍ର ସରକାର…

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର କର୍ମଚାରୀ ପେନ୍‌ସନ୍‌ ଯୋଜନା (ଇପିଏସ୍‌) ଅନ୍ତର୍ଗତ ସର୍ବନିମ୍ନ ପେନ୍‌ସନ୍‌କୁ ୧୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ କିଛି ମାସ ଭିତରେ ଏହା ଲାଗୁ ହୋଇପାରେ। ସରକାରଙ୍କ ଦ୍ୱାରା ଏହି ବଡ଼ ଘୋଷଣା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳ ଦରଦାମ ବୃଦ୍ଧି ଓ ବୟସ୍କଙ୍କ ସାମାଜିକ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ଇପିଏସ୍ ହେଉଛି ଭାରତରେ […]

ନୂଆଦିଲ୍ଲୀ: ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର କର୍ମଚାରୀ ପେନ୍‌ସନ୍‌ ଯୋଜନା (ଇପିଏସ୍‌) ଅନ୍ତର୍ଗତ ସର୍ବନିମ୍ନ ପେନ୍‌ସନ୍‌କୁ ୧୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ କିଛି ମାସ ଭିତରେ ଏହା ଲାଗୁ ହୋଇପାରେ। ସରକାରଙ୍କ ଦ୍ୱାରା ଏହି ବଡ଼ ଘୋଷଣା ଏପରି ସମୟରେ ହେବାକୁ ଯାଉଛି, ଯେତେବେଳ ଦରଦାମ ବୃଦ୍ଧି ଓ ବୟସ୍କଙ୍କ ସାମାଜିକ ସୁରକ୍ଷାକୁ ନେଇ ଚିନ୍ତା ବଢିଛି। ଇପିଏସ୍ ହେଉଛି ଭାରତରେ ସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଏକ ଅବସରକାଳୀନ ଯୋଜନା। ଏହାକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପରିଚାଳନା କରିଥାଏ। ଏ ସମ୍ପର୍କରେ ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସର୍ବନିମ୍ନ ପେନ୍‌ସନ୍‌ ପ୍ରତି ମାସରେ ୩୦୦୦ ଟଙ୍କା କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦୀର୍ଘ ଦିନ ହେବ ଏହି ପ୍ରସ୍ତାବ ବିଚାରାଧୀନ ରହିଛି। ଏହାପୂର୍ବରୁ ୨୦୨୦ରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ସର୍ବନିମ୍ନ ପେନ୍‌ସନ୍ ୨୦୦୦ ଟଙ୍କା କରିବା ପାଇଁ ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇଥିଲା, କିନ୍ତୁ ଏହାରୁ ମଞ୍ଜୁରି ମିଳି ନ ଥିଲା। ରିପୋର୍ଟ ଅନୁସାରେ ଶ୍ରମ ମନ୍ତ୍ରଣାଳୟ ବର୍ତ୍ତମାନ ୩୦୦୦ ଟଙ୍କା ପେନସନ ଲାଗୁ କରିବା ସହ ଜଡ଼ିତ ଅତିରିକ୍ତ ଖର୍ଚ୍ଚର ମୂଲ୍ୟାଙ୍କନ କରୁଛି। ଆର୍ଥିକବର୍ଷ ୨୦୨୩-୨୪ରେ ସରକାର ଇପିଏସ୍ ପେନ୍‌ସନ୍‌ଭୋଗୀଙ୍କୁ ସର୍ବନିମ୍ନ ପେନ୍‌ସନ୍ ଦେବା ପାଇଁ ୧,୨୨୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଯାହା ପୂର୍ବ ବର୍ଷ ତୁଳନାରେ ୩୬ ପ୍ରତିଶତ ଅଧିକ। ନିକଟରେ ବିଜେପି ସାଂସଦ ବସବରାଜ ବୋମ୍ମାଇଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଶ୍ରମ ମନ୍ତ୍ରଣାଳୟକୁ ସର୍ବନିମ୍ନ ଇପିଏସ୍ ପେନ୍‌ସନ୍‌ ତତ୍କାଳ ବଢାଇବା ପାଇଁ ସୁପାରିଶ କରିଥିଲା। ଏହାଛଡା ନିକଟରେ ଏକ ସଂସଦୀୟ କମିଟି ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସର୍ବନିମ୍ନ ପେନସନ ୧୦୦୦ ଟଙ୍କାରୁ ୭୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। ଶ୍ରମିକ ସଂଗଠନ ଏବଂ ପେନସନଭୋଗୀ ସଂଘଗୁଡ଼ିକର ଦୀର୍ଘ ଦିନର ଦାବି ହେଉଛି ଯେ ସର୍ବନିମ୍ନ ପେନସନକୁ ପ୍ରତି ମାସରେ ଅତି କମ୍‌ରେ ୭୫୦୦ ଟଙ୍କାକୁ ବୃଦ୍ଧି କରାଯାଉ। ସଂଘର କହିବା ହେଉଛି ବର୍ତ୍ତମାନ ମୁଦ୍ରାସ୍ଫୀତି ବହୁତ ବଢ଼ିଯାଇଛି, ତେଣୁ ପେନ୍‌ସନ୍‌ ମଧ୍ୟ ବୃଦ୍ଧି ହେବା ଉଚିତ୍‌। ସୂଚନାଯୋଗ୍ୟ ଗତ ୧୧ ବର୍ଷ ଧରି ପେନ୍‌ସନ୍‌ରେ କୌଣସି ବୃଦ୍ଧି ହୋଇନାହିଁ।

About The Author: The Sakala