ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଏନ୍.ଭି. ରମଣା

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ.ଭି. ରମଣା ଶନିବାର ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଏନ.ଭି. ରମଣାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣା ୨୦୨୨ ଅଗଷ୍ଟ ୨୬ ଯାଏ କାର୍ଯ୍ଯ କରିବେ। ରାଷ୍ଟ୍ରପତି ଭବନରେ କୋଭିଡ୍ ନିୟମକୁ ପାଳନ କରି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମେତ […]

ନୂଆଦିଲ୍ଲୀ: ଜଷ୍ଟିସ୍ ଏନ.ଭି. ରମଣା ଶନିବାର ସୁପ୍ରିମକୋର୍ଟର ୪୮ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଏନ.ଭି. ରମଣାଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରମଣା ୨୦୨୨ ଅଗଷ୍ଟ ୨୬ ଯାଏ କାର୍ଯ୍ଯ କରିବେ।

ରାଷ୍ଟ୍ରପତି ଭବନରେ କୋଭିଡ୍ ନିୟମକୁ ପାଳନ କରି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସମେତ ସୁପ୍ରିମକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ।

୨୦୧୪ ଫେବ୍ରୁଆରୀ ୧୭ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇବା ପୂର୍ବରୁ ଜଷ୍ଟିସ୍ ରମଣା ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲ୍ଲାର ପୋନ୍ନାଭରମ ଜିଲ୍ଲାର ଏକ କୃଷକ ପରିବାରରେ ଗ୍ରହଣ କରିଥିଲେ ।

୧୯୮୩ ଫେବ୍ରୁଆରୀ ୧୦ରୁ ସେ ଓକିଲାତି ଆରମ୍ଭ କରିଥିଲେ । ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସହ କେନ୍ଦ୍ର ଏବଂ ଆନ୍ଧ୍ରପ୍ରଦେଶ ଆଡମିନଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ୍ସରେ ସେ କାର୍ୟ୍ୟ କରିଛନ୍ତି । ଆନ୍ଧ୍ରପ୍ରଦେଶର ଅତିରିକ୍ତ ଆଡଭୋକେଟ୍ ଜେନେରାଲ ଭାବେ କାର୍ଯ୍ଯ ତୁଲାଇଛନ୍ତି । ୨୦୦୦ ମସିହା ଜୁନ୍ ୨୭ରେ ଜଷ୍ଟିସ୍ ରମଣାଙ୍କୁ ଆନ୍ଧ୍ରପ୍ରଦେଶରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ

About The Author: The Sakala