ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଭାରତ ? ୭ରେ ବେସାମରିକ ପ୍ରତିରକ୍ଷା ମକ୍ ଡ୍ରିଲ୍ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ : ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଭାରତ ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଘନ ଘନ ବୈଠକ, ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏହି ଆଶଙ୍କାକୁ ଆହୁରି ଘନୀଭୂତ କରୁଛି । ଏବେ ସରକାରଙ୍କ ଆଉ ଏକ ନିଷ୍ପତ୍ତି ଏହି ଆଶଙ୍କା ସୃଷ୍ଟି କରିଛି ଯେ ଭାରତ ପାକିସ୍ତାନ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଲାଗିପାରେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ୭ ତାରିଖରେ ବେସାମରିକ ମକ୍ […]

ନୂଆଦିଲ୍ଲୀ : ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ଭାରତ ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଘନ ଘନ ବୈଠକ, ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଏହି ଆଶଙ୍କାକୁ ଆହୁରି ଘନୀଭୂତ କରୁଛି । ଏବେ ସରକାରଙ୍କ ଆଉ ଏକ ନିଷ୍ପତ୍ତି ଏହି ଆଶଙ୍କା ସୃଷ୍ଟି କରିଛି ଯେ ଭାରତ ପାକିସ୍ତାନ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧ ଲାଗିପାରେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଆସନ୍ତା ୭ ତାରିଖରେ ବେସାମରିକ ମକ୍ ଡ୍ରିଲ୍ କରିବାକୁ ବିଭିନ୍ନ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହା ମାଧ୍ୟମରେ ଯୁଦ୍ଧ ସ୍ଥିତିରେ ଲୋକମାନେ କିପରି ନିଜକୁ ରକ୍ଷା କରିପାରିବେ ଓ ସେମାନଙ୍କ କର୍ତ୍ତବ୍ୟ କଣ ରହିବ ତାହାର ପ୍ରସ୍ତୁତି କରାଯିବ । ବିମାନ ଆକ୍ରମଣ ସାଇରନ ବାଜିଲେ ଲୋକମାନେ କିପରି ସୁରକ୍ଷିତ ସ୍ଥାନକୁ ଯିବେ, ଆକ୍ରମଣ ସମୟରେ ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଅନ୍ୟମାନେ କିପରି ନିଜର ସୁରକ୍ଷା କରିପାରିବେ, କ୍ରାସ ବ୍ଲାକ ଆଉଟ ପଦକ୍ଷେପ ଆଦି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯିବ।

About The Author: The Sakala