ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହର ଜାରି ରହିଛି। ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହୋଇଥିବା ବେଳେ ମୃତ୍ଯୁ ସଂଖ୍ଯା ମଧ୍ଯ ବଢିଛି। ଏଭଳି ସ୍ଥିତିରେ ଟିକାକୁ ନେଇ ଭଲ ଖବର ଆସିଛି। ସ୍ୱଦେଶୀ ଟିକା କୋଭାକ୍ସିନ୍ ସଫଳତା ଉପରେ ଭଲ ଖବର ଦେଇଛି ଆଇସିଏମଆର୍। ଆଇସିଏମଆର ସର୍ଭେ ଅନୁସାରେ, କରୋନାର ଭିନ୍ନ ଭିନ୍ନ ଷ୍ଟ୍ରେନ୍ ବିରୋଧରେ ଭଲ କାମ ଦେଉଛି କୋଭାକ୍ସିନ୍। ଭାରତ ବାୟୋଟେକର ଏହି ଟିକା ବ୍ରିଟେନ୍, ବ୍ରାଜିଲ୍ ଆଫ୍ରିକାନ୍ ଭାରିଏଣ୍ଟକୁ ମାତ୍ ଦେବାରେ ସକ୍ଷମ ହେଉଛି । ଏହାସହ ଡବଲ୍ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିପଦକୁ ଟାଳିବାର ସକ୍ଷମ ହେଉଥିବା ଜଣା ପଡ଼ିଛି।
ଦେଶରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିଲା ଟିକାକରଣ। ବର୍ତ୍ତମାନ ଦୁଇଟି ଟିକା ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଦିଆଯାଉଛି।